ମନ୍ତ୍ରୀଙ୍କଠାରୁ ମିଳିଲା ପ୍ରତିଶ୍ରୁତି: ଚାଷୀ ଆନ୍ଦେଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ପ୍ରତ୍ୟାହୃତ ହେଲା ସମ୍ବଲପୁର ଚାଷୀ ଆନ୍ଦୋଳନ। ଚାଷୀ ପ୍ରତିନିଧି ମିଟିଂରେ ଆଲୋଚନା ପରେ ଆନ୍ଦୋଳନ ପତ୍ୟାହାର ହେବା ନେଇ ଗୁରୁବାର ଆବାହକ ଅଶୋକ ପ୍ରଧାନ ଘୋଷଣା କରିଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ରୋହିତ ପୂଜାରୀ ପ୍ରତିଶ୍ରୁତି ଦେବା ପରେ ଏହି ମିଟିଂ ବସିଥିଲା। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଟୋକନ୍‌ ନ ଥିଲେ ବି ଧାନ କିଣାଯିବ। ଧାନ ବିକ୍ରି ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯିବ ନାହିଁ। କେବଳ ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ଏହି ସୁବିଧା ମିଳିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ଟୋକନ୍‌ ବ୍ୟବସ୍ଥାକୁ ବିରୋଧ ଏବଂ ବିଭିନ୍ନ ଦାବି ନେଇ ପଶ୍ଚିମ ଓଡ଼ିଶାର ଚାଷୀମାନେ ଆନ୍ଦୋଳନ ଜାରି ରଖିଥିଲେ। ଗୁରୁବାର ଅପରାହ୍ନରୁ ମଧ୍ୟ ଅନୁରୂପ ଭାବେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଚାଷୀମାନେ ରାସ୍ତା ଉପରେ ଗାଡ଼ିରେ ଧାନବସ୍ତା ରଖି ଧାରଣାରେ ବସିଥିଲେ।