ମହାମାରୀରୁ ରକ୍ଷା ଲାଗି ବାହାରିଲେ ସୁଦର୍ଶନ ମହାପ୍ରଭୁ

ବାରିପଦା ଅଫିସ, ୧୭ା୪-ମହାମାରୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ସମସ୍ତେ ଚେଷ୍ଟିତ। ହିନ୍ଦୁ ପରମ୍ପରା ଅନୁଯାୟୀ ଯେତେବେଳେ ମାନବସମାଜ ବିପଦରେ ପଡ଼େ ସେହି ସମୟରେ ପ୍ରଭୁଙ୍କ ଶରଣାପନ୍ନ ହୋଇଥାଏ। ମହାମାରୀ କବଳରୁ ଜୀବଜଗତକୁ ରକ୍ଷା କରିବା ପାଇଁ ମହାପ୍ରଭୁ ମନ୍ଦିରରୁ ବାହାରକୁ ବାହାରି ଆସିଥାନ୍ତି। ଦୀର୍ଘ ବର୍ଷ ହେବ ରହି ଆସିଥିବା ଏହି ବିଶ୍ୱାସ ଓ ପରମ୍ପରାର ପ୍ରତିଫଳନ ମୟୂରଭଞ୍ଜ ଜିଲା ବାରିପଦାଠାରେ ଦେଖିବାକୁ ମିଳିଛି। ଏଠାକାର ହରି ବଳଦେବଜୀଉ ମନ୍ଦିରରେ ପୂଜା ପାଉଥିବା ଶ୍ରୀସୁଦର୍ଶନ ମହାପ୍ରଭୁ ସମାଜର ମଙ୍ଗଳ ନିମନ୍ତେ ଶୁକ୍ରବାର ମନ୍ଦିରରୁ ବାହାରି ନଗର ପରିକ୍ରମା କରିଛନ୍ତି। ଦୀର୍ଘ ୨୦୦ବର୍ଷରୁ ଊର୍ଦ୍ଧ୍ୱ ହେବ ରାଜତନ୍ତ୍ର ସମୟରେ ବିଶ୍ୱରେ ଦେଖାଦେଇଥିବା ମହାମାରୀର ମୂଳପୋଛ ନିମନ୍ତେ ଜଗନ୍ନାଥଙ୍କ ପ୍ରତିନିଧି ଭାବେ ଶ୍ରୀ ସୁଦର୍ଶନ ମହାପ୍ରଭୁ ମନ୍ଦିରରୁ ବାହାରି ରାଜଉଆସକୁ ଯାଇଥିବା କଥିତ ରହିଛି। ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱ ମହାମାରୀ କରୋନା ଦାଉରୁ ସମାଜକୁ ବଞ୍ଚାଇବା ପାଇଁ ଜଗତର ନାଥ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ପାଟ ପଟୁଆର ସହ ମନ୍ଦିରରୁ ବାହାରି ଶ୍ରୀ ସୁଦର୍ଶନ ମହାପ୍ରଭୁ ପୁରୁଣା ରାଜଉଆସକୁ ବିଜେ କରିଥିଲେ। ସେଠାରେ ମହାପ୍ରଭୁଙ୍କ ବିଧିବଦ୍ଧ ପୂର୍ଜାଚ୍ଚନା କରାଯାଇଥିଲା। ପରେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ବିଗ୍ରହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପୂର୍ବରୁ ବିଶ୍ୱାସ ରହିଥିବା ଏହି ପୂର୍ଜାଚ୍ଚନା ଦ୍ୱାରା ମାନବ ସମାଜକୁ ପୁଣି ଥରେ ସୁସ୍ଥ କରି ମହାମାରୀ କରୋନା ପ୍ରଭାବରୁ ଲୋକମାନଙ୍କୁ ମୁକ୍ତି ମିଳିବ ବୋଲି ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଅରୁଣ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଉପଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥତିରେ ସମାଜିକ ଦୂରତା ପାଳନ କରାଯାଇ ପୂଜା ବିଧି ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri