ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୈରାତ ନିଲାମ: ଚୋରି ପାଇଁ ପ୍ରଶ୍ରୟ ଦେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୨୮।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସୈରାତକୁ ନିଲାମରେ ନେଇ ଲୁଟ୍‌ ପାଇଁ ପ୍ରତିଯୋଗିତା ଚାଲିଛି। ସୈରାତ ନିଲାମ କରି କୋଟି କୋଟି ଟଙ୍କାର ରାଜସ୍ବ ହଡପ ହେଉଛି। ଚୋରି କରି ବଡ ହେବାକୁ ମନ୍ଦିର ପ୍ରଶାସନ ଦେଉଛି ସୁଯୋଗ। ହାତଛଡା କରିନାହାନ୍ତି ଖଣି ଓ କ୍ରଶର ମାଲିକ। ହେଲେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଚଢ଼ାଉ ପରେ ଲୁଟ୍‌ରେ ଲଗାମ ଲାଗିଛି। ଖଣି ଖନନ ଓ କ୍ରଶର ବନ୍ଦ ହୋଇଯାଇଛି। ଏସ୍‌ଟିଏଫ୍‌ ହାତରେ ଲାଗିଛି ଅନିୟମିତତାର ଫାଇଲ୍‌। ଅନିୟମିତତାର ଫାଇଲକୁ ଶୀତଳଭଣ୍ଡାରରେ ଫୋପାଡିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ମୁକୁଳିବା ପାଇଁ ଖଣି ଓ କ୍ରଶର ମାଲିକ ଛାନିଅଁା ହୋଇ ରାଜନେତାଙ୍କ ଶରଣରେ ପଶିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଖୋର୍ଦ୍ଧା ସବ୍‌ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା, ବେଗୁନିଆ, ଟାଙ୍ଗୀ ତହସିଲରେ ୭୩ଟି ସୈରାତ୍‌ ରହିଛି। ଏଥିରୁ ୨୦୧୫ରେ ୫ ବର୍ଷ ପାଇଁ ୧୮ଟି ସୈରାତ୍‌ ନିଲାମ ହୋଇଥିଲା। ତେବେ କେହି ୱାର୍କ ଅର୍ଡର କି ୱାଇ ଫର୍ମ ପାଇ ନ ଥିଲେ। ତେବେ ୱାଇ ଫର୍ମ ନ ଥାଇ ସରକାରୀ ନୀତି ନିୟମକୁ ଶୀତଳଭଣ୍ଡାରକୁ ଫୋପାଡି ଖଣି ଖନନ କରାଗଲା। କ୍ରଶରରେ ବେଆଇନ ଭାବେ ବଜୁରି, ଚିପ୍‌ସ ଓ ଡଷ୍ଟ ଗୁଣ୍ଡକୁ କରାଯାଇ ବାହାରକୁ ଚୋରାଚାଲାଣ କରାଗଲା। ପ୍ରାୟ ୩ ବର୍ଷ ଧରି ଏ ପ୍ରକ୍ରିୟା ଚାଲୁ ରହିଲା। ଅଭିଯୋଗ, ପ୍ରତିବାଦ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ସୁଫଳ ମିଳି ନ ଥିଲା। ଗୁଣ୍ଡାଗିରି, ମାରପିଟ୍‌, ଧମକଚମକ ଦେଇ ଦିନ ଦ୍ୱିପ୍ରହରରେ ପାହାଡକୁ ବ୍ଲାଷ୍ଟିଂ କରାଗଲା। ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ବଜୁରି, ଚିପିସ୍‌, ଡଷ୍ଟ ଗୁଣ୍ଡ ଅବାଧରେ ଚୋରା ଚାଲାଣ ହେଲା। ପ୍ରଶାସନର ସହଯୋଗ ଓ ରାଜନେତାଙ୍କର ଆଶୀର୍ବାଦ କାରଣରୁ ସବୁ କିଛି ଠିକ୍‌ ଠାକ୍‌ ଚାଲିଲା। ୩ ବର୍ଷର ଲୁଟ୍‌ର ଅନିୟମିତତାକୁ ଯାଞ୍ଚ କରାଗଲେ ଅନେକ ଗୁମର ଖୋଲିବ। ପରେ ୨୦୧୮ରେ ପୁଣି ୪୨ ସୈରାତ୍‌କୁ ୧୦ ବର୍ଷ ପାଇଁ ନିଲାମ ଦିଆଗଲା। ହେଲେ ପୂର୍ବଧାରାରେ ୱାର୍କ ଅର୍ଡର ନ ଦେଇ ପୁଣି ଲୁଟ୍‌ ଚାଲିଲା। ବିଭିନ୍ନ ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ, ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ପ୍ରଶାସନ ବା ରାଜନୈତିକ କ୍ଷେତ୍ରରେ ହେଉ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଏହି ବେଆଇନ କାର୍ଯ୍ୟରେ ହାତଗୁଞ୍ଜା ପାଉଥିବାରୁ ସବୁ କିଛି ଶୀତଳଭଣ୍ଡାରକୁ ପୁଣି ଚାଲିଗଲା। ପୁଣି ପୂର୍ବବତ ଲୁଟ୍‌ ଚାଲିଲା। ହେଲେ ଏସ୍‌ଟିଏଫର ଚଢ଼ାଉ ସବୁ କିଛି ବିଗାଡି ଦେଲା। ଏସ୍‌ଟିଏଫର ଧରପଗଡ ପରେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ୬ଟି ପାହାଡ ୱାର୍କ ଅର୍ଡର ପାଇଥିଲେ। ପରେ ୱାଇ ଫର୍ମ ବି ଯୋଗାଇ ଦିଆଗଲା ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri