ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦-୧୧:ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ବ୍ରହ୍ମପୁରର ୨ଜଣ ଛାତ୍ର ଏଦିଗରେ ନିଜ ଉଦ୍ୟମରେ ପ୍ରୟାସ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ଗୋଷାଣୀନୂଆଗଁା ଡିଏଭି ପବ୍ଲିକ ସ୍କୁଲ ଦଶମ ଶ୍ରେଣୀ ଛାତ୍ର ସୁମିତ ପଟ୍ଟନାୟକ ଏବଂ ପୀୟୂଷ ରଞ୍ଜନ ପାଢୀ। ଏମାନଙ୍କ କହିବାନୁଯାୟୀ, ୩ ମାସ ହେଲା ପରିଶ୍ରମ କରି ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏକ ବକ୍ସ ଭିତରେ ଦୁଇଟି ଉଦ୍ଭିଦକୁ ରଖାଯାଇଛି। ସେହି ବକ୍ସକୁ ଏକ ହଟ୍‌ ବେଲୁନ୍‌ ମାଧ୍ୟମରେ ଆକାଶକୁ ଛଡ଼ାଯିବ। ବେଲୁନ୍‌ ଭିତରେ ହିଲିୟମ୍‌ ଗ୍ୟାସ୍‌ ରଖାଯାଇଛି। ଏହି ଗ୍ୟାସ୍‌ ବେଲୁନ୍‌କୁ ଉପରକୁ ନେବାରେ ସାହାଯ୍ୟ କରିବ। ବେଲୁନଟି ଏହି ବକ୍ସକୁ ଧରି ଷ୍ଟ୍ରାଟସ୍‌ଫିୟର୍‌ ବା ଆକାଶମାର୍ଗରେ ୩୦ରୁ ୫୦ କି.ମି. ଉପରକୁ ଯିବ। କାରଣ ପୃଥିବୀର ଷ୍ଟ୍ରାଟସ୍‌ଫିୟର ଏବଂ ମଙ୍ଗଳ ଗ୍ରହରେ ସ୍ଥିତି ପ୍ରାୟ ସମାନ। ବାୟୁର ଉତ୍ତାପ, ବିଭିନ୍ନ ଗ୍ୟାସ୍‌ର ଉପସ୍ଥିତି, ମଙ୍ଗଳ ଗ୍ରହ ସହ ସମାନ। ବକ୍ସରେ ଏକ କ୍ୟାମେରା ଖଞ୍ଜା ଯାଇ ଜିପିଏସ୍‌ ଲାଗିଛି। ଶୂନ୍ୟରେ ଏହି ବେଲୁନ୍‌ଟି ୩ଘଣ୍ଟା ରହି ପାରିବ। ଏହି ସମୟ ଭିତରେ ବେଲୁନ୍‌ଟି ଷ୍ଟ୍ରାଟସ୍‌ଫିୟର୍‌ରେ ପହଞ୍ଚିବା ପରେ ସେଠାରୁ ଭୂପୃଷ୍ଠକୁ ଫେରିବ। ପ୍ରାୟ ୧୨୦କି.ମି. ଅଞ୍ଚଳ ଭିତରେ ବକ୍ସଟି ଅବତରଣ କରିବ। ଅବତରଣ ସମୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ବେଗ ୨୫ଶହ କି.ମି. ଘଣ୍ଟା ପ୍ରତି ରହିବ। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଭୂପୃଷ୍ଠର ନିକଟତର ହେଲେ ବେଗ କମି ସେକଣ୍ଡକୁ ୩ମିଟର ରହିବ। ତେବେ ବକ୍ସକୁ ସୁରକ୍ଷିତ ଅବତରଣ କରିବା ପାଇଁ ଏକ ପାରାଚ୍ୟୁଟ୍‌ ମଧ୍ୟ ରହିଛି। ଅବତରଣ ସମୟରେ ପାରାଚ୍ୟୁଟ୍‌ଟି ସ୍ବତଃପ୍ରବୃତ୍ତ ଭାବେ ଖୋଲିଯିବ। କେଉଁଠାରେ ଏହି ବେଲୁନ୍‌ ଅବତରଣ କରିବ, ତାହା ଜାଣିବା ପାଇଁ ଜିପିଏସ୍‌ ଲଗାଯାଇଛି। ପାରାଚ୍ୟୁଟ୍‌ଟି ବକ୍ସର ବେଗକୁ କମାଇବାରେ ସାହାଯ୍ୟ କରିବ। ଯଦି ଅବତରଣ ପରେ ଉଭୟ ଉଦ୍ଭିଦ ସୁରକ୍ଷିତ ଥିବ, କୌଣସି କ୍ଷତି ହୋଇ ନ ଥିବ, ତେବେ ମଙ୍ଗଳରେ ମଧ୍ୟ ଉଦ୍ଭିଦ ବଞ୍ଚିପାରିବା ପ୍ରମାଣିତ ହେବ ବୋଲି ଉଭୟ ଛାତ୍ର ପ୍ରକାଶ କରିଛନ୍ତି। କେବଳ ଉଦ୍ଭିଦ ନୁହଁ, ମଣିଷ ମଧ୍ୟ ବଞ୍ଚିପାରିବ । ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟାରେ ବେଲୁନ୍‌କୁ ଉପରକୁ ଛଡ଼ାଯାଇଥିଲା । ଖବର ଲେଖାହେବା ସୁଦ୍ଧା ଅବତରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଜିପିଏସ୍‌ ମାଧ୍ୟମରେ ବକ୍ସର ସ୍ଥିତି ସମ୍ପର୍କରେ ସନ୍ଧାନ ଚାଲିଛି ବୋଲି ଛାତ୍ରଦ୍ୱୟ ପ୍ରକାଶ କରିଛନ୍ତି ।
ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ପ୍ରାୟ ୩୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଅଭିଭାବକ ଏବଂ ସାଙ୍ଗସାଥୀମାନଙ୍କ ସୂତ୍ରରୁ ସଂଗ୍ରହ କରାଯାଇଛି। ବକ୍ସକୁ ପଠାଇବା ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଧାରାଶ୍ରୀ ପାଢୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri