ମନ୍‌ବଲ ଆଗ୍‌କେ ବଢ଼ବାର ବାଟ କଢ଼ାସି

ଲାଠୋର, ୧୫ା୪ (ଡି.ଏନ୍‌.ଏ):
ସମାଜରେ ସଭେ ଜିଁବାର ଖାଏବାର ଲାଗି କିଛି ନାଇଁ କିଛି କରୁଛନ୍‌। କିଏ ବୁଧି ବିବେକ ଖଟେ ତ ଆର କିଏ ବାହାଜାଂଗଲ ମାଜି ହାଡ଼ଭଂଗା ପରିଶ୍‌ରମ କରି ନିଜର କୁଟୁମ ପୁଷୁଛନ୍‌। ହେଲେ ମୁନୁଷ୍‌ ମଜବୁତ ମନ୍‌ବଲ ସଂଗେ କମେଇ ଖାଏବାର ମନ୍‌ବୁରତି ରଖ୍‌ଲେ ଆପେ ଆଗ୍‌କେ ବଢ଼ବାର ବାଟ ଦିସ୍‌ସି। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାରେ।
ସୂଚନା ଅନ୍‌ସାରେ ଲାଠୋର ଗଁାର ସ୍ବାର୍ଗତ ନୃପ ହଂସକଁର ତୁରତୀଅ ପୁଓ ଛବି ହଂସ। ତାକର ପରିବାର କହେଲେ ମାଏକିନା, ଚାର ଝି’ ଆର ଦୁଇ ପୁଓକେ ନେଇ ସୁଖର ସଁସାର। ପରିବାରଟା ନିହାତି ଗରିବ୍‌, ଛବି ଫିଦିନ୍‌ ପରିଶ୍‌ରମ କରି ଯାହା କମଉଛନ୍‌ ସେଥ୍‌ରେ ଘର ଚଲବାର ସଂଗେ ପିଲାଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ତାକର ସଁପତି, ଜମିବାଡ଼ି ବଲି କିଛି ନାଇଁ, ସରକାରନୁ ପାଇଥିବାର ୩ ଡିସିମିଲ ଜାଗାରେ ଆବାସ ଯୋଜନାରେ ଗୁଟେ ପକାଘର ବନେଇ କୁଟୁମବସିଆ ରହୁଛନ୍‌। ସେ ଗୁଟେ ଗରିବ୍‌ ପରିବାରରେ ଜନମ୍‌ ହେଇଛନ୍‌, ଗରିବୀର ମାଡ଼ ସହିଛନ୍‌ ସତ୍‌। ହେଲେ ସବୁବେଲେ ମଜବୁତ ବନବଲ ନେଇ ଆଗ୍‌କେ ବଢ଼ିଛନ୍‌। ସେ ୧୨ ବଛର ବଏସୁ ଲାଠୋରରେ ଗୁଟେ ହୋଟେଲରେ ହପ୍‌ତାକ ୭ଟଁକା ମଜୁରିରେ କାମ କରୁଥିଲେ। ପଛେ ଅଧ୍‌କା ଟଁକା ପଏସା କମାବାର ଆଶ୍‌ରେ ସେ ଘରଛାଡ଼ି ବରଗଡ଼ ଜିଲାରେ ଗୁଟେ ହୋଟେଲରେ ଦିନକ ୨୫ ଟଁକା ମଜୁରିରେ କାମ୍‌ କଲେ। ସେଠାନେ ସେ ନିଜର ବୁଧି ବିବେକ ଖଟେଇ ହୋଟେଲରେ ସବୁପରକାର ରଁଧାବଢ଼ା, ଜିନିଷପାତି ତିଆରି ସିଖି କାରିଗର ବନିଗଲେ। ସେଠାନୁ ସେ ଛତିଶଗଡ଼ ରାଏଜର ରାୟପୁରରେ ୮ରୁ ୧୦ ବଛର ରହି କାମ୍‌କଲେ। ହେଲେ ଜନମ୍‌ ମାଏଟ୍‌ର ପେମ୍‌ ତାହାକୁ ଗଁାକେ ଘିଚି ଆନ୍‌ଲା। ଏହେଦେ ସେ ଲାଠୋରରେ ଗୁଟେ ଠେଲା କରି ଫିଦିନ୍‌ ସିଂଗ୍‌ଡ଼ା ବିକୁଛନ୍‌। ସେଥ୍‌ରୁ ସେ ଯାହା କମଉଛନ୍‌ ପରିବାରଟା ଖୁସିରେ ଚଲିଯାଉଛନ୍‌। ହେଲେ ଏହେଦେ ଛୁଆପିଲା ବଡ଼ ହେବାର ସଂଗେ ଦିନୁଦିନ୍‌କେ ତାକର ପଢ଼ା ଖରଚ୍‌ ବଢ଼ତେଲ ଯାଉଛେ। ଯେନ୍‌ଥିରଲାଗି ସେ ଚିନ୍‌ତାରେ ରହିଛନ୍‌। ଏହେଦେ ବଡ଼ ଝି’ ମାଟ୍ରିକ ପାସ କରିଥିଲାବେଲେ ସାନପୁଓ ଚଲତି ବଛର ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଛନ୍‌। ସେନ୍‌ତା ବାକି ଛୁଆପିଲା ହାଇସ୍କୁଲରେ ପଢ଼ୁଛନ୍‌। ଯଦି କେହେନ୍‌ସି ସରକାରୀ ଯୋଜନାରେ ମୋତେ ଗୁଟେ ଲୋନ ମିଲତା ଦୁକାନ ବଢ଼େଇ ପାରତି। ଦୁଇ ପଏସା ଅଧ୍‌କା ରୁଜଗାର କରି ଛୁଆପିଲାକୁ ପଢ଼େଇ ମୁନୁଷ କରିପାରତି ବଲି ଛବି କହିଛନ୍‌। ଇ ଦିଗେ ଥାନୀୟ ପରଶାସନ ଦୁରୁଷ୍‌ଟି ଦେଇ ଛବିକୁଁ କେହେନସି ସରକାରୀ ଯୋଜନାରେ ସାମିଲ କରି ଆର୍‌ଥିକ ସାହାଯ୍‌ ଯୁଗେଇ ଦେବାକେ ବୁଧିଜୀବୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri