ମଷ୍ଟରରୋଲରେ ଅନିୟମିତତା

ପରଜଙ୍ଗ, ୧୨।୬(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କନ୍ତୁରୁ ପଞ୍ଚାୟତ ଅଧୀନ ଚାନ୍ଦପୁର ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବଡ଼ବନ୍ଧଠାରୁ ଭଣ୍ଡାରିପଶି ଯାଏ କରାଯାଉଥିବା ଫିଲ୍ଡ ଚ୍ୟାନେଲ କାମରେ ଜବ୍‌କାର୍ଡଧାରୀଙ୍କ କାର୍ଡରେ ଅନ୍ୟ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବା ଅଞ୍ଚଳବାସୀ ବ୍ଲକ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି। କେବଳ ଏତିକି ନୁହେଁ, ନିୟୋଜିତ ଶ୍ରମିକଙ୍କ ତୁଳନାରେ ମଷ୍ଟର ରୋଲ୍‌ରେ ଅଧିକ ଦର୍ଶାଯାଇଛି। କାର୍ଯ୍ୟ ପରିଚାଳନାରେ ନିୟୋଜିତ ଗଁା ସାଥୀ ଅନିୟମିତତାକୁ ସ୍ବୀକାର କରିବା ପରେ ଦୁର୍ନୀତିର ଚେର ଗହୀରକୁ ଲମ୍ବିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏବିଡିଓ କହିଛନ୍ତି।
ଗ୍ରାମ ସାଥୀ ନିମେଇ ଚରଣ ସାହୁଙ୍କ ନାମରେ ଏହି କାମର କାର୍ଯ୍ୟାଦେଶ ରହିଛି, ଯାହାର କୋଡ୍‌ ନଂ.୨୪୦୭୦୦୭୦୧୪/୧୦୪୩୦୧୮୨। ଏହାର ଅଟକଳ ମୂଲ୍ୟ ୫ ଲକ୍ଷ ଟଙ୍କା। ତେବେ ମଷ୍ଟରରୋଲ୍‌ରେ ୨୨ଜଣ ଶ୍ରମିକ କାର୍ଯ୍ୟ କରୁଥିବା ଦର୍ଶାଯାଇଥିବାବେଳେ ୧୪ଜଣ ଶ୍ରମିକ କାମ କରୁଛନ୍ତି। ସେହିପରି ଜବ୍‌କାର୍ଡଧାରୀଙ୍କ ବଦଳରେ ଅନ୍ୟ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଏ ନେଇ କେତେଜଣ ଗ୍ରାମବାସୀ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଗ୍ରାମ ସାଥୀ ନିଜ ପ୍ରତିକ୍ରିୟାରେ କୁହନ୍ତି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପିସି କାରବାର ହେଉଛି। ତେଣୁ ନିମ୍ନମାନର କାମ ହେବା ସ୍ବାଭାବିକ ବୋଲି ସେ ଅବାନ୍ତର ଯୁକ୍ତି ବାଢ଼ିଥିଲେ। ଜିଆର୍‌ଏସ୍‌ ମମତା ସାହୁ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ହେଲେ ଗଁା ସାଥୀଙ୍କ ପ୍ରରୋଚନାରେ ଏପରି କାମ ହେଉଥିବା ସେ କହିଛନ୍ତି। ଏଥିସହ ମଷ୍ଟର ରୋଲ୍‌ରେ ଦର୍ଶାଯାଇଥିବା ଅତିରିକ୍ତ ଶ୍ରମିକଙ୍କ ନାମ କାଟିଦିଆଯିବ ବୋଲି ଜିଆର୍‌ଏସ୍‌ କହିଥିଲେ। ଯନ୍ତ୍ରୀ ଇତିଶ୍ରୀ ଦେବୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅନିୟମିତତା ଅଭିଯୋଗ ଆସିବା ପରେ ଗଁା ସାଥୀଙ୍କୁ ତାଗିଦ୍‌ କରାଯାଇଛି। କାମର ମାନ ଠିକ୍‌ ନ ରହିଲେ ବିଲ୍‌ କରାଯିବ ନାହିଁ। ତେବେ ଗଁା ସାଥୀ ଆଣିଥିବା ପିସି କାରବାର ଅଭିଯୋଗ ଭିତ୍ତିହୀନ ବୋଲି ଯନ୍ତ୍ରୀ କହିଛନ୍ତି। ଏବିଡିଓ ଅଶୋକ ମିଶ୍ର କୁହନ୍ତି, ସେ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି। ତଥାପି ଯଦି ଏଭଳି ଅନିୟମିତତା ହୋଇଥାଏ, ତେବେ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri