ମଣ୍ଡିରେ ଧାନ, ଚିନ୍ତାରେ ଚାଷୀ

ସୋନପୁର, ୩୦।୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି। ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଜିଲାର ଉଲୁଣ୍ଡା ବ୍ଲକର ଯାଲୋଏ, ଡୁଙ୍ଗୁରିପାଲି ବ୍ଲକର ଇଛାପୁର, ମାୟାବାର୍ହା, ସହଲା ଓ ବେହେରାମାଲ ମଣ୍ଡିରେ ହଜାର ହଜାର ଧାନ ବସ୍ତା ଖୋଲା ଆକାଶ ତଳେ ପଡିରହିଛି। ବର୍ଷାରେ ଧାନ ଭିଜିଥିବା ସହଲା ଓ ଯାଲୋଏ ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି। କେତେକ ସ୍ଥାନରେ ଟାର୍ଗେଟ୍‌ ନଥିବା କହି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଇସ୍ୟୁ କରୁନାହାନ୍ତି। ମଣ୍ଡିକୁ ନ ଆସି ବ୍ୟବସାୟୀଙ୍କ ଧାନ ସିଧାସଳଖ ମିଲ୍‌କୁ ଯାଉଛି। ପ୍ୟାକ୍ସ ସମ୍ପାଦକ, ବ୍ୟବସାୟୀ ଓ ମିଲର୍ସ ମୁନାଫା କମାଉଛନ୍ତି। ୩୦ ତାରିଖଠାରୁ ସୁବର୍ଣ୍ଣପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବହୁ ପରିଶ୍ରମ କରି ଫସଲ ଅମଳ କରିଥିବା ଚାଷୀ ଧାନ ବିକ୍ରି ପାଇଁ ଏବେ ଚିନ୍ତାରେ ପଡିଛନ୍ତି। ରାଜ୍ୟ ସରକାର ଜୁନ୍‌ ୩୦ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଚାଷୀଙ୍କ ବଳକା ଧାନ କିଣିବେ। ଏ ସମ୍ପର୍କିତ ଚିଠି ପ୍ରଶାସନ ନିକଟରେ ପହଞ୍ଚତ୍ଛି। ତେଣୁ ଟାର୍ଗେଟ୍‌ ଥିଲେ ମଧ୍ୟ ଜିଲା ପ୍ରଶାସନ ଆଉ ଧାନ କିଣିପାରିବ ନାହିଁ। ଯାଲୋଏ ଅଞ୍ଚଳର ବହୁ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ଥିବାରୁ ତାହା ଗୋଟିଏ ଦିନରେ କିଭଳି କିଣାଯିବ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି। ମେ ୧୫ତାରିଖରୁ ଜିଲାରେ ଆରମ୍ଭ ହୋଇଥିଲା ଧାନକିଣା। ଚଳିତ ରବି ଋତୁରେ ସରକାର ଏହି ଜିଲାରୁ ୨୭ ଲକ୍ଷ କୁଇଣ୍ଟାଲ୍‌ ଧାନ କିଣିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ପରେ ହ୍ରାସ କରି ୨୩ ଲକ୍ଷ ୮୨ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ୍‌ ଦେଇଥିଲେ। ଫଳରେ ଚାଷୀଙ୍କ ବଳକା ଧାନ ବିକ୍ରି ନ ହୋଇ ରହିଯାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜିଲାରେ ୨୨ଲକ୍ଷ ୯୩ ହଜାର କୁଇଣ୍ଟାଲ ଧାନ କିଣାଯାଇଛି। ୪୮ଟି ପ୍ୟାକ୍ସ ଜରିଆରେ ଚାଷୀଙ୍କଠାରୁ ଧାନ କିଣାଯାଇଥିଲା। କେତେକ ପ୍ୟାକ୍ସ ବିଳମ୍ବରେ ଧାନ କିଣିବାରୁ ଏହି ପ୍ରକ୍ରିୟା ଧିମେଇ ଯାଇଥିଲା। ଜିଲାର ୪୧ଟି ମିଲର୍ସ ଓ ସମ୍ବଲପୁର ଜିଲାର ୭ଟି ମିଲର୍ସ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସରକାର ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୧୭୫୦ଟଙ୍କା ଧାର୍ଯ୍ୟ କରିଥିବା ବେଳେ ମିଲର୍ସମାନେ ଧାନର ମାନ ଠିକ୍‌ ନଥିବା କହି କଟନି ଛଟନି କରିବାରୁ ଚାଷୀ କ୍ଷତି ସହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକରା କୁହନ୍ତି ମଣ୍ଡିରୁ ଧାନ ଉଠାଇବା ପାଇଁ ଗାଡି ପଠାଯାଇଛି। ରବିବାର ଅଧିକ ଗାଡି ପଠାଯାଇ ମଣ୍ଡିରେ ଥିବା ଚାଷୀଙ୍କ ଧାନ କିଣାଯିବା ପାଇଁ ଚେଷ୍ଟା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri