ମହାନଦୀରେ ବୁଡ଼ି ହାତୀ ଶାବକ ମୃତ

 

ସୋନପୁର/ଉଲୁଣ୍ଡା, ୮।୧୨(ନି.ପ୍ର./ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମହାନଦୀର ବାଘପାଲି ଘାଟ ନିକଟ ପାଣିରେ ବୁଡ଼ି ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ଶନିବାର ସକାଳ ୬ଟାରେ ଏହି ଘଟଣା ଘଟିଛି । ମୃତ ଅଣ୍ଡିରା ହାତୀ ଶାବକଟି ୪୫ରୁ ୬୦ ଦିନର। ତା’ର ଲମ୍ବ ୧୬୨ ସେଣ୍ଟିମିଟର ଓ ଉଚ୍ଚତା ୮୦ ସେଣ୍ଟିମିଟର ବୋଲି ବନ ବିଭାଗ କହିଛି ା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ବନ ବିଭାଗ ଗାତ ଖୋଳି ମୃତଦେହକୁ ନଦୀବନ୍ଧରେ ପୋତି ଦେଇଛି। ହାତୀ ଶାବକଟି ନଦୀ ପାର ହେବାକୁ ଚେଷ୍ଟା କରିଥିଲା ା ହେଲେ ପାଣିରେ ବୁଡି ଶାବକର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତ୍ୟୁର ଠିକ୍‌ କାରଣ ଜାଣିବା ପାଇଁ ମୃତଦେହର ବିଭିନ୍ନ ଅଂଶକୁ କାଟି ସଂରକ୍ଷିତ କରି ରଖାଯାଇଛି । ଏହା ବନ୍ୟଜନ୍ତୁ ଫୋରେନସିକ୍‌ ଲାବୋରେଟୋରିକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ କହିଛନ୍ତି ।
ପ୍ରକାଶ ଯେ, ଖାଦ୍ୟ ଅନ୍ବେଷଣରେ ସମ୍ବଲପୁର ଜିଲା ରେଢାଖୋଲ ଜଙ୍ଗଲରୁ ଏକ ହାତୀପଲ ସୁବର୍ଣ୍ଣପୁର ବନଖଣ୍ଡକୁ ଚାଲି ଆସିଥିଲେ। ସେମାନେ ଗତ ଦେଢମାସ ହେବ ଜିଲାର ବିନିକା ଓ ଉଲୁଣ୍ଡା ଜଙ୍ଗଲ ଅଞ୍ଚଳରେ ରହି ବ୍ୟାପକ ପାଚିଲା ଧାନ ଫସଲ ଖାଇ ଓ ପାଦରେ ଦଳି ନଷ୍ଟ କରୁଥିଲେ। ବନବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଶୁକ୍ରବାର ହାତୀପଲ ସୋନପୁର ବନାଞ୍ଚଳର କୀର୍ତ୍ତିପୁର ଜଙ୍ଗଲରେ ଥିଲେ । ରାତିରେ ଅଙ୍ଗନଦୀ ପାର ହୋଇ ବିନିକା ପଟକୁ ଯାଇଥିଲେ। ଶନିବାର ସକାଳେ ଏହି ପଲ ମହାନଦୀ ପାର ହୋଇ ଉଲୁଣ୍ଡା ଜଙ୍ଗଲକୁ ଯାଉଥିଲେ। ପଲରେ ମୋଟ ୨୪ଟି ହାତୀ ଥିଲେ। ସେଥିମଧ୍ୟରୁ ୨୦ଟି ମାଈ, ୨ଟି ଅଣ୍ଡିରା(ଦନ୍ତା) ଓ ୨ଟି ଶାବକ । ଗୋଟିଏ ଶାବକର ଶନିବାର ମୃତ୍ୟୁ ହୋଇଛି । ଶାବକଟି ନଦୀରେ ବୁଡି ଯିବା ପରେ ବଡ ହାତୀମାନେ ତାକୁ ଶୁଣ୍ଢରେ ଟାଣି ନଦୀ ଆଡିକୁ ଆଣିଥିଲେ। ଟାଣିବା ସମୟରେ ଶାବକର ଶୁଣ୍ଢରେ କ୍ଷତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ବହୁ ସମୟ ଧରି ହାତୀପଲ ନଦୀ କୂଳରେ ଅଟକି ରହିଥିଲେ । ପରେ ସେମାନେ ସ୍ଥାନୀୟ ବଡାଲି ପାହାଡକୁ ଚାଲି ଯାଇଛନ୍ତି। ଖବର ପାଇ ବନଖଣ୍ଡ ଅଧିକାରୀ ସାମନ୍ତରାୟ, ସହକାରୀ ବନ ସଂରକ୍ଷକ ସୁଶୀଲ କୁମାର ତ୍ରିପାଠୀ, ବନପାଳ ଦୀନେଶ ମାଝି ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଡିଏଫ୍‌ଓ ଘଟଣା ସମ୍ପର୍କରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟଜନ୍ତୁ)ଙ୍କୁ ରିପୋର୍ଟ କରିଛନ୍ତି । ଉଲୁଣ୍ଡା ବ୍ଲକ ପ୍ରାଣୀ ଅଧିକାରୀ(ବିଭିଓ) ଡାକ୍ତର ସତ୍ୟନାରାୟଣ ସାହୁ ହାତୀ ଶାବକର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଭଉଣୀ ଘରକୁ ଯିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ…

ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା…

ପ୍ରେମିକ ଜେଲ୍‌ରେ, ଘରକୁ ଗଲେ ନବବଧୂ : ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ନୂଆମୋଡ

ତରଭା,୨୬ା୨(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ପୋଲିସ ସମ୍ବଲପୁରରୁ ଉଦ୍ଧାର କରିଥିବା ନବବଧୂଙ୍କୁ ବୁଧବାର ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି l ସେ ମା’ଙ୍କ ସହିତ ଘରକୁ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri