ମନେପଡ଼େ କଳାବେଠିଆଙ୍କ ସେବା

ପୁରୀ ଅଫିସ,୧୯।୪: ଶାସ୍ତ୍ରରେ ରହିଛି ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍‌ ରଥ ଉପରେ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନଜନ୍ମ ହୋଇ ନ ଥାଏ। ଏହି ଆସ୍ଥା ଓ ବିଶ୍ୱାସରେ କ’ଣ ଏଥର ଘଟିବ ବ୍ୟତିକ୍ରମ। ସତରେ କ’ଣ ବଡ଼ଦାଣ୍ଡରେ ଗଡ଼ିବନି ରଥ? ରଥ ଉପରେ କାଳିଆ ଠାକୁରଙ୍କୁ ଭକ୍ତ ଦେଖିପାରିବେ ନାହିଁ? ପବିତ୍ର ଶରଧାବାଲିରେ କ’ଣ ଭକ୍ତ-ଭଗବାନଙ୍କ ହେବନାହିଁ ମହାମିଳନ? ଏମିତି ଅନେକ ପ୍ରଶ୍ନ ଏବେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଉଙ୍କି ମାରୁଛି। କରୋନାର ଭୟାବହତାକୁ ଦେଖି ରଥଯାତ୍ରା ଆୟୋଜନକୁ ନେଇ ସମସ୍ତେ ଆଶା ଆଶଙ୍କା ରହିଛନ୍ତି। ସେପଟେ ସରକାରଙ୍କ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନ ଥିବାବେଳେ ଦରକାର ପଡ଼ିଲେ ବିନା ଭକ୍ତରେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଗଡ଼ିପାରିବ। ଠିକଣା ସମୟକୁ କରୋନାର ପ୍ରଭାବ ଯଦି ସୁଧୁରି ନ ଥାଏ ତେବେ ସେବାୟତ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ରଥଯାତ୍ରା ହୋଇପାରିବ ବୋଲି ଆଲୋଚନା ହେଉଛି। ଠିକ୍‌ ଏହି ସମୟରେ ଅନେକ କଳାବେଠିଆଙ୍କୁ ମନେ ପକାଉଛନ୍ତି। ପୂର୍ବରୁ ଯେପରି କଳାବେଠିଆମାନେ ମହାପ୍ରଭୁଙ୍କ ରଥ ଟାଣୁଥିଲେ ଚଳିତବର୍ଷ ସେମାନଙ୍କୁ ତାଙ୍କ ପୁରୁଣା ସେବାରେ ଦେଖିବାକୁ ମିଳିବ କି ବୋଲି ଚର୍ଚ୍ଚା ହେଉଛି।

କଳାବେଠିଆ କିଏ, କାହିଁକି ରଥଟଣା ସମୟରେ ସେମାନଙ୍କୁ ଦେଖିବାକୁ ମିଳୁନାହିଁ ଅନେକଙ୍କ ମନରେ ଏମିତି ପ୍ରଶ୍ନ ଉଠିବା ସ୍ବାଭାବିକ। ଏସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ମହାପ୍ରଭୁଙ୍କ ବିଲୁପ୍ତ କେତେକ ସେବା ମଧ୍ୟରୁ କଳାବେଠିଆ ଅନ୍ୟତମ। ପୂର୍ବରୁ ରଥା ଯାତ୍ରାରେ ଆଗ ଲୋଡ଼ା ହେଉଥିଲେ କଳାବେଠିଆ। ସେତେବେଳେ ବାଲି, କାଦୁଅ ବଡ଼ଦାଣ୍ଡରେ ରଥ ଚକ ଦବିଯାଉଥିଲା। ଫଳରେ ରଥ ଗଡ଼ିବା ସମ୍ଭବ ହେଉ ନ ଥିଲା। ଏପରି କି ବର୍ଷେ ବର୍ଷେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ବା ଲାଗି ୨/୩ ଦିନ ଲାଗିଯାଉଥିଲା। ଭକ୍ତ ଓ ସେବକଙ୍କ ପକ୍ଷେ ରଥ ଟାଣିବା ସମ୍ଭବ ନ ଥିଲା। ତେଣୁ ଏହି କାର୍ଯ୍ୟ ସମ୍ପାଦନ ଲାଗି ଆସୁଥିଲେ କଳାବେଠିଆ। ମାଗଣାରେ ଯେହେତୁ ସେମାନେ କଳାଠାକୁରଙ୍କ ପାଇଁ ବେଠି ଖଟୁଥିବାରୁ ସେମାନଙ୍କୁ କଳାବେଠିଆ ଆଖ୍ୟା ଦିଆଯାଇଛି। ରଥଯାତ୍ରାରେ ଏମାନଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଗୁଣ୍ଡିଚା ଯାତ୍ରା, ଦକ୍ଷିଣମୋଡ଼, ବାହୁଡା ଯାତ୍ରାରେ କଳାବେଠିଆମାନେ ରଥ ଟାଣିଥାନ୍ତି ଏବଂ ରଥ ପଛରେ ରହି ଠେଲିଥାନ୍ତି। ହେଲେ ଏବେ ଆଉ ସେ ସ୍ଥିତି ନାହିଁ। ସମୟ ପରିବର୍ତ୍ତନ ହୋଇଛି। ବାଲି, କାଦୁଅ ହଟି ବଡ଼ଦାଣ୍ଡ ଏବେ ପକ୍କା ସଡ଼କରେ ପରିଣତ ହୋଇଛି। ଗମନାଗମନ ବ୍ୟବସ୍ଥାର ଉନ୍ନତି ଯୋଗୁ ଭକ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେଣୁ ଭକ୍ତମାନେ ରଥକୁ ସହଜରେ ଟାଣି ନେଉଥିବାରୁ କଳାବେଠିଆଙ୍କ ଆବଶ୍ୟକ ଆଉ ପଡ଼ୁନାହିଁ। ସେମାନେ ଧୀରେ ଧୀରେ ଅଲୋଡ଼ା ହୋଇଗଲେ। ସେମାନଙ୍କୁ ଗଜପତି ଯେଉଁ ଯେଉଁ ଅଞ୍ଚଳରେ ଜମି ଖଞ୍ଜା ଦେଇଥିଲେ ସେହି ଅଞ୍ଚଳରେ ଚାଷବାସ କରି ରହିଗଲେ। ପୁରୀ ଜିଲାର କାକଟପୁର, ନିମାପଡ଼ା, କୋଣାର୍କ, ଡେଲାଙ୍ଗ, କଣାସ ଓ ବ୍ରହ୍ମଗିରିର ବିଭିନ୍ନ ଗ୍ରାମାଞ୍ଚଳରେ କଳାବେଠିଆ ପରିବାର ରହୁଛନ୍ତି।
ହେଲେ ଚଳିତବର୍ଷ କରୋନା ଟାଣିଛି ଲକ୍ଷ୍ମଣରେଖା। ସିଂହଦ୍ୱାର ଡେଇଁପାରୁ ନାହାନ୍ତି ଭକ୍ତ। ଗତମାସ ୨୦ତାରିଖରୁ ବଡ଼ଦେଉଳରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିପରି କରୋନା ପାଇଁ ସରକାର ରୁକୁଣା ରଥଯାତ୍ରା ବନ୍ଦ କରିଥିବାରୁ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ସନ୍ଦେହ ବଢିଛି। ଜୁନ୍‌ ୨୩ରେ ରଥଯାତ୍ରା। ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ଲାଗି ପ୍ରକ୍ରିୟା ଜାରି ରହିଛି କିନ୍ତୁ ରଥଯାତ୍ରା ହେବା ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ରଥଯାତ୍ରାରେ ୫ରୁ ୧୦ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ, ତେଣୁ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ଅନୁମତି ଦିଆଯାଇ ପାରିବ କି ? ଠିକଣା ସମୟକୁ ସ୍ଥିତି ସୁଧୁରିଯାଇଥିଲେ କଳାଠାକୁର ନିଶ୍ଚିତ ବଡ଼ଦାଣ୍ଡକୁ ଓହ୍ଲାଇବେ ବୋଲି ବିଶ୍ୱାସ ରଖିଛନ୍ତି ଭକ୍ତ। ସେହିପରି ଯଦି କରୋନାର ସ୍ଥିତି ଆୟତ୍ତରେ ନ ଥାଏ ତେବେ ବିନା ଭକ୍ତରେ ରଥଯାତ୍ରା ହୋଇପାରିବ। ବାହାରୁ କୌଣସି ଭକ୍ତ ନ ଆସି ସେବାୟତ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଯଥା ସମ୍ଭବ ସାମାଜିକ ଦୂରତ୍ୱ ରକ୍ଷା କରି ରଥଯାତ୍ରା ସମ୍ପନ୍ନ କରାଯାଇପାରିବ। ଏଭଳିସ୍ଥଳେ ରଥଟାଣିବା ପାଇଁ କଳାବେଠିଆଙ୍କୁ ମଧ୍ୟ ଡକାଯାଇପାରେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି। ଏସମ୍ପର୍କରେ ଅତିବଡ଼ୀଜଗନ୍ନାଥ ଦାସଙ୍କ ଗଁା କପିଳେଶ୍ୱରପୁର ତୃତୀୟ ଶର ପ୍ରସନ୍ନ ଜେନା କୁହନ୍ତି, ଆମ ପୂର୍ବପୁରୁଷମାନେ କଳାବେଠିଆ ସେବା କରିଆସୁଥିଲେ। ସରକାରଙ୍କ ହାତକୁ ମନ୍ଦିର ଚାଲିଯିବା ପରେ ଏହା ବନ୍ଦ ହୋଇଯାଇଛି। ଏବେ ଯଦି ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳେ ତାହା ଆମ ପାଇଁ ଗର୍ବର କଥା। ଆମକୁ ଯଦି ଡକାଯାଏ ନିଶ୍ଚିତ ଆମେ ରଥଟଣାରେ ସାମିଲ ହେବୁ ବୋଲି ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri