ମଧୁବାବୁ ଆଇନ ସହାୟତା ଯୋଜନା ବାଟବଣା

ପୁରୁଷୋତ୍ତମପୁର, ୧୮ା୭(ଡି.ଏନ୍‌.ଏ.)-ରାଜ୍ୟ ସରକାର ଗରିବ ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ମାତ୍ର ଏହି ଯୋଜନା ଏବେ ସରକାରୀ ଫାଇଲର ନାଲି ଫିତାତଳେ ରହିଯାଇଛି। ଯାହାକୁ ନେଇ ଗ୍ରାମାଞ୍ଚଳର ଜନସାଧାରଣଙ୍କ ସମେତ ଆଇନଜୀବୀଙ୍କ ମଧ୍ୟରେ ବୀବ୍ର ଅସନ୍ତୋଷ ଦେଖା ଦେଇଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୬ରେ ସରକାର ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ଆଇନଜୀବୀଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ଆଇନ ବିଭାଗ ପକ୍ଷରୁ ନଂ.୧୦୭୪୬/୨୬ା୧୦ା୨୦୧୬ ଓ ୧୧୭୦୯/୨୨ା୧୧ା୨୦୧୬ରେ ସମସ୍ତ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ। ଚିଠି ପାଇ ସମ୍ପୃକ୍ତ ଜିଲାର ଜିଲାପାଳ ବିଡିଓମାନଙ୍କୁ ଏବଂ ବିଡିଓମାନେ ଅଞ୍ଚଳରେ ଥିବା କୋର୍ଟ ଏବଂ ଓକିଲ ସଂଘମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ପଞ୍ଚାୟତ ସ୍ତରରେ ଆଇନ ସହାୟତା ସେଲରେ ନିଯୁକ୍ତି ଲାଗି ଆବେଦନ କରିବାକୁ କହିଥିଲେ। ରାଜ୍ୟରେ ଥିବା ୩୧୪ ବ୍ଲକର ୬ହଜାର ୭୯୮ ପଞ୍ଚାୟତର ଜନସାଧାରଣଙ୍କ ସମେତ ଆଇନଜୀବୀ ଉତ୍ସାହିତ ହୋଇପଡିଥିଲେ। ଆଇନ ବିଭାଗରୁ ଚିଠି ପାଇ ଗଞ୍ଜାମର ପୂର୍ବତନ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଜିଲାର ସମସ୍ତ ବିଡିଓଙ୍କୁ ଚିଠି କରିଥିଲେ। ପୁରୁଷୋତ୍ତମପୁରର ତତ୍କାଳୀନ ବିଡିଓ ଲୋକନାଥ ଦଳବେହେରା ୭ ଡିସେମ୍ବର ୨୦୧୬ରେ ନଂ.୫୩୮୭ରେ ଚିଠିକରି ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାରପତି ଏବଂ ଓକିଲ ସଂଘକୁ ଜଣାଇ ଥିଲେ। ବ୍ଲକର ୨୬ ପଞ୍ଚାୟତର ଲୋକେ ଆଇନ ସହାୟତା ପାଇବାକୁ ଆଶା ରଖିଥିବା ବେଳେ ଆଇନଜୀବୀ ମଧ୍ୟ ନିଯୁକ୍ତି ଆଶାରଖିଥିଲେ। କୋର୍ଟ ମାଧ୍ୟମରେ ବ୍ଲକ ପ୍ରଶାସନ ନିକଟରେ ଆବେଦନ ମଧ୍ୟ କରିଥିଲେ। ମାତ୍ର ଆଶା ଆଶାରେ ହିଁ ରହିଯାଇଛି। ୩ବର୍ଷ ପରେ ମଧ୍ୟ କୌଣସି ପଞ୍ଚାୟତରେ ସହାୟତା କେନ୍ଦ୍ର ଖୋଲିନାହିଁ। ଆଇନଜୀବୀମାନେ ଆବେଦନ କରିଥିବା ଦରଖାସ୍ତ ସରକାରୀ ଫାଇଲ ନାଲି ଫିତାତଳେ ବନ୍ଧାହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri