ମହିଳାଙ୍କ ଭରସା ନବୀନ

ମାନସ ରଞ୍ଜନ ମଙ୍ଗରାଜ
ପରିଣତ ବୟସରେ ପହଞ୍ଚିଥିବା ପ୍ରମିଳା ବିଷୋୟୀଙ୍କ ନାଁ ଯେତେବେଳେ ଆସିକା ଲୋକ ସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା ହେଲା ସେତେବେଳେ ଅନେକେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। କାରଣ ପ୍ରମିଳା ଥିଲେ ସମସ୍ତଙ୍କ ପାଇଁ ନୂଆ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମିଳାଙ୍କ ନାମ ଘୋଷଣା କରିବା ସହିତ ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। ପ୍ରମିଳା କୌଣସି ରାଜନୈତିକ ବ୍ୟକ୍ତି ନ ଥିଲେ କି ତାଙ୍କର ସେମିତି କିଛି ପ୍ରତିପତ୍ତି ନ ଥିଲା। ନିଜ ଅଞ୍ଚଳ ପାଇଁ ସେ ବି ସେଭଳି ପରିଚିତ ମୁହଁ ନ ଥିଲେ। ତାଙ୍କର ଏକମାତ୍ର ଗୁଣ ଥିଲା ନିଃସ୍ବାର୍ଥପର ଜନସେବା। ଜୀବନସାରା ମହିଳାଙ୍କ ବିକାଶରେ ନିଜକୁ ଉତ୍ସର୍ଗ କରିଥିଲେ। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ଗାଁଗହଳର ଗରିବ ମହିଳାଙ୍କ ବିକାଶ ଲାଗି ସେ ଅଣ୍ଟା ଭିଡ଼ିଥିଲେ।
ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ପ୍ରମିଳାଙ୍କ ଗୁଣ ଚିହ୍ନିଥିଲେ ନବୀନ। କିଛି ଲୋକଙ୍କ ନୀରବ ବିରୋଧ ସତ୍ତ୍ୱେ ବି ପ୍ରମିଳାଙ୍କୁ ସେ ଦିଲ୍ଲୀ ଦରବାରକୁ ପଠାଇଲେ। ସମଗ୍ର ଦେଶକୁ ଦେଲେ ମହିଳା ସଶକ୍ତୀକରଣର ବାର୍ତ୍ତା। ଅଖ୍ୟାତପଲ୍ଲୀରୁ ଯାଇ ସଂସଦରେ ପହଞ୍ଚିଥିବା ପ୍ରମିଳା ବିଖ୍ୟାତ ହେବା ସହିତ ସମସ୍ତଙ୍କ ଦୃଷ୍ଟି ବି ଆକର୍ଷଣ କଲେ। କେବଳ ପ୍ରମିଳା ବିଷୋୟୀ ନୁହନ୍ତି ଅନେକ ମହିଳାଙ୍କୁ ଘରକୋଣରୁ ଆଣି ଜନସେବା କ୍ଷେତ୍ରରେ ନିୟୋଜିତ କରିଛନ୍ତି ନବୀନ ପଟ୍ଟନାୟକ। କାରଣ ନବୀନ ଜାଣିଛନ୍ତି ଯେ ପର୍ଯ୍ୟନ୍ତ ଓଡ଼ିଶାରେ ମହିଳାଙ୍କ ବିକାଶ ନ ଘଟିଛି ସେପର୍ଯ୍ୟନ୍ତ ରାଜ୍ୟ ଆଗେଇପାରିବ ନାହିଁ। ତେଣୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରିବା ସହିତ ସେମାନଙ୍କ ଆର୍ଥିକ ବିକାଶ ପାଇଁ ଯୋଜନା ପରେ ଯୋଜନା ହେଉଛି। ନବୀନଙ୍କ ସଫଳ ଦିଗ୍‌ଦର୍ଶନ ଓ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଯୋଗୁ ରାଜ୍ୟରେ ଆଜି ପ୍ରାୟ ୭୦ଲକ୍ଷ ମହିଳାଙ୍କୁ ନେଇ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ ହୋଇପାରିଛି। ଏହି ଗୋଷ୍ଠୀଗୁଡ଼ିକ କିଭଳି ସ୍ବାବଲମ୍ବୀ ହେବେ ସେଥିପାଇଁ ସେମାନଙ୍କୁ ବିନା ସୁଧରେ ଋଣ ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଏଥିଯୋଗୁ ଗାଁଗହଳରେ ଅନେକ ମହିଳା ଏବେ ଆତ୍ମନିର୍ଭରଶୀଳ। ଉଭୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସେମାନେ ସ୍ବାବଲମ୍ବୀ।
ମହିଳା ସଶକ୍ତୀକରଣ ପାଇଁ ନବୀନଙ୍କ ସବୁଠାରୁ ବଡ଼ ପଦକ୍ଷେପ ହେଉଛି ପଞ୍ଚାୟତିରାଜ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ। ଏ କ୍ଷେତ୍ରରେ ପିତା ବିଜୁ ପଟ୍ଟନାୟକଙ୍କୁ ଟପି ଯାଇଛନ୍ତି ନବୀନ। ମହିଳାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସେମାନଙ୍କ ଲାଗି ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିଥିଲେ। ନବୀନ ପଟ୍ଟନାୟକଙ୍କ ସରକାର ଅମଳରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଯୋଗୁ ଗାଁ ଗହଳର ଅନେକ ଶିକ୍ଷିତ ମହିଳା ଏବେ ରାଜନୀତିରେ ପାଦ ଥାପି ସଫଳ ହେଉଛନ୍ତି। ମହିଳାଙ୍କ ନେତୃତ୍ୱ ଯୋଗୁ ଦୁର୍ନୀତି ହ୍ରାସ ପାଇବା ସହିତ ପୁରୁଷ ପ୍ରଧାନ ସମାଜରେ ସେମାନେ ମୁଣ୍ଡଟେକି ଚାଲିବାକୁ ସକ୍ଷମ ହେଉଛନ୍ତି। ଏହାଛଡ଼ା ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ନିମନ୍ତେ ଆସନ ସଂରକ୍ଷଣ ଲାଗି ନବୀନ ବି ଦାବି ଉଠାଇଛନ୍ତି।
କେବଳ ମହିଳାଙ୍କୁ ରାଜନୀତିକୁ ଆଣିବା ନୁହେଁ, ରାଜ୍ୟର ବାଳିକାମାନଙ୍କ ବିକାଶ କ୍ଷେତ୍ରରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବାଳିକା ସ୍ବାସ୍ଥ୍ୟସେବାର ବିକାଶ ଲାଗି କାର୍ଯ୍ୟକାରୀ ହେଉଛି ‘ଖୁସି’ ଯୋଜନା। ବିଦ୍ୟାଳୟରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସ୍ବଳ୍ପ ମୂଲ୍ୟରେ ନାପକିନ୍‌ ଯୋଗାଣ ହେଉଛି। ବାଳିକାମାନଙ୍କୁ ବିଦ୍ୟାଳୟରେ ମାଗଣା ପୋଷାକ ସହିତ ନବମ ଶ୍ରେଣୀରେ ପଢୁଥିବା ପ୍ରତି ବାଳିକାଙ୍କୁ ସାଇକେଲ ଯୋଗାଣ ହେଉଛି। ସେହିଭଳି ପାଠପଢ଼ା କ୍ଷେତ୍ରରେ ବାଳିକାମାନଙ୍କୁ ଆଦୌ ଫି ଦେବାକୁ ପଡୁନାହିଁ। ରାଜ୍ୟର ଅଧିକରୁ ଅଧିକ ବାଳିକା ଯେଭଳି ବିଦ୍ୟାଳୟକୁ ଆସି ଶିକ୍ଷା ଗ୍ରହଣ କରିବେ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। କାରଣ ସରକାର ଭଲ ଭାବେ ଜାଣିଛନ୍ତି ଆଜିର ଝିଅଟି ଯେତେବେଳେ କାଲି ମା’ ହେବ ସିଏ ନିଶ୍ଚିତ ଭାବେ ତା’ର ପିଲାଙ୍କୁ ଶିକ୍ଷିତ କରିବ। ସେଥିପାଇଁ କୁହାଯାଇଛି- ମା’ ହେଲେ ପାଠୋଇ ଦେଶ ଯିବ ଆଗେଇ।
ମହିଳାମାନେ ଯେଭଳି ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗର୍ଭବତୀ ମହିଳାଙ୍କ ଲାଗି କାର୍ଯ୍ୟକାରୀ ହେଉଛି ଜନନୀ ସୁରକ୍ଷା ଯୋଜନା। ଏହି ଯୋଜନାରେ ପ୍ରସୂତିମାନଙ୍କୁ ସରକାର ୫ହଜାର ଟଙ୍କା କରି ଯୋଗାଇ ଦେଉଛନ୍ତି। କେବଳ ଅର୍ଥ ନୁହେଁ ଅଙ୍ଗନଓ୍ବାଡି ଜରିଆରେ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ସହିତ ପ୍ରସବକାଳୀନ ସମସ୍ତ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏପରିକି ଘରୁ ଡାକ୍ତରଖାନାକୁ ନେବା ଆଣିବା ଖର୍ଚ୍ଚ ମଧ୍ୟ ସରକାର ତୁଲାଉଛନ୍ତି। ପ୍ରସୂତିମାନଙ୍କ ଲାଗି ସ୍ବତନ୍ତ୍ର ଭାବେ ଚାଲିଛି ୧୦୨ ଆମ୍ବୁଲାନ୍ସ। ସେହିଭଳି ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟରେ ରହିଛି ମହିଳା ଥାନା। ଏଠାରେ ସମସ୍ତ ପୋଲିସ କର୍ମଚାରୀ ହେଉଛନ୍ତି ମହିଳା, ଯାହାଫଳରେ ରାତି ଅଧରେ ବି ଜଣେ ମହିଳା ବିନା ଭୟରେ ଏଠାକୁ ନ୍ୟାୟ ପାଇଁ ଯାଇପାରୁଛି। ଏହାଛଡ଼ା ମହିଳା ବ୍ୟାଙ୍କ୍‌ ମଧ୍ୟ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି। ଏଠାରେ ବି ସମସ୍ତ କର୍ମଚାରୀ ମହିଳା ହୋଇଥିବାରୁ ରାଜ୍ୟର ମହିଳାମାନେ ଅତି ସହଜରେ ସେଠାରେ ବ୍ୟାଙ୍କ କାରବାର କରିପାରୁଛନ୍ତି।
ମହିଳାଙ୍କ ସୁରକ୍ଷା ଓ ଆର୍ଥିକ ବିକାଶ ପାଇଁ ସରକାର ଆଉ ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ତାହା ହେଲା ଖାଦ୍ୟ ସୁରକ୍ଷା ଯୋଜନାର ରାଶନ କାର୍ଡଟି ମହିଳାଙ୍କ ନାଁରେ ଜାରି ହେଉଛି। ଫଳରେ ପୁରୁଷମାନେ ଯେଭଳି ଖାଦ୍ୟ ସାମଗ୍ରୀକୁ ଲୁଚାଛପାରେ ବିକ୍ରିକରି ସେହି ଅର୍ଥରେ ମଦ ପିଇ ଦେଉଥିଲେ ତାହା ଆଉ ସହଜରେ ହେଉନାହିଁ। ଫଳରେ ଅନେକ ଗରିବଙ୍କ ପରିବାର ଉଜୁଡିଯିବାରୁ ରକ୍ଷା ପାଇଯାଇଛି। ସେହିଭଳି ଜମି ପଟ୍ଟାଠାରୁ ଆରମ୍ଭକରି ବିଦ୍ୟାଳୟରେ ପିଲାଙ୍କ ସାର୍ଟିଫିକେଟରେ ମଧ୍ୟ ମା’ ଓ ବାପାଙ୍କ ନାମ ରଖିବା ବାଧ୍ୟତାମୂଳକ ହୋଇଛି। ସମ୍ପତ୍ତି ଉପରେ ପୁରୁଷଙ୍କ ଭଳି ମହିଳାଙ୍କ ସମାନ ଅଧିକାର ବି ସରକାର ଦେଇଛନ୍ତି।
ମହିଳାଙ୍କୁ ସୁରକ୍ଷା, ସେମାନଙ୍କ ଆର୍ଥିକ ବିକାଶ, ଅଧିକାର ପ୍ରଦାନ ଆଦି ସବୁ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଯୋଗୁ ରାଜ୍ୟର ମହିଳାଙ୍କ ଭରସା ତାଙ୍କ ଉପରେ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ମଧ୍ୟ ପ୍ରତି ନିର୍ବାଚନରେ ଦେଖିବାକୁ ମିଳୁଛି। ରାଜ୍ୟର ଅଧିକାଂଶ ମହିଳା ଭୋଟ ନବୀନଙ୍କ ନିକଟକୁ ଯାଉଛି। ବିଜେଡି ସପକ୍ଷରେ ଅନେକ ମହିଳା ବାହାରୁଛନ୍ତି। କାରଣ ସେମାନେ ଜାଣିଛନ୍ତି ବିଗତ ଦିନରେ ସରକାରମାନେ ସେମାନଙ୍କ ଲାଗି ଯେତେ ପଦକ୍ଷେପ ଗ୍ରହଣ କରିବେ ତାହାଠାରୁ ଢେର ଅଧିକ ନବୀନ କାର୍ଯ୍ୟକାରୀ କରିଛନ୍ତି। ନବୀନଙ୍କ ଉପରେ ରାଜ୍ୟର ମହିଳାଙ୍କ ଭରସା ଥିବାବେଳେ ମୁଖ୍ୟମନ୍ତ୍ରୀ ବି ସେମାନଙ୍କ ଲାଗି ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଧାନ କିଣା ହେଉ ବା ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ ଦାୟିତ୍ୱ ସବୁକିଛି ମହିଳାଙ୍କ ହାତରେ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମଗ୍ର ଦେଶରେ ଏଭଳି ନିଆରା ପଦକ୍ଷେପ ଏବେ ମହିଳାଙ୍କ ଭରସାକୁ ଆହୁରି ବଢ଼ାଇବାରେ ଲାଗିଛି। ଆଗାମୀ ଦିନରେ ଯେ ଏହା ଆହୁରି ବୃଦ୍ଧି ପାଇବ ଏଥିରେ କୌଣସି ଦ୍ୱିମତ ନାହିଁ।
– ଗଣମାଧ୍ୟମ ଉପଦେଷ୍ଟା, ଓଡ଼ିଶା ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri