ମଦ ବନ୍ଦ ପାଇଁ ମହିଳାଙ୍କ ସଙ୍କଳ୍ପ:ଥାନା, ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

କୁନ୍ଦୁରା,୧୨ା୧୦(ଡି.ଏନ୍‌.ଏ.)କୋରାପୁଟ ଜିଲା କୁନ୍ଦୁରା ଅଧୀନସ୍ଥ ନବଗଠିତ ପଖନାଗୁଡ଼ା ପଞ୍ଚାୟତର ତ୍ରିନାଥ ମନ୍ଦିରରେ ୫ ଶହରୁ ଊର୍ଦ୍ଧ୍ୱ ମହିଳା ଦେଶୀ ମଦ ତିଆରି ଏବଂ ବିକ୍ରି ବନ୍ଦ କରିବା ପାଇଁ ଶନିବାର ଶପଥ ନେଇଛନ୍ତି। ଦୀର୍ଘ ୩୦/୪୦ ବର୍ଷ ହେଲାଣି ଏଠାରେ ଅବାଧ ମଦ କାରବାର ହେଉଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ବୁଝାଶୁଝା କରାଯାଇଥିଲେ ମଧ୍ୟ ମଦ ବେପାରୀ ଗ୍ରାମବାସୀଙ୍କୁ ଖାତିର କରୁନାହାନ୍ତି। ତେଣୁ ମହିଳାମାନେ ଏକତ୍ରିତ ହୋଇ ମଦ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ପଖନାଗୁଡ଼ା ସରପଞ୍ଚଙ୍କ କହିବାନୁଯାୟୀ ମଦ ବନ୍ଦ ପାଇଁ ଶନିବାର ବୈଠକ କରିବାକୁ କୁନ୍ଦୁରା ଥାନାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ଏକ ଜରୁରୀ ବୈଠକରେ ଯୋଗ ଦେଉଥିବା ଯୋଗୁ ଅନୁପସ୍ଥିତ ରହିଥିଲେ। ମଦ ବନ୍ଦ କରିବା ପାଇଁ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଯେଉଁ ବ୍ୟକ୍ତିମାନେ ବେଖାତିର କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟହେବୁ ବୋଲି ମହିଳାମାନେ ବୈଠକରେ ଚରମବାଣୀ ଶୁଣାଇଛନ୍ତି ା ମହିଳାଙ୍କ କହିବା ମୁତାବକ ୩୦/୪୦ ବର୍ଷ ହେଲା ଦେଶୀ ମଦ ତିଆରି ଏବଂ ବିକ୍ରି ଯୋଗୁ ଘରେ ଘରେ ପ୍ରତିଦିନ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଛି ା ବିଭିନ୍ନ ସମୟରେ ସ୍ବାମୀ ମଦ ପିଇ ଗଣ୍ଡଗୋଳ କରୁଥିବା ସହ ଘର ଜିନିଷ ବିକି ମଦ ପିଉଛନ୍ତି। ପଖନାଗୁଡ଼ା ନିକଟବର୍ତ୍ତୀ ଟଭାପଦର, ଘାଡଙ୍ଗାଗୁଡ଼ା, ମାଙ୍କିଡିଗୁଡ଼ା ଅଞ୍ଚଳ ଦେଶୀମଦର ଭୂସ୍ବର୍ଗ ପାଲଟି ଥିବାବେଳେ ଅବକାରୀ ବିଭାଗ ଏହାକୁ ଦେଖି ଚୁପ୍‌ ରହିଥିବା ମହିଳାମାନେ କହିଛନ୍ତି ା ଅବକାରୀ ସଚିବ, ଜିଲାପାଳ, ଉପଜିଲାପାଳ, ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରାଯିବ ବୋଲି ସେମାନେ କହିଛନ୍ତି। ଏସବୁ ସତ୍ତ୍ୱେ ମଦ ବିକ୍ରି ହେଲେ, କୁନ୍ଦୁରା ଥାନା ଓ ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ସେମାନେ ଚେତାବନୀ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri