ମହାନଦୀ ଜଳରେ ଭାସୁଛି ନବଜାତ ଶିଶୁପୁତ୍ରର ମୃତଦେହ

ଭାପୁର,୧୭।୧(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ପଞ୍ଚାୟତ ନଣ୍ଡାବର ଗ୍ରାମ ନିକଟ ମହାନଦୀର ଘାଟତୁଠରେ ଶୁକ୍ରବାର ଏକ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଦେଖାଯାଇଛି। ଏହା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଫତେଗଡ଼ ଥାନା ଏସ୍‌ଆଇ ନିରଞ୍ଜନ ବଡ଼ଜେନାଙ୍କ ସହ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛନ୍ତି। ତେବେ ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରୁ କେହି ଏଭଳି କାଣ୍ଡ ଭିଆଇଥିବା ଆଲୋଚନା ହେଉଛି।