Categories: ଖେଳ

ମହିଳା ଟିମ୍‌ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ: ଋତୁପର୍ଣ୍ଣା-କୃତ୍ତିକା ପରାସ୍ତ

ଭୁବନେଶ୍ୱର, ୨୪।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ବ୍ୟାଡ୍‌ମିଣ୍ଟନ ଟିମ୍‌ ଇଭେଣ୍ଟରେ କିଟ୍‌ର ଆରମ୍ଭ ଭଲ ହୋଇନାହିଁ। କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଜଣାଶୁଣା ବ୍ୟାଡ୍‌ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ଓ କୃତ୍ତିକା ଭଟ୍ଟାଚାର୍ଯ୍ୟ ଯୋଡ଼ି ମହିଳା ଡବଲ୍ସରେ ପରାସ୍ତ ହୋଇଛନ୍ତି। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମହିଳା ଡବଲ୍ସରେ ଋତୁପର୍ଣ୍ଣା-କୃତ୍ତିକା ଯୋଡ଼ି ପଞ୍ଜାବ ବିଶ୍ୱବିଦ୍ୟାଳୟର ଆକାଂଶି ବାଲିୟାନ ଓ ଦାମନ ରାଜ କୁମାର ଯୋଡ଼ିଙ୍କଠାରୁ ୧୨-୨୧, ୧୫-୨୧ ପଏଣ୍ଟରେ ହାରି ଯାଇଛନ୍ତି। ସିଙ୍ଗଲ୍ସରେ ମଧ୍ୟ ଇଶିକା ପଟ୍ଟନାୟକ ପଞ୍ଜାବ ବିଶ୍ୱବିଦ୍ୟାଳୟର ନିକିତାଙ୍କଠାରୁ ୬-୨୧, ୬-୨୧ ପଏଣ୍ଟରେ ପରାସ୍ତ ହୋଇଛନ୍ତି।

Share