ମଣ୍ଡିରୁ ଉଠିପାରୁନି ଧାନ

ନୂଆପଡ଼ା ଅଫିସ,୨୨୫-କରୋନା କଟକଣା ସମୟରେ ଚାଷୀଙ୍କଠାରୁ ଠିକ୍‌ ସମୟରେ ଧାନ ସଂଗ୍ରହ କରିବା ଓ ତାଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ସରକାର ଗୁରୁତ୍ୱାରୋପ କରିଛନ୍ତି ା ହେଲେ ଅନ୍ୟ ଜିଲାର ମିଲର୍ସଙ୍କୁ ନେଇ ନୂଆପଡ଼ା ଜିଲାରେ ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ା ଏଥିଯୋଗୁ ଧାନ କିଣା ଆରମ୍ଭରୁ ଅଚଳାବସ୍ଥା ସୃଷ୍ଟି ହୋଇଛି ା ମଣ୍ଡିକୁ ଯିବାକୁ ମିଲର୍ସମାନେ ଅମଙ୍ଗ ହେଉଥିବାରୁ ଚାଷୀମାନେ ଆଣିଥିବା ଧାନ ପଡି ରହିଛି ା
ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ଏଥର ମୋଟ ୪ଲକ୍ଷ କୁଇଣ୍ଟାଲ ରବି ଧାନ ସଂଗ୍ରହ ହେବ ା ଏଥିପାଇଁ ମୋଟ ୪୩ଟି ମଣ୍ଡିର ବ୍ୟବସ୍ଥା କରାଯାଇଛି ା ହେଲେ ପ୍ରଥମଥର ପାଇଁ ଜିଲା ବାହାରୁ ଅର୍ଥାତ୍‌ ବରଗଡ଼ରୁ ମିଲର୍ସମାନଙ୍କୁ ଧାନକିଣାରେ ସାମିଲ କରାଯାଇଛି। ଏହାକୁ ନେଇ ଜିଲାର ମିଲର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା ଜିଲା ମିଲର୍ସ ସଂଘ ସଭାପତି ସୁନୀଲ କୁମାର ସୋନିଙ୍କ କହିବାନୁଯାୟୀ ଜିଲାରେ ଖରିଫରେ ୧୦ରୁ ୧୨ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବାର ଦକ୍ଷତା ରଖିଛୁ ା ହେଲେ ଏଥର ମାତ୍ର ୪ ଲକ୍ଷ କୁଇଣ୍ଟାଲ ଧାନ ପାଇଁ ଜିଲା ବାହାରୁ ମିଲର୍ସଙ୍କୁ କେଉଁ ସ୍ବାର୍ଥରେ ଅଣାଯାଉଛି ବୁଝାପଡୁନାହିଁ ା ଯଦି ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ଆଗାମୀ ଦିନରେ ଆମେ ଜିଲା ପ୍ରଶାସନକୁ ସହଯୋଗ କରିବୁ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ା ଅନ୍ୟପକ୍ଷେ ବରଗଡ଼ରୁ ଆସିଥିବା ମିଲର୍ସମାନେ ୩ରୁ ୪ଦିନ କାର୍ଯ୍ୟାଳୟ ଚାରିପଟେ ପଇଁତରା ମାରୁଥିଲେ ମଧ୍ୟ ମିଲର୍ସଙ୍କ ବିରୋଧ ଯୋଗୁ ଏଗ୍ରିମେଣ୍ଟ କରିପାରୁ ନ ଥିବା କହିଛନ୍ତି ା ଏଭଳି ସ୍ଥିତିରେ ମଣ୍ଡିକୁ ମିଲର୍ସମାନେ ମଧ୍ୟ ଠିକ୍‌ ସମୟରେ ଆସୁ ନ ଥିବାରୁ ଧାନ ଉଠିପାରୁ ନ ଥିବା ଚାଷୀମାନେ କହିଛନ୍ତି ା ଏହାକୁ ନେଇ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଖଣ୍ଡୁରାମ ନାଏକଙ୍କୁ ପଚାରିବାରୁ କରୋନା କଟକଣା ଯୋଗୁ ଶୀଘ୍ର ଚାଷୀଙ୍କ ଧାନ ଉଠାଣ ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ା ଏହାକୁ ମିଲର୍ସମାନେ ସହଯୋଗ କରିବା କଥା ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri