ମଦମୃତ୍ୟୁକୁ ମାସେ ପୂରିନି: ଅବାଧରେ ଚାଲିଛି ଚୋରାମଦ କାରବାର

ଭଦ୍ରକ ଅଫିସ, ୨୭।୫ – ନିର୍ବାଚନ ସମୟରେ ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଚଳହ ସୃଷ୍ଟି କରିଥିଲା। ବିଷାକ୍ତ ମଦପିଇ ପୀରହାଟ ଓ ଚାନ୍ଦବାଲି ଅଞ୍ଚଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ପ୍ରଶାସନ ବର୍ତ୍ତମାନ ସୁଦ୍ଧା କେତେଜଣ ମଦମୃତ୍ୟୁରେ ମରିଛନ୍ତି ତାହାର ଠିକ୍‌ ତଥ୍ୟ ଦେଇପାରି ନାହିଁ। ଏଯାଏ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯାଇ ନାହିଁ। ଯେଉଁ ବିଷାକ୍ତ ମଦ ପାଇଁ ୧୦ ପରିବାର ସର୍ବହରା ହୋଇଗଲେ ସେହି ନକଲି ମଦ ଚାଲାଣ ଉପରେ ରୋକ୍‌ ଲଗାଇ ପାରିନାହିଁ ଜିଲା ଅବକାରୀ ବିଭାଗ ଓ ପୋଲିସ। ଏହି ଘଟଣାକୁ ମାସେ ପୂରିନି ଅବାଧରେ ମଦ କାରବାର ଚାଲିଛି। ଦୈନିକ ହଜାର ହଜାର ଲିଟର ମଦ ଜିଲା ବାହାରୁ ଭଦ୍ରକର ବିଭିନ୍ନ କୋଣାନୁକୋଣକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଭଦ୍ରକ ଜିଲା ଏବେ ଚୋରାମଦ ବେପାରୀଙ୍କ ଚରାଭୂଇଁ ପାଲଟିଛି।
ଦୈନିକ ଲକ୍ଷାଧିକ ଟଙ୍କାର ଚୋରା ଦେଶୀ ଓ ବିଦେଶୀ ମଦ ଜିଲାକୁ ଅବାଧରେ ଆସୁଛି। ପଡ଼ୋଶୀ ଜିଲାରୁ କମ୍‌ ଟଙ୍କାରେ ଏହି ଜିଲାକୁ ବିଳାସପୂର୍ଣ୍ଣ ଗାଡ଼ିରେ ଏହିସବୁ ମଦ ଆମଦାନୀ ହେଉଛି। ଏଥିପାଇଁ ଜିଲାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି। ଜିଲା ଅବକାରୀ ବିଭାଗର ଉଦାସୀନତା ଓ ସହଭାଗିତାରେ ଏହି କାରବାର ରୀତିମତ ଚାଲିଥିବା କୁହାଯାଉଛି। ଅବକାରୀ ବିଭାଗର କେତେକ ଅଧିକାରୀଙ୍କ ସଲାସୁତୁରାରେ ପଡ଼ୋଶୀ ଜିଲା କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର ଓ ବାଲେଶ୍ୱର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ଏଠାକୁ ଆମଦାନୀ କରାଯାଉଛି। ଜାତୀୟ ରାଜପଥ ଦେଇ ପୁରୁଣା ବାଲେଶ୍ୱର ଓ ସୋର ଅଞ୍ଚଳରୁ ରୀତିମତ ଦେଶୀମଦ ବୋଲେରୋ, ଟ୍ରାଭେରା, ଏକ୍ସୟୁଭି ଭଳି ବିଳାସପୂର୍ଣ୍ଣ ଗାଡ଼ିରେ ଭଦ୍ରକର ରାଣୀତାଲ, ଇଚ୍ଛାପୁର, ପୀରହାଟ, ତିହିଡ଼ି, ଚାନ୍ଦବାଲି, ନଛିପୁର, ସାତଭଉଣୀ, ଭଦ୍ରକାଳୀ, ଓଲଙ୍ଗ, ବଣିଅଁା, ଏରେଁଇ, ଗେଲଟିଆ ପ୍ରମୁଖ ଅଞ୍ଚଳକୁ ଅଣାଯାଉଛି। ସେଥିରେ ପାଣି ମିଶାଯାଇ ଚଢ଼ାଦରରେ ବିକ୍ରି କରାଯାଉଛି। ଏପରିକି ବିଭିନ୍ନ ବିଦେଶୀ ବ୍ରାଣ୍ଡେଡ୍‌ ମଦ ନକଲି କରାଯାଇ ଜିଲାକୁ ଚାଲାଣ ହେଉଛି। ସେହିଭଳି କେନ୍ଦୁଝର ଜିଲା ଢେଙ୍କା ଅଞ୍ଚଳରୁ ମଦ ବନ୍ତ-ଆନନ୍ଦପୁର ରାସ୍ତାର ଛେନାପଦୀ ଛକ ଦେଇ ଆଗରାପଡ଼ା ଅଞ୍ଚଳକୁ ଆସୁଛି। ଏହାକୁ ବରପଦା, ଗଣିଜାଙ୍ଗ, କାଦବରାଙ୍ଗ, କାଉପୁର, ରାନ୍ଦିଆ, ବାଲୁଅ, ରାମକୃଷ୍ଣପୁର ଅଞ୍ଚଳରେ ଚୋରାରେ ବିକ୍ରି କରାଯାଉଛି। ପାଣି ପାଉଚ ଭଳି ୩ଟି ପ୍ୟାକେଟକୁ ୧୦୦ ଟଙ୍କାରେ ଅଫରରେ ବିକାଯାଉଛି। କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାରୁ ଆରଡ଼ି, ଧାମନଗର ଓ ତିହିଡ଼ି ଅଞ୍ଚଳକୁ ଚୋରା ଚାଲାଣ ହେଉଛି। ଏହି ଅଞ୍ଚଳକୁ ଚୋରାମଦ କାରବାରର ପେଣ୍ଠସ୍ଥଳୀ କୁହାଯାଉଛି। ସବୁ ଜାଣି ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଅବକାରୀ ବିଭାଗର ଚଢ଼ାଉ ଲୋକଦେଖାଣିଆ କେବଳ ଧର୍ମକୁ ଆଖିଠାର ମାରିବା ଭଳି। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ରାହାସ ବିହାରୀ ପାତ୍ରଙ୍କୁ ପଚାରିବାରୁ ଆବଶ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ ଉପଯୁକ୍ତ ସୂଚନା ମିଳୁ ନ ଥିବାରୁ ପଡ଼ୋଶୀ ଜିଲାରୁ ଏଠାକୁ ମଦ ଚାଲାଣକୁ ରୋକାଯାଇ ପାରୁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri