Posted inଖେଳ

ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଆଜି

ମେଲବୋର୍ନ, ୧୨।୨ (ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜର ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ ବୁଧବାର ଭାରତକୁ ଭେଟିବ। ଏହି ପ୍ରତିଯୋଗିତାରେ ହର୍‌ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ମୋଟ୍‌ ୪ ମ୍ୟାଚ୍‌ ଖେଳି ୨ଟି ଲେଖାଏ ବିଜୟ ଓ ପରାଜୟ ସହ ୪ ପଏଣ୍ଟ ପାଇ ଫାଇନାଲକୁ ପ୍ରବେଶ କରିଛି। ନିଜର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ଉଇକେଟ୍‌ରେ ପରାସ୍ତ କରିଥିବାରୁ ଭାରତ ଏହି ପ୍ରଦର୍ଶନକୁ ଫାଇନାଲରେ ଦୋହରାଇବା ଲକ୍ଷ୍ୟରେ ରହିଛି। ଅପରପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ମଧ୍ୟ ସମାନ ସଂଖ୍ୟକୁ ମ୍ୟାଚ୍‌ରୁ ୪ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଥିଲା। ତୃତୀୟ ଦଳ ଭାବେ ଅଂଶଗ୍ରହଣ କରିଥିବା ଇଂଲଣ୍ଡ ୪ ପଏଣ୍ଟ ପାଇଥିଲେ ମଧ୍ୟ ରନ୍‌ରେଟ୍‌ ଆଧାରରେ ଫାଇନାଲ ଖେଳିବାରୁ ବଞ୍ଚତ୍ତ ହୋଇଛି। ଉଲ୍ଲେଖନୀୟ କଥା ହେଉଛି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଫେବୃୟାରୀ ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ପରସ୍ପରକୁ ଭେଟିବେ।
ଦୁର୍ବଳ ବ୍ୟାଟିଂ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଫେଲ୍‌ ମାରିଥିଲା। କିନ୍ତୁ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୭ ଉଇକେଟ୍‌ରେ ପରାସ୍ତ କରିବାରେ ସଫଳ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୧୭୩ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌କୁ ଭାରତ ୧୯.୪ ଓଭରରେ ହାସଲ କରନେଇଥିଲା। ୧୬ ବର୍ଷୀୟା ଶେଫାଳି ବର୍ମା (୪୯ ରନ, ୨୮ ବଲ୍‌) ଓ ସ୍ମୃତି ମାନ୍ଧନା (୫୫ ରନ, ୪୮ ବଲ)ଙ୍କ ଉପଯୋଗୀ ଇନିଂସ ଭାରତକୁ ଜିତାଇବାରେ ସହାୟକ ହୋଇଥିଲା। ଫାଇନାଲରେ ମଧ୍ୟ ଏହି ଭଳି ବ୍ୟାଟିଂ ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ଜେମିମା ରୋଡ୍ରିଗ୍ବେଜ (୩୦ ରନ, ୧୯ ବଲ୍‌) ମଧ୍ୟ ଏହି ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିଲେ। ସେହିଭଳି ପ୍ରତିଯୋଗିତା ସାରା ପ୍ରଭାବୀ ବୋଲିଂ କରିଥିବା ଦୀପ୍ତି ଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ ମଧ୍ୟ ଅଷ୍ଟ୍ରେଲୀୟ ବ୍ୟାଟ୍ସଓମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ରହିଛନ୍ତି। ଅପରପକ୍ଷରେ ବେର୍ଥ ମୁନୀ, ଆସଲେଇଘ ଗାର୍ଡନର, ଏଲିସେ ପେରୀ, ଅଧିନାୟିକା ମେଗ୍‌ ଲାନ୍ନିଂଙ୍କ ପରି ପ୍ରାରମ୍ଭିକ ବ୍ୟାଟ୍ସଓମ୍ୟାନଙ୍କୁ ନେଇ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅପ୍‌ ବେଶ୍‌ ଶକ୍ତିଶାଳୀ। ଗାର୍ଡନର ଭାରତ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ୫୭ ବଲରୁ ୯୩ ରନର ମାରାଥନ ଇନିଂସ ଖେଳିଥିଲେ ମଧ୍ୟ ତାହା ବୃଥା ଯାଇଥିଲା। ଦୁଇ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଦୃଢ଼ ଥିବାରୁ ଫାଇନାଲ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ମ୍ୟାଚ୍‌ ଆରମ୍ଭ: ସକାଳ ୮ଟା ୧୦,
ପ୍ରସାରଣ: ଷ୍ଟାର୍‌ ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri