Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଭାରତ

ମେଲବୋର୍ନ,୨୭ା୨(ପି.ଟି.)- ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଓପନର ଶେଫାଳି ବର୍ମାଙ୍କ ବିସ୍ଫୋରକ ୪୬ ଓ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଏକ ରୋମାଞ୍ଚଭରା ମ୍ୟାଚ୍‌ରେ ଭାରତୀୟ ଦଳ ୩ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଭାରତୀୟ ଦଳ ପକ୍ଷରୁ ଧାର୍ଯ୍ୟ ୧୩୪ ରନ୍‌ର ଟାର୍ଗେଟ ଆଗରେ ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୬ ଉଇକେଟ ହରାଇ ୧୩୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।
ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍‌ କରିଥିବା ଶେଫାଳିଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଛି। ଏହି ବିଜୟ ସହ ଭାରତୀୟ ଦଳ ଗ୍ରୁପ୍‌ ଏ’ରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଦଳ ତା’ର ପ୍ରଥମ ଦୁଇ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ହରାଇଥିଲା।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଇନିଂସର ତୃତୀୟ ଓଭରରେ ହିଁ ଗତ ମ୍ୟାଚ୍‌ରେ ଅସୁସ୍ଥତା ଯୋଗୁ ଖେଳି ନ ଥିବା ସ୍ମୃତି ମନ୍ଧାନା (୧୧) ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ଶେଫାଳି ଓ ତାନିୟା ଭାଟିଆ (୨୩) ଦ୍ୱିତୀୟ ଉଇକେଟ ପାଇଁ ଦଳୀୟ ସ୍କୋରରେ ୫୧ ରନ୍‌ ଯୋଡ଼ିଥିଲେ। ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଶମ ଓଭରରେ ତାନିୟା ଓ ଦ୍ୱାଦଶ ଓଭରରେ ଜେମିମା ରୋଡ୍ରିଗୁଏଜ (୧୦) ଆଉଟ୍‌ ହୋଇଥିଲେ। ଅଧିନାୟିକା ହରମନପ୍ରୀତ (୧) ମଧ୍ୟ ବିଫଳ ହୋଇଥିଲେ। ଦଶମ ଓଭରରେ ଜୀବନ ଦାନ ପାଇଥିବା ଶେଫାଳି (୪୬) ଏକ୍ସଟ୍ରା କଭର ଅଞ୍ଚଳରେ ଧରା ପଡ଼ିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାମହାତୀ ବ୍ୟାଟ୍ସଓମେନ ଦୀପ୍ତି (୮) ଓ ବେଦ କ୍ରିଷ୍ଣମୂର୍ତ୍ତି (୬) ଦଳୀୟ ସ୍କୋରକୁ ୧୦୦ ରନ୍‌ରେ ପହଞ୍ଚାଇବା ପରେ ଆଉଟ୍‌ ହୋଇଥିଲେ। ରାଧା ଯାଦବ ୯ ବଲରେ ଗୋଟିଏ ଛକା ସାହାଯ୍ୟରେ ୧୪ ରନ୍‌ କରିଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ ରୋଜମେରି ମେର ଓ ଆମେଲି କେର ୨ଉଇକେଟ ହାତେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଓଭରରେ ସ୍ପିନର ଦୀପ୍ତି ଶର୍ମାଙ୍କଠାରୁ ୧୨ ରନ୍‌ ଆଦାୟ କରିଥିଲା। ମାତ୍ର ଦ୍ୱିତୀୟ ଓଭରରେ ଅଭିଜ୍ଞ ଶିକ୍ଷା ପାଣ୍ଡେ ଭାରତୀୟ ଦଳ ଲାଗି ପ୍ରଥମ ସଫଳତା ଆଣିଥିଲେ। ସେ ରିଚେଲ ପ୍ରିଷ୍ଟ (୧୨)ଙ୍କୁ ଆଉଟ୍‌ କରିଥିଲେ। ଇନିଂସର ୬ଷ୍ଠ ଓଭରରେ ଦୀପ୍ତି ସୁଜି ବାଟେଙ୍କୁ କ୍ଲିନ ବୋଲ୍ଡ କରି ପ୍ୟାଭିଲିଅନ ବାଟ ଦେଖାଇଥିଲେ। ଏହାପରେ ସ୍ପିନର ପୁନମ ଓ ରାଧା ଯାଦବ କଞ୍ଜୁସ ବୋଲିଂ କରି ନ୍ୟୁଜିଲାଣ୍ଡ ଉପରେ ଚାପ ପକାଇଥିଲେ। ଚାପର ସମ୍ମୁଖୀନ ହୋଇ ନ ପାରି ପ୍ରତିପକ୍ଷ ଦଳର ଅଧିନାୟିକା ସୋଫି ଡେଭିନ (୧୪) ଆଉଟ୍‌ ହୋଇଥିଲେ। ମାଡି ଗ୍ରୀନ ୨୪ ଓ କାଟେ ମାର୍ଟିନ ୨୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଫଳରେ ଦଳକୁ ଜିତିବା ପାଇଁ ଅନ୍ତିମ ୨ ଓଭରରେ ୩୪ ରନ୍‌ ଦରକାର ଥିଲା। ୧୯ତମ ଓଭରରେ ପୁନମଙ୍କୁ ଆମେଲି କେର ଏକ ଡବଲ ରନ୍‌ ସହ ୪ଟି ଚୌକା ମାରିଥିଲେ। ଏଣୁ ଅନ୍ତିମ ଓଭରରେ ଦଳକୁ ୧୬ ରନ୍‌ ଆବଶ୍ୟକ ଥାଏ। ଶିକ୍ଷା ପାଣ୍ଡେ ଓଭରରେ କେର ଓ ହାଇଲେ ଜେନସେନ ଗୋଟିଏ ଲେଖାଏ ଚୌକା ମାରିବା ସତ୍ତ୍ୱେ ମ୍ୟାଚ୍‌ ଭାରତ ହାତରୁ ଖସି ନ ଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ଉଇକେଟ ହରାଇ ୧୩୦ ରନ୍‌ କରିଥିଲା। ବିଜୟୀ ଦଳ ପକ୍ଷରୁ ଦୀପ୍ତି ଶର୍ମା, ଶିକ୍ଷା ପାଣ୍ଡେ, ରାଜେଶ୍ୱରୀ ଗାଏକ୍ୱାଡ, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତୀୟ ଦଳ- ୨୦ ଓଭରରେ ୧୩୩/୮(ଶେଫାଳି ବର୍ମା ୪୬, ତାନିୟା ଭାଟିଆ ୨୩, ଆମେଲି କେର ୨/୨୧,ରୋଜମେରି ମେର ୨/୨୭)।
ନ୍ୟୁଜିଲାଣ୍ଡ ଦଳ- ୨୦ ଓଭରରେ ୧୩୦/୬ (ଆମେଲି କେର ୩୪*, କାଟି ମାର୍ଟିନ ୨୫, ମାଡି ଗ୍ରୀନ ୨୪, ଶିକ୍ଷା ପାଣ୍ଡେ ୧/୨୧, ରାଜେଶ୍ୱରୀ ଗାଏକ୍ୱାଡ ୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri