ମହାନଦୀ ପୋଲକୁ ବିପଦ ଭାରିଯାନ: ଅଟକି ରହୁଛି ଶତାଧିକ ଟ୍ରକ

ପାରାଦୀପ,୨୩।୮(ସ୍ବ.ପ୍ର.): ପାରାଦୀପ-ଚଣ୍ଡିଖୋଲ ୫ନଂ (କ) ଜାତୀୟ ରାଜପଥର ଭୂତମୁଣ୍ଡାଇଠାରେ ମହାନଦୀ ଉପରେ ନିର୍ମାଣ ହୋଇଛି ଏକ ବୃହତ ପୋଲ। ୯୭୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲ ଉପରେ ଏବେ ଶତାଧିକ ଭାରିଯାନ ଧାଡ଼ିରେ ଅଟକି ରହୁଛି। ଅର୍ଥାତ୍‌ ପୋଲର ଗୋଟିଏ ପାର୍ଶ୍ୱରେ ମାଲବୋଝେଇ ପ୍ରାୟ ୧୦୬ଟି ୧୪ ଚକିଆ ଟ୍ରକ୍‌ ସ୍ଥିର ହୋଇ ରହୁଛି। ସେହି ପୋଲର ଡାହାଣ ପାର୍ଶ୍ୱରେ ଅନ୍ୟ ଭାରିଯାନ ଚଳାଚଳ କରୁଛି। ତେଣୁ ପ୍ରାୟ ସବୁ ସମୟରେ ପୋଲରେ ଭୂକମ୍ପ ସୃଷ୍ଟି ହେଲା ଭଳି ଅନୁଭବ ହେଉଛି। ୧୦୬ଟି ଗାଡିର ଓଜନ ପ୍ରାୟ ୫ ହଜାର ମେଟ୍ରିକ ଟନ୍‌ ପାଖାପାଖି ରହୁଛି। କାରଣ ଗୋଟିଏ ୧୪ ଚକିଆ ବୋଝେଇ ଗାଡିର ଓଜନ ୪୨ ଟନ୍‌ ହେବ। ଏମିତି ଅବସ୍ଥା ସବୁଦିନ ସବୁ ସମୟରେ ଦେଖିବାକୁ ମିଳୁଛି। ପୋଲ ଉପରେ ଟ୍ରକ୍‌ଗୁଡିକ ଧାଡ଼ିରେ ନ ରଖିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରାୟତଃ ବାରଣ କରାଯାଇଥାଏ। କିନ୍ତୁ ଏହାକୁ କୌଣସି ଟ୍ରକ୍‌ ଚାଳକ ପାଳନ କରୁନାହାନ୍ତି। ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ମଧ୍ୟ ସେପରି କିଛି ଅଙ୍କୁଶ ଲଗାଯାଉନାହିଁ। ପ୍ରାୟ ଅଧିକାଂଶ ଗାଡି ମାଲିକ ଓ ଚାଳକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯାଗିତା ଚାଲିଛି କିଏ ଆଗ ପାରାଦୀପରେ ପହଞ୍ଚତ୍ ପଣ୍ୟ ଖଲାସ କରିବ। ଦୈନିକ ୭ରୁ ୮ ହଜାର ଟ୍ରକ୍‌ ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲାର ଦୁହୁରିଆ ପର୍ଯ୍ୟନ୍ତ ଲାଇନ୍‌ ଲଗାଉଛନ୍ତି। ସେହି ରାସ୍ତାରେ ଥିବା ପ୍ରାୟ ସବୁ ପୋଲ ଉପରେ ଏଭଳି ଅବସ୍ଥା। ଅନ୍ୟ ପୋଲଗୁଡିକ ଛୋଟ ଥିବାରୁ ସେଠାରେ ବିପଦ ପ୍ରାୟତଃ ବାହାରକୁ ଜଣାପଡ଼େନାହିଁ। କିନ୍ତୁ ମହାନଦୀ ପୋଲ ଲମ୍ବା ଏବଂ ସେଥିରେ ଗାଡି ରହିବା ଯୋଗୁ ଅଧିକାଂଶ ସମୟ ତାହା ଦୋହଲୁଛି। ଏହି ପୋଲର ସୀମା ଅର୍ଦ୍ଧେକ କେନ୍ଦ୍ରାପଡ଼ା ଓ ଅର୍ଦ୍ଧେକ ଜଗତ୍‌ସିଂହପୁର ଜିଲାରେ ଯାଉଛି। ଏପରି ଦୈତ୍ୟ ଜିଲା ଅଧୀନ ସୀମା ଯୋଗୁ ଦୁଇ ଜିଲାର ପ୍ରଶାସନ ବିଶେଷ ଧ୍ୟାନ ଦେଉନାହାନ୍ତି। ରାଜପଥ କର୍ତ୍ତୃପକ୍ଷ ମଧ୍ୟ କୌଣସି ଅଙ୍କୁଶ ଲଗାଉନାହାନ୍ତି। ଗୋଟିଏ ଲାଇନ୍‌ରେ ଗାଡି ଅଧା ପୋଲକୁ ଅକ୍ତିଆର କରିବା ଏବଂ ଆଉ ଅର୍ଦ୍ଧେକ ରାସ୍ତାରେ ଅନ୍ୟ ଗାଡି ଚଳାଚଳ ଯୋଗୁ ରାସ୍ତା ସଙ୍କୁଚିତ ହେଉଛି। ଯଦ୍ଦ୍ବାରା ସେହି ସ୍ଥାନରେ ଏହି କାରଣ ପାଇଁ ଦୁର୍ଘଟଣା ଘଟୁଛି। ମଙ୍ଗଳବାର ଧାଡ଼ିରେ ଥିବା ଟ୍ରକ୍‌ରୁ ଜଣେ ହେଲ୍‌ପର ଡୋର ଖୋଲି ଓହ୍ଲାଇବାବେଳେ ପଛରେ ଆସୁଥିବା ଏକ ଟାଟା ଏସିଇ ଗାଡି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହିପରି ଅନେକ ଦୁର୍ଘଟଣା ଘଟୁଛି। କେତେକ ଟ୍ରକ୍‌ ଚାଳକ ଡୋର ଖୋଲିବା ବେଳେ ବାଇକ ଚାଳକ ବାଡେଇ ହେବା ସାଧାରଣ ଘଟଣା ପାଲଟିଗଲାଣି। ମହାନଦୀ ପୋଲ ଉପରେ ଭାରିଯାନ ରହିବାକୁ କଟକଣା କରା ନ ଗଲେ କେତେବେଳେ ଯେ ଅଘଟଣ ନ ଘଟିବ ସେ କଥା କହିହେବନାହିଁ। ଦୁଇ ଜିଲା ପ୍ରଶାସନ ଓ ରାଜପଥ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri