ମଦ ସହ ବାଇକ ଜବତ କରି ପୋଲିସ ଜିମାଦେଲେ ଏସ୍‌ଏଚ୍‌ଜି ମହିଳା

ଦେଓଗାଁ,୨୧ା୭(ଡି.ଏନ.ଏ.)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କେନ୍ଦୁଘାଟ ଗ୍ରାମର ମହିଳା ଗୋଷ୍ଠୀର ସଦସ୍ୟାମାନେ ରବିବାର ଜଣେ ବେପାରୀଙ୍କଠାରୁ ମଦ ଓ ବାଇକ ଜବତ କରି ପୋଲିସ ଜିମା ଦେଇଛନ୍ତି। ଗ୍ରାମରେ ପ୍ରତିଦିନ ଦେଶୀରନ୍ଧା ମଦ ବିକ୍ରୀ କରୁଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଥିଲା। ଅଞ୍ଚଳର ଗରିବ ପରିବାରଗୁଡିକ ଦିନକୁ ଦିନ ତଳିତଳାନ୍ତ ହେଉଥିବାରୁ ମହିଳାମାନେ ଏହାର ପ୍ରତିବାଦ କରିଥିଲେ। ମଦ ବିକ୍ରୀ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ପୋଲିସର ସେମାନେ ସହାୟତା ଲୋଡିଥିଲୋ ଗ୍ରାମର ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ସମ୍ପୃକ୍ତ ବେପାରୀଙ୍କୁ ମନା କରିବା ସତ୍ତ୍ୱେ କାହାରି କଥା ନ ମାନି ସେ ପ୍ରତିଦିନ ମଦବିକ୍ରି କରିଆସୁଥିଲେ। ଫଳରେ ଗ୍ରାମବାସୀ ତଥା ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ା ରବିବାର ସମ୍ପୃକ୍ତ ବ୍ୟବସାୟୀ ଜଣକ ଏକ ବାଇକରେ ଦେଶୀମଦ, ଚାଖଣା ଓ ଜରି ଧରି ଗାଁକୁ ଆସିବାବେଳେ ଗାଁର ମହିଳା ଗୋଷ୍ଠୀ ତାଙ୍କୁ ଘେରିଯାଇ ମଦବିକ୍ରି ବନ୍ଦ କରିବାକୁ କହିଥିଲେ ା ଏହାସହ ସ୍ଥାନୀୟ ସରପଞ୍ଚ ଜୟ ରଣା ଓ ସମିତି ସଭ୍ୟାଙ୍କ ସ୍ବାମୀ ବିଜୟ ରଣାଙ୍କୁ ଘଟଣାସ୍ଥଳକୁ ଡକାଇ ସମସ୍ୟା ଉପରେ ଅବଗତ କରିବାସହ ମଦ ଓ ବାଇକକୁ ଜବତ କରିଥିଲେ ା ପରେ ତୁଷୁରା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଭ୍ୟାନ ଘଟଣାସ୍ଥଳରେ ପହଞ୍ଚତ୍ ଦେଶୀମଦ, ବାଇକ ଓ ଜନୈକ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?