ମହରଗରୁ ଯାଇ କାନ୍ତାରରେ

ନାମକରଣ କରିବାରେ ଆମ ଦେଶର ସରକାର ବହୁ ଆଗରେ ରହିଛନ୍ତି। କଂଗ୍ରେସ ସମୟରେ ସବୁକିଛି ଗାନ୍ଧୀ ପରିବାର ନାମରେ କରାଯାଉଥିଲା। ଦିଲ୍ଲୀର ପାଲାମ ବିମାନ ବନ୍ଦରକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ କନ୍ନଟ ପ୍ଲେସ୍‌କୁ ରାଜୀବ ଗାନ୍ଧୀ ଚୌକ୍‌ ଭାବେ ନାମିତ କରିବାଠାରୁ ଆରମ୍ଭ କରି ଦେଶବ୍ୟାପୀ ରାସ୍ତା, ଛକ, ଖେଳପଡ଼ିଆ, ପ୍ରମୋଦ ଉଦ୍ୟାନ, ଶିକ୍ଷାନୁଷ୍ଠାନ ଭଳି ପ୍ରାୟ ସବୁକିଛି କେତେକ ରାଜନୈତିକ ବ୍ୟକ୍ତିଙ୍କ ନାମରେ ନାମିତ ହେଉଥିବା ବେଳେ ଏବେ ଏକ ନୂଆ ଢାଞ୍ଚା ଆରମ୍ଭ ହୋଇଛି। ମୋଦି ସରକାର କ୍ଷମତାସୀନ ହେବାଠାରୁ ବିଭିନ୍ନ ଯୋଜନାକୁ ଆକର୍ଷଣୀୟ ନାମ ଦିଆଯାଇ ସେଗୁଡ଼ିକୁ ଜନସାଧାରଙ୍କ ଦ୍ୱାରା ଗ୍ରହଣୀୟ କରିବାର ଚେଷ୍ଟା ହେଉଛି। ଅବଶ୍ୟ ପୂର୍ବ କଂଗ୍ରେସ ସରକାର ଅମଳର କେତୋଟି ଯୋଜନାର ନାମ ପରିବର୍ତ୍ତନ କରାଯାଇଛି, ଯଥା-ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାକୁ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା କରାଯାଇଛି। ଏହିଭଳି ଆହୁରି ଅନେକ ପୁରୁଣା କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ମୌଳିକ କାର୍ଯ୍ୟରେ କୌଣସି ପରିବର୍ତ୍ତନ ବା ଉନ୍ନତି ଦେଖିବାକୁ ମିଳୁନାହିଁ।
ସବୁଠାରୁ କୌତୂହଳପୂର୍ଣ୍ଣ ହେଉଛି ନୂତନ ଯୋଜନାଗୁଡ଼ିକର ଗୋଟିଏପଟେ ଅପମୃତ୍ୟୁ ଘଟୁଥିବା ବେଳେ, ଆହୁରି କେତେକ ନୂଆ ନାମଧାରୀ ଯୋଜନା ଗୋଟିଏ ପରେ ଗୋଟିଏ ଛେକରେ ଜନ୍ମ ନେଉଥିବାର ଦେଖାଯାଉଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ଲକ୍ଷ୍ୟକଲେ ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଷ୍ଟାଣ୍ଡ୍‌ ଅପ୍‌ ଇଣ୍ଡିଆ ଭଳି କାର୍ଯ୍ୟକ୍ରମରୁ ଆରମ୍ଭ କରି ବନ୍ଦେ ଭାରତ, ସମୁଦ୍ର ସେତୁଠୁ ନେଇ ଆରୋଗ୍ୟ ସେତୁ ପର୍ଯ୍ୟନ୍ତ ଭଳିକିଭଳି ନାମକରଣ ଦିଆଚାଲିଛି। ଏସବୁ କ୍ଷଣସ୍ଥାୟୀ ହୋଇଥିବାରୁ ସମ୍ଭବତଃ କେନ୍ଦ୍ର ସରକାରଙ୍କ ବିରାଟ ମନ୍ତ୍ରଣାଳୟ ଏଗୁଡ଼ିକର ନୂତନ ନାମ ବାହାର କରିବାରେ ଲାଗିରହିଥିବ। ପିଲାଦିନେ ଆଣ୍ଠୁରେ ଆଘାତ ହେଲେ ତୁଳା କିମ୍ବା ବ୍ୟାଣ୍ଡେଜ୍‌ ପରିବର୍ତ୍ତେ ପାଉଁଶ ଲଗାଇ ଦେଉଥିବାର ଅନେକଙ୍କ ମନେ ପଡ଼ିପାରେ। ଆଜିର ସରକାର କେବେହେଲେ ଭାବି ନ ଥିଲେ ଯେ ଭାରତ ଉପରେ ଚାଇନା ଆକ୍ରମଣ କରିବ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଚିନ୍ତାଧାରାରୁ ଜନ୍ମ ନେଇଥିବା ଭାରତୀୟ ଜନତା ପାର୍ଟି (ଭାଜପା) ସବୁବେଳେ ମୁସଲମାନ ବିରୋଧୀ ଦୃଷ୍ଟିକୋଣରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରିଆସିଛି। ଦେଶର ଅର୍ଥନୈତିକ ବିପର୍ଯ୍ୟୟ ସମୟରେ ଏହି ରାଜନୈତିକ ଦଳର କୌଣସି ସ୍ପଷ୍ଟ ଅର୍ଥନୈତିକ ଚିନ୍ତାଧାରା ନାହିଁ ବୋଲି ଏବେ ସଚେତନ ନାଗରିକ ପ୍ରମାଣ ପାଇସାରିଲେଣି। ମନେପଡ଼େ କିଛିବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚାଇନା ଗସ୍ତ ସମୟର ଘୋଷଣା। ଦେଶରେ ଆଭ୍ୟନ୍ତରୀଣ ସ୍ତରରେ କୌଣସି ଆଲୋଚନା ହୋଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବେଜିଂ ଭାଷଣରେ ଘୋଷଣା କରିଦେଲେ ଯେ ଚାଇନା ନାଗରିକଙ୍କୁ ଭାରତରେ ପର୍ଯ୍ୟଟନ ଭିଜା ବିମାନବନ୍ଦରରେ ଇଲେକ୍‌ଟ୍ରୋନିକ୍‌ ଭିଜା (ଇ-ଭିଜା) ଭାବେ ମିଳିପାରିବ। କିନ୍ତୁ ସାଧାରଣରେ ଉଭୟ ଦେଶ ଏହି ସୁବିଧା ଘୋଷଣା କରିବା କଥା। ଚାଇନା ତାହା କଲାନାହିଁ। କିନ୍ତୁ ଆମ ଭାରତରେ ସେହି ଘୋଷଣା ଲାଗୁ ହୋଇଗଲା। ଏହାବ୍ୟତୀତ ଚାଇନାକୁ ଏକ ବିରୋଧୀ ଦେଶର ତାଲିକାରୁ ହଟାଇଦେଲି ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଅନେକ ଆମଦାନୀ ଉପରେ ଟିକସ ଛାଡ଼ କରି ନିଜର ଭାବମୂର୍ତ୍ତି ବିରାଟକାୟ କରିବାକୁ ଚେଷ୍ଟା କଲେ। ସେହିଭଳି ଅନେକ ବ୍ୟବସାୟିକ ସୁବିଧା ମଧ୍ୟ ଚାଇନା କମ୍ପାନୀଗୁଡ଼ିକୁ ଦେବା ପାଇଁ ବହୁ ପ୍ରତିଶ୍ରୁତି ଦେଇ ଆସିଲେ ମୋଦି। ଏବେ ଜଣାପଡୁଛି, ଏହାସବୁ ସତ୍ତ୍ୱେ, ଚାଇନା କୌଣସିଭାବେ ସନ୍ତୁଷ୍ଟ ହୋଇପାରୁ ନାହିଁ। ନିକଟରେ ଚାଇନା ଆକ୍ରମଣରେ ୨୦ ଭାରତୀୟ ସୈନ୍ୟଙ୍କ ପ୍ରାଣହାନି ତାହା ପ୍ରମାଣିତ କରିଦେଉଛି। ଏହା ନିଶ୍ଚିତ ଭାବେ ଅନେକ ରାଜନୈତିକ ସମସ୍ୟା ସୃଷ୍ଟି କରିଦେଇଛି। ପାକିସ୍ତାନକୁ ଦୋଷ ଦେବା ସହଜ, କାରଣ ଭାରତୀୟ ହିନ୍ଦୁଙ୍କ ପାଇଁ ମୁସଲମାନମାନେ ଘୃଣ୍ୟ। ସେଥିପାଇଁ ସେହି ବାର୍ତ୍ତା ଜନସାଧାରଣଙ୍କୁ ପସନ୍ଦ ହୁଏ। ଅନ୍ୟପଟେ ଚାଇନା ଯେହେତୁ ଏକ ଅଣମୁସଲମାନ ଦେଶ ଏବଂ ତାହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ସବୁବେଳେ ନିଜର ବନ୍ଧୁ ଭାବେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଦର୍ଶାଇ ଆସିଛନ୍ତି ସେହେତୁ ଚାଇନା ବିରୋଧରେ କୌଣସି କଠୋର ମନ୍ତବ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇ ପାରୁନାହିଁ। ହୁଏତ ଚାଇନାର ଏହି ଆକ୍ରମଣ ଭାଜପାର ମୌଳିକ ରାଜନୈତିକ ଚିନ୍ତାଧାରାକୁ ବାଉଳା କରିଦେଇଛି। ମୁସଲମାନ ନ ଥିବା ଜାଗାରେ ହିନ୍ଦୁତ୍ୱର ଅସ୍ଥିତ୍ୱ ପ୍ରଶ୍ନବାଚୀରେ ପଡ଼ିିଯାଉଛି।
ଏହି ପ୍ରଚ୍ଛଦପଟରେ ଦେଖିଲେ କେନ୍ଦ୍ର ସରକାର ଏବେ ବାଟବଣା ହୋଇ ଶିଳ୍ପପତିମାନଙ୍କୁ ଏକ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି। କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ କରା ନ ଯାଇ ଘରୋଇ ଭାବେ ବଡ଼ ଶିଳ୍ପୋଦ୍ୟୋଗୀମାନଙ୍କୁ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ସମ୍ପର୍କରେ କେତେକ ତଥ୍ୟ ଦେବାକୁ କୁହାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ହାତଘଣ୍ଟା, କାନ୍ଥଘଣ୍ଟା, ଇଞ୍ଜେକଶନ୍‌ ଅମ୍ପୁଲ୍ସ, କାଚ ସାମଗ୍ରୀ, କେଶ ତୈଳ ଓ ଶାମ୍ପୁ, ଫେସ୍‌ ପାଉଡର, ଲିପ୍‌ଷ୍ଟିକ୍‌ ଭଳି କେତେକ ହାଲୁକା ସାମଗ୍ରୀ ଉପରେ ପ୍ରଶ୍ନ ପଚରା ଯାଇଛି। ପ୍ରଚାର କରାଯାଉଛି ଯେ, ଚାଇନାରୁ ଆମଦାନୀ ହେଉଥିବା ଏହି ଦ୍ରବ୍ୟକୁ କେନ୍ଦ୍ର ସରକାର ବାରଣ କରିବା ପାଇଁ ଚିନ୍ତା କରୁଛନ୍ତି। ପୂର୍ବରୁ କୁହାଯାଉଥିଲା ଚିନ୍ତା କରୁ କରୁ ପୁରୀ-ହାଓ୍ବଡ଼ା ଏକ୍ସପ୍ରେସ୍‌ ଷ୍ଟେଶନ ଛାଡ଼ିଦିଏ। କେନ୍ଦ୍ର ସରକାରଙ୍କ ସେଭଳି ପରିସ୍ଥିତି ହୋଇଛି। ପାଉଡର, ସ୍ନୋ ଏବଂ କେଶ ତୈଳକୁ ବୀରତ୍ୱର ସହିତ ଆମଦାନୀ ବନ୍ଦ କରିବାକୁ ଚିନ୍ତା କରୁଥିବା ସରକାର ନିଜ ତାଲିକାରୁ ମୋବାଇଲ ଫୋନ୍‌, ଟେଲିଭିଜନ, ଔଷଧ ପ୍ରସ୍ତୁତି ଲାଗି ମୌଳିକ ଉପାଦାନ ଯାହାକୁ ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଆଣ୍ଟ ବା ଏପିଆଇ କୁହାଯାଏ, ତାହାଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବୃହତ୍‌ କାରଖାନା ସବୁ ଚାଇନା ନିର୍ମିତ ହୋଇଥିବା ବେଳେ ସେଗୁଡ଼ିକ କେନ୍ଦ୍ର ସରକାରଙ୍କ ଦୃଷ୍ଟିରେ ପଡୁନାହିଁ। ଏହାବ୍ୟତୀତ ଯେଉଁ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଛି, ତାହା କେବଳ ବୃହତ୍‌ ଶିଳ୍ପପତିଙ୍କ ନିକଟକୁ ପଠାଯିବା ପଛରେ ମନ୍ଦ ଉଦ୍ଦେଶ୍ୟର ସଙ୍କେତ ମିଳୁଛି। ସମ୍ଭବତଃ ସରକାରଙ୍କ ଇଚ୍ଛା ହୋଇଥାଇପାରେ ଯେ ଚାଇନାରୁ ଆମଦାନୀ ବନ୍ଦ କରାଗଲେ ସେହିସବୁ ସାମଗ୍ରୀକୁ କେତେଜଣ ବଛା ଏବଂ ଶାସକଗୋଷ୍ଠୀର ନିକଟତର ବ୍ୟବସାୟୀଙ୍କ କୋଳରେ ରଖି ଦିଆଯିବ।
ଭାରତର ଲଢ଼େଇ କେବଳ ଗଲଓ୍ବାନ ଉପତ୍ୟକାରେ ବଳବାନ୍‌ମାନେ ଲଢ଼ିବେ ବୋଲି ଭାବିବା ଅନୁଚିତ। ଦେଶ ଭିତରେ ଚାଇନା ସାମଗ୍ରୀକୁ ବର୍ଜନ ଡାକରା ଦେଉଥିବା ଗୋଷ୍ଠୀ ବୁଝିବା ଦରକାର ଯେ, ମହରଗରୁ ଯାଇ କାନ୍ତାରରେ ପଡ଼ିବାର ପରିସ୍ଥିତି ସୃଷ୍ଟି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri