ମଡେଲିଂରୁ ଅଭିନୟ : ଯୁବପ୍ରତିଭା ସୌମ୍ୟରଞ୍ଜନ

ବାରିପଦା ଅଫିସ,୨୬।୫- ପାଠପଢ଼ା ସହିତ ଜଣେ ସଫଳ ଅଭିନେତା ହେବାକୁ ପିଲାଦିନୁ ସେ ସ୍ବପ୍ନ ଦେଖିଥିଲେ। ଏହି ସ୍ବପ୍ନକୁ ସାକାର କରିବା ଲାଗି ସେ ନିରନ୍ତର ପ୍ରୟାସ କରି ଆସିଥିଲେ। ପାଠ ପଢା ପରେ ପ୍ରଥମେ କ୍ୟାମେରାରେ ନିଜ ଫଟୋ ଉଠାଇ ମଡେଲିଂ ଆରମ୍ଭ କରିଥିଲେ। ତାଙ୍କର ସାଙ୍ଗ ଶୁଭମ ପାଢ଼ୀ ଏକ ଫିଲ୍ମର ପ୍ରଯୋଜନା କରିବାରୁ ସେଥିରେ ତାଙ୍କୁ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ମିଳିଥିଲା। ଚନ୍ଦନ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ତୁମକୁ ଦେଖିଲା ପରେ’ ଫିଲ୍ମରେ ସେ ସୁନ୍ଦର ଅଭିନୟ କରି ସାଉଁଣ୍ଟି ଥିଲେ ପ୍ରଶଂସା। ସେବେଠାରୁ ଆଉ ପଛକୁ ଚାହିଁ ନାହାନ୍ତି ଏହିଯୁବ ପ୍ରତିଭା ସୌମ୍ୟରଞ୍ଜନ କାନୁନ୍‌ଗୋ (୩୦) । ଓନଲି ପ୍ୟାର, ସୁନ୍ଦରଗଡର ସଲମନ ଖାନ ଓ ଖୁସି ଭଳି ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତିି। ଏବେ କାଳିଜାଈ ନାମକ ଏକ ଧାରାବାହିକରେ ମଧ୍ୟ ଅଭିନୟ କରୁଛନ୍ତି। ତାଙ୍କରି ଅଭିନୀତ ଅନ୍ୟ ଏକ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି।
ରାଜ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ପରିଚୟ ଲାଭ କରିଥିବା ବାରିପଦା ସହର ୫ ନମ୍ବର ୱାର୍ଡ ଅଧୀନ କେଏମବିଏମ ସାହିରେ ସୌମ୍ୟରଞ୍ଜନଙ୍କ ଘର। ସ୍ବର୍ଗତ ଦିଲୀପ କୁମାର କାନୁନଗୋ ଓ ସ୍ବର୍ଗତ ଆରତୀ କାନୁନଗୋଙ୍କର ସେ ଏକମାତ୍ର ପୁଅ । ତାଙ୍କର ଦୁଇ ବଡ ଭଉଣୀ ବିବାହ କରିସାରିଛନ୍ତି। ସୌମ୍ୟରଞ୍ଜନ ତାଙ୍କ ବାଲ୍ୟ ଶିକ୍ଷା ବାରିପଦା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆରମ୍ଭ କରିଥିଲେ। ବାରିପଦାର କେଏମବିଏମ ସିନେମା ହଲ ନିକଟରେ ତାଙ୍କ ଘର ହୋଇଥିବାରୁ ପିଲାବେଳୁ ଫିଲ୍ମ ଦେଖି କଳା ପ୍ରତି ରୁଚି ରଖିଥିଲେ। ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଭାଗନେବା ସହ ଅଭିନୟ କରୁୁଥିଲେ। ପରେ ତାଙ୍କୁ ଘାରିଥିଲା ଅଭିନୟ ନିଶା । ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ ଓ ହର ପଟ୍ଟନାୟକଙ୍କ ଫିଲ୍ମ ଦେଖିବାକୁ ସେ ଘରୁ ଲୁଚି ଲୁଚି ସିନେମା ହଲକୁ ଚାଲି ଯାଉଥିଲେ। ଘରେ କାହାକୁ ନ କହି ଫିଲ୍ମ ଦେଖିବାକୁ ଚାଲି ଯାଉଥିବାରୁ କେତେଥର ଏଥିଲାଗି ମା’ ଓ ବାପାଙ୍କ ଠାରୁ ଗାଳି ଶୁଣିଛନ୍ତି। ସପ୍ତମ ଶ୍ରେଣୀରେ ପଢ଼ିବା ବେଳେ ତାଙ୍କ ମା’ ଆରତି ଆରପାରିକୁ ଚାଲି ଯାଇଥିଲେ। ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ତାଙ୍କ ବାପା ଦିଲୀପଙ୍କର ଗତ ୨୦୧୭ରେ ଦେହାନ୍ତ ଘଟିଥିଲା। ଏବେ ତାଙ୍କର ସଫଳତା ସମୟରେ ମା’ ଓ ବାପା ତାଙ୍କ ନିକଟରେ ନାହାନ୍ତି। ତଥାପି ମା’ବାପାଙ୍କ ତାଗିଦ ଓ ସ୍ନେହ ତାଙ୍କୁ ଅଭିନୟ ଜଗତରେ ସଫଳ ହେବାକୁ ପ୍ରେରଣା ଯୋଗାଇଛି। ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ମିଳିଲେ, ସେମାନେ ଲକ୍ଷ୍ୟ ପଥରେ ଆଗକୁ ବଢି ପାରିବେ ବୋଲି ସୌମ୍ୟରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri