ମତଦାନ ଉପରେ ପ୍ରଭାବ ପକାଇପାରେ ସ୍ଥାନୀୟ ସମସ୍ୟା

ପୁରୀ ଅଫିସ,୧୭ା୪: ପୁରୀ ଲୋକ ସଭା ଏବଂ ଏହା ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ଆସନ୍ତା ୨୩ ତାରିଖରେ ମତଦାନ ହେବ। ଆଉ ଅଳ୍ପଦିନ ମଧ୍ୟରେ କିଭଳି ଭୋଟରଙ୍କୁ ଆକୃଷ୍ଟ କରିହେବ ସେ ନେଇ ବିଭିନ୍ନ ଦଳୀୟ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ଯୋଜନାବଦ୍ଧ ଭାବେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। କିଏ ଘରକୁ ଘର ବୁଲୁଛନ୍ତି ତ କେହି ରୋଡ୍‌ ଶୋ, ସଭା କରୁଛନ୍ତି। ଏଥର ବିଜେଡି ମହେଶ୍ୱର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି ଜୟନ୍ତ କୁମାର ଷଡ଼ଙ୍ଗୀ। ସେହିପରି କଂଗ୍ରେସରୁ ଇଂ. ଅରୋପ୍ରସାଦ ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ହେଲେ ପ୍ରାର୍ଥୀ ଘୋଷଣା ପରେ ପ୍ରମୁଖ ତିନିଦଳରେ କନ୍ଦଳ ଓ ଦଳ ଡିଅଁା ଦେଖିବାକୁ ମିଳିଥିଲା। ଗୋଟିଏ ଦଳ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ନେତା ନିଜ ସମର୍ଥକମାନଙ୍କ ସହ ବିରୋଧୀ ଶିବିରରେ ରହିଛନ୍ତି। ଏଭଳି ରୋଚକ ସ୍ଥିତିରେ ଏଥର ଅଭିଜ୍ଞ ଏବଂ ନବାଗତ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଲଢ଼େଇ। ଦଳୀୟ ପ୍ରାର୍ଥୀମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ ଲୋକଙ୍କୁ ଭେଟୁଛନ୍ତି। କିନ୍ତୁ ଏଥର କେତେକ ସ୍ଥାନୀୟ ସମସ୍ୟା ମତଦାନ ଉପରେ ପ୍ରଭାବ ପକାଇପାରେ ବୋଲି ଭୋଟର କହୁଛନ୍ତି।
ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କୁ ଦେଖିଲେ ମହେଶ୍ୱର ବେଶ୍‌ ଅଭିଜ୍ଞ। ସେ ଲଗାତର ୫ ଥର ଜିତିଛନ୍ତି। ହେଲେ ତାଙ୍କୁ ଦଳ ଭିତରୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଚଳିତବର୍ଷ ବିଜୁ ଜୟନ୍ତୀ ପାଳନ ବେଳେ ପୁରୀ ବିଜେଡିର ଦୁଇଗୋଷ୍ଠୀ ସମାନ୍ତରାଳ ଭାବେ ସିଂହଦ୍ୱାରରେ ଦୀପଦାନ କରିଥିଲେ। ଟିକେଟ ପାଇଁ ମଧ୍ୟ କେତେଜଣ ମହେଶ୍ୱରଙ୍କୁ ଖୋଲାଖୋଲି ବିରୋଧ କରିବା ସହ ଆଶାୟୀ ଥିଲେ। କିନ୍ତୁ ଶେଷରେ ମହେଶ୍ୱରଙ୍କ ଉପରେ ବିଜେଡି ସଭାପତି ଭରସା କରିଥିଲେ। ଫଳରେ ବିରୋଧ କରୁଥିବା ଗୋଷ୍ଠୀଙ୍କୁ ନିରାଶ ହେବାକୁ ପଡିଥିଲା। ପୁରୀ ପୌରସଂସ୍ଥାର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ସମର୍ଥକଙ୍କ ସହ ଦଳ ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଦଳରେ କନ୍ଦଳ ଓ ନିର୍ବାଚନୀ ପ୍ରସଙ୍ଗ ନେଇ ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ, ପୁରୀ ସହରରେ କେବଳ ପର୍ଯ୍ୟଟନ ଶିଳ୍ପ ହିଁ ସମ୍ବଳ। ଏହା ଯେତେ ସମୃଦ୍ଧ ହେବ ରାଜ୍ୟ ଅର୍ଥନୀତି ସେତେ ସୁଦୃଢ଼ ହେବ। ଏହା ହିଁ ବିଜେଡିର ପ୍ରମୁଖ ପ୍ରସଙ୍ଗ। କୌଣସି ଦଳୀୟ କନ୍ଦଳ ନାହିଁ, ଯିଏ କନ୍ଦଳ ସୃଷ୍ଟି କରୁଥିଲେ ସେ ଏବେ ଭାଜପାରେ ଅଛନ୍ତି ବୋଲି ମହାପାତ୍ର କହିଛନ୍ତି।
ବିଜେଡି କନ୍ଦଳର ଫାଇଦା ନେବା ଓ ମହେଶ୍ୱରଙ୍କୁ କଡ଼ା ଟକ୍କର ଦେବା ପାଇଁ ନବାଗତ ଜୟନ୍ତଙ୍କୁ ପ୍ରାର୍ଥୀ କରିଛି ଭାଜପା। ଯଦିଓ ଜୟନ୍ତ ପୌରସଂସ୍ଥା ନିର୍ବାଚନ ଲଢିଛନ୍ତି କିନ୍ତୁ ବିଧାନସଭା ଆସନ ଲାଗି ସେ ସମ୍ପୂର୍ଣ୍ଣ ନୂଆ। ଏଭଳି ସ୍ଥିତିରେ ତାଙ୍କୁ ଭାଜପାର ଏକ ଗୋଷ୍ଠୀ ଖୋଲା ବିରୋଧ କରିଥିଲା। କାରଣ ପୁରୀରୁ ଭାଜପା ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗତଥରର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା। ଜୟନ୍ତ ଭାଜପା ପ୍ରାର୍ଥୀ ହେବା ପରେ କୃଷ୍ଣଚନ୍ଦ୍ର ନିଜ ସମର୍ଥକଙ୍କ ସହ ଭାଜପା ଛାଡି ବିଜେଡିରେ ମିଶିଛନ୍ତି। ଭାଜପା ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର କହିଛନ୍ତି, ଆମ ଦଳରେ ଆଦୌ କନ୍ଦଳ ନାହିଁ। ବିଧାୟକ ପ୍ରାର୍ଥୀ ଘୋଷଣା ପୂର୍ବରୁ ଯଦିଓ ମତାନ୍ତର ଥିଲା ତାହାର ଏବେ ସମାଧାନ ହୋଇଯାଇଛି। କାରଣ ଯିଏ ଆଶାୟୀ ଥିଲେ ସେ ଏବେ ଭାଜପାରେ ନାହାନ୍ତି। ବର୍ତ୍ତମାନ ଲୋକ ସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଦଳର ସମସ୍ତେ ଏକ ମନରେ ଲାଗି ପଡିଛନ୍ତି। ଏଥର ନିଶ୍ଚିତ ପୁରୀରେ ଭାଜପାର ବିଜୟ ହେବ। ଭାଜପା ପ୍ରାର୍ଥୀ ଜୟନ୍ତ କହିଛନ୍ତି, ୧୯ ବର୍ଷ ଧରି ଲୋକେ ଆଞ୍ଚଳିକ ଦଳକୁ ଦେଖିଲେ। ଏବେ ଜାତୀୟ ଦଳ ଭାଜପାକୁ ଭୋଟର ଚାହୁଁଛନ୍ତି। ନିଶ୍ଚିତ ଏଥର ପୁରୀରେ ପରିବର୍ତ୍ତନ ହେବ। ରାଜ୍ୟରେ ଏବଂ କେନ୍ଦ୍ରରେ ଭାଜପା ସରକାର ଗଢିବ।
କଂଗ୍ରେସରେ ମଧ୍ୟ ଦେଖିବାକୁ ମିଳିଥିଲା ଟିକେଟ କଳି। ଏକାଧିକ ଆଶାୟୀ ନିର୍ବାଚନ ଲଢିବେ ବୋଲି ଆଶା ବାନ୍ଧିଥିଲେ। ଶେଷରେ ଅରୋପ୍ରସାଦଙ୍କୁ ମିଳିଥିଲା ଟିକେଟ। ଏହା ପରଠାରୁ ପୁରୀ କଂଗ୍ରେସରେ ଅସନ୍ତୋଷ ଦେଖା ଦେଇଥିଲା। ଏପରି କି ପ୍ରାର୍ଥୀ ପରିବର୍ତ୍ତନର ନାରା ଦେଇ ରାସ୍ତାରେ କୁଶପୁତ୍ତଳିକା ଦାହ କରାଯାଇଥିଲା। ନାମାଙ୍କନ ଦାଖଲର ପୂର୍ବରାତି ପର୍ଯ୍ୟନ୍ତ ଦଳରେ ଏଭଳି ଅସ୍ଥିରତା ଲାଗିରହିଥିଲା। କିନ୍ତୁ ଟିକେଟକୁ ନେଇ ଅସନ୍ତୁଷ୍ଟ ଥିବା ଜିଲା ନେତୃତ୍ୱଙ୍କୁ ମନାଇବାରେ ଅରୋପ୍ରସାଦ ସଫଳ ହୋଇ ନାମାଙ୍କନପତ୍ର ଦାଖଲ କରିଥିଲେ। ଅରୋପ୍ରସାଦ କହିଛନ୍ତି, କଂଗ୍ରେସର କେତେଜଣ ଲୋକ ଭିତିରିଆ ବିଜେଡି ସହିତ ସମ୍ପର୍କରେ ରହିଥିଲେ। ସେମାନେ ବିଜେଡି ନେତୃତ୍ୱଙ୍କଠାରୁ ଟଙ୍କା ଆଣି କଂଗ୍ରେସ ବିରୋଧରେ କାମ କରୁଥିଲେ। ପ୍ରତି ନିର୍ବାଚନରେ ଏଭଳି ଦଳବିରୋଧୀ କାମ କରୁଥିଲେ। ଏଥର ମଧ୍ୟ ସେହିଭଳି ମନ୍ଦ ଉଦ୍ଦେଶ୍ୟ ରଖିଥିଲେ। ସେମାନଙ୍କ ଅସଲ ମୁଖା ଖୋଲିଯିବାରୁ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ଏବେ ପୁରୀ କଂଗ୍ରେସରେ କୌଣସି କନ୍ଦଳ ନାହିଁ। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିବାବେଳେ ଭାଜପା ପ୍ରାର୍ଥୀ ମଧ୍ୟ ପୁରୀ ପୌରସଂସ୍ଥାର ନଗରପାଳ ରହିଥିଲେ। ଉଭୟେ ପୁରୀ ସହର ପାଇଁ କ’ଣ କାମ କରିଛନ୍ତି ତାହା ସହରବାସୀ ଭଲ ଭାବେ ଜାଣନ୍ତି। କେନ୍ଦ୍ରରେ ମୋଦି ସରକାର ହୁଅନ୍ତୁ କି ଓଡ଼ିଶାରେ ବିଜେଡି ସରକାର, ସେମାନେ ତୃଣମୂଳସ୍ତରର ଲୋକଙ୍କ ପାଇଁ ସେମିତି କୌଣସି ଯୋଜନା କରୁନାହାନ୍ତି। କଂଗ୍ରେସ ସରକାର ଚାଷୀ ଏବଂ ଚାଷର ବିକାଶ ଚିନ୍ତା କରୁଛି ବୋଲି ଅରୋପ୍ରସାଦ କହିଛନ୍ତି।
ଅନ୍ୟପକ୍ଷରେ ଭୋଟରମାନେ କେତେକ ପ୍ରସଙ୍ଗ ଉଠାଉଛନ୍ତି। ଭୋଟର ସରୋଜ କୁମାର ବେହେରା କହିଛନ୍ତି, ପୁରୀ-କୋଣାର୍କ ରାସ୍ତା ସିଦ୍ଧମହାବୀର ଲେଭଲ କ୍ରସିଂଠାରେ ରେଳ ଓଭରବ୍ରିଜ୍‌ ନିର୍ମାଣ ପୁରୀବାସୀଙ୍କ ଦୀର୍ଘଦିନର ଏକ ଦାବି। ହେଲେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି। ଗୋଟିଏ ଟ୍ରେନ୍‌ ପାସ୍‌ କରିବା ପାଇଁ ଯେତିକି ସମୟ ଫାଟକ ପଡୁଛି ସେହି ସମୟ ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଜାମ୍‌ ହୋଇଯାଉଛି। ଫାଟକ ଉଠିବା ପରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡୁଛି। ତେଣୁ ଏହି ପ୍ରସଙ୍ଗ ଏଥର ମତଦାନକୁ ପ୍ରଭାବିତ କରିବ। ଅନ୍ୟ ଜଣେ ଭୋଟର ଶ୍ୟାମପ୍ରକାଶ ସେନାପତି କୁହନ୍ତି, ପୁରୀ ସହରର ଏକ ପ୍ରମୁଖ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ଥା। ବର୍ଷା ହେଲେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ନ ଥାଏ। ବଡ଼ଦାଣ୍ଡ ସମେତ ବିଭିନ୍ନ ସାହି, ଗଳିରେ ସ୍ଥିତି ସଙ୍ଗିନ ହୋଇପଡେ। ତେଣୁ ଏହାକୁ ଏକ ପ୍ରସଙ୍ଗ ଭାବି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ବୋଲି ସେ ଭାବୁଛନ୍ତି।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri