Posted inଫୁରସତ

ମମତା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଜୟପୁର: ମମତାର ଡାକରେ ରହିଛି ଅଦ୍ଭୁତ ଶକ୍ତି। ସେଥିପାଇଁ ତ କୁହାଯାଏ, ମାଆର ପଣତକାନି ତଳେ ପିଲାମାନେ ସବୁବେଳେ ସୁରକ୍ଷିତ ରହିଥାନ୍ତି। ଠିକ୍‌ ଏମିତି କିଛି ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ। ପୁଅର ଅସୁସ୍ଥତା ଖବର ପାଇବା ମାତ୍ରେ ଛଅଟି ରାଜ୍ୟର ସୀମା ଡେଇଁ ପୁଅ ପାଖରେ ପହଞ୍ଚିଥିଲେ ଜଣେ ମାଆ। ଏହି ମହିଳା ଜଣକ ହେଉଛନ୍ତି କେରଳର କୋଟ୍ଟାୟାମ୍‌ ଜିଲା ପନାକାଚିର ଗାଁର ସିଲମ୍ମା। ପୁଅକୁ ଦେଖିବା ପାଇଁ ସେ ପ୍ରାୟ ଅଢ଼େଇ ହଜାର କିଲୋମିଟର ଯାତ୍ରା କରିଛନ୍ତି। ସିଲମ୍ମାଙ୍କ ପୁଅ ଅରୁଣ ରାଜସ୍ଥାନର ଜୈସାଲମେର ଠାରେ ବିଏସ୍‌ଏଫ୍‌ ଯବାନ ଭାବେ କାମ କରନ୍ତି। ଗତ ସପ୍ତାହରେ ଅରୁଣଙ୍କ ଦେହ ଖରାପ ହୋଇଥିବା ସିଲମ୍ମା ଖବର ପାଇଥିଲେ। ବିଏସ୍‌ଏଫ୍‌ ଅଧିକାରୀମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହି ଖବର ପାଇବା ପରେ ସିଲମ୍ମା ନିଜକୁ ଅଟକାଇ ପାରି ନ ଥିଲେ। ପୁଅ ପାଖକୁ ଯିବା ପାଇଁ ସେ ମନସ୍ଥ କରିଥିଲେ। କିନ୍ତୁ ଲକ୍‌ଡାଉନ୍‌ ହୋଇଥିବାରୁ ତାଙ୍କୁ କେଉଁଠିକୁ ବି ଯିବାର ଅନୁମତି ନ ଥିଲା। ମାଆର ବିକଳ ମନକୁ କିନ୍ତୁ କେହି ବି ଅଟକାଇ ପାରି ନ ଥିଲେ। ତେଣୁ ସେ ଜିଲା କଲେକ୍ଟରଙ୍କ ସହିତ କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅ ପାଖକୁ ଯିବାର ଅନୁମତି ଆଣିଥିଲେ। ଏହାପରେ ସେ ଏକ କାର୍‌ରେ ତାଙ୍କ ବୋହୂ ସହିତ ତିନି ଦିନ ଲଗାତର ଯାତ୍ରା କରିବା ପରେ ପୁଅ ପାଖରେ ପହଞ୍ଚିଥିଲେ। ଆଶ୍ଚର୍ଯ୍ୟର କଥା ସିଲମ୍ମା ପୁଅ ପାଖରେ ପହଞ୍ଚିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିଲା ଓ ସେ ଆଇସିୟୁରୁ ବାହାରି ଏବେ ୱାର୍ଡକୁ ଆସିଛନ୍ତି। ତେବେ ପୁଅ ପୂରା ଭଲ ହେଲେ ସାଙ୍ଗରେ ଘରକୁ ନେଇ ଆସିବା ପାଇଁ ଅପେକ୍ଷା କରିଛନ୍ତି ସିଲମ୍ମା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri