ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦-୧୧:ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ବ୍ରହ୍ମପୁରର ୨ଜଣ ଛାତ୍ର ଏଦିଗରେ ନିଜ ଉଦ୍ୟମରେ ପ୍ରୟାସ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ଗୋଷାଣୀନୂଆଗଁା ଡିଏଭି ପବ୍ଲିକ ସ୍କୁଲ ଦଶମ ଶ୍ରେଣୀ ଛାତ୍ର ସୁମିତ ପଟ୍ଟନାୟକ ଏବଂ ପୀୟୂଷ ରଞ୍ଜନ ପାଢୀ। ଏମାନଙ୍କ କହିବାନୁଯାୟୀ, ୩ ମାସ ହେଲା ପରିଶ୍ରମ କରି ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏକ ବକ୍ସ ଭିତରେ ଦୁଇଟି ଉଦ୍ଭିଦକୁ ରଖାଯାଇଛି। ସେହି ବକ୍ସକୁ ଏକ ହଟ୍‌ ବେଲୁନ୍‌ ମାଧ୍ୟମରେ ଆକାଶକୁ ଛଡ଼ାଯିବ। ବେଲୁନ୍‌ ଭିତରେ ହିଲିୟମ୍‌ ଗ୍ୟାସ୍‌ ରଖାଯାଇଛି। ଏହି ଗ୍ୟାସ୍‌ ବେଲୁନ୍‌କୁ ଉପରକୁ ନେବାରେ ସାହାଯ୍ୟ କରିବ। ବେଲୁନଟି ଏହି ବକ୍ସକୁ ଧରି ଷ୍ଟ୍ରାଟସ୍‌ଫିୟର୍‌ ବା ଆକାଶମାର୍ଗରେ ୩୦ରୁ ୫୦ କି.ମି. ଉପରକୁ ଯିବ। କାରଣ ପୃଥିବୀର ଷ୍ଟ୍ରାଟସ୍‌ଫିୟର ଏବଂ ମଙ୍ଗଳ ଗ୍ରହରେ ସ୍ଥିତି ପ୍ରାୟ ସମାନ। ବାୟୁର ଉତ୍ତାପ, ବିଭିନ୍ନ ଗ୍ୟାସ୍‌ର ଉପସ୍ଥିତି, ମଙ୍ଗଳ ଗ୍ରହ ସହ ସମାନ। ବକ୍ସରେ ଏକ କ୍ୟାମେରା ଖଞ୍ଜା ଯାଇ ଜିପିଏସ୍‌ ଲାଗିଛି। ଶୂନ୍ୟରେ ଏହି ବେଲୁନ୍‌ଟି ୩ଘଣ୍ଟା ରହି ପାରିବ। ଏହି ସମୟ ଭିତରେ ବେଲୁନ୍‌ଟି ଷ୍ଟ୍ରାଟସ୍‌ଫିୟର୍‌ରେ ପହଞ୍ଚିବା ପରେ ସେଠାରୁ ଭୂପୃଷ୍ଠକୁ ଫେରିବ। ପ୍ରାୟ ୧୨୦କି.ମି. ଅଞ୍ଚଳ ଭିତରେ ବକ୍ସଟି ଅବତରଣ କରିବ। ଅବତରଣ ସମୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ବେଗ ୨୫ଶହ କି.ମି. ଘଣ୍ଟା ପ୍ରତି ରହିବ। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଭୂପୃଷ୍ଠର ନିକଟତର ହେଲେ ବେଗ କମି ସେକଣ୍ଡକୁ ୩ମିଟର ରହିବ। ତେବେ ବକ୍ସକୁ ସୁରକ୍ଷିତ ଅବତରଣ କରିବା ପାଇଁ ଏକ ପାରାଚ୍ୟୁଟ୍‌ ମଧ୍ୟ ରହିଛି। ଅବତରଣ ସମୟରେ ପାରାଚ୍ୟୁଟ୍‌ଟି ସ୍ବତଃପ୍ରବୃତ୍ତ ଭାବେ ଖୋଲିଯିବ। କେଉଁଠାରେ ଏହି ବେଲୁନ୍‌ ଅବତରଣ କରିବ, ତାହା ଜାଣିବା ପାଇଁ ଜିପିଏସ୍‌ ଲଗାଯାଇଛି। ପାରାଚ୍ୟୁଟ୍‌ଟି ବକ୍ସର ବେଗକୁ କମାଇବାରେ ସାହାଯ୍ୟ କରିବ। ଯଦି ଅବତରଣ ପରେ ଉଭୟ ଉଦ୍ଭିଦ ସୁରକ୍ଷିତ ଥିବ, କୌଣସି କ୍ଷତି ହୋଇ ନ ଥିବ, ତେବେ ମଙ୍ଗଳରେ ମଧ୍ୟ ଉଦ୍ଭିଦ ବଞ୍ଚିପାରିବା ପ୍ରମାଣିତ ହେବ ବୋଲି ଉଭୟ ଛାତ୍ର ପ୍ରକାଶ କରିଛନ୍ତି। କେବଳ ଉଦ୍ଭିଦ ନୁହଁ, ମଣିଷ ମଧ୍ୟ ବଞ୍ଚିପାରିବ । ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟାରେ ବେଲୁନ୍‌କୁ ଉପରକୁ ଛଡ଼ାଯାଇଥିଲା । ଖବର ଲେଖାହେବା ସୁଦ୍ଧା ଅବତରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଜିପିଏସ୍‌ ମାଧ୍ୟମରେ ବକ୍ସର ସ୍ଥିତି ସମ୍ପର୍କରେ ସନ୍ଧାନ ଚାଲିଛି ବୋଲି ଛାତ୍ରଦ୍ୱୟ ପ୍ରକାଶ କରିଛନ୍ତି ।
ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ପ୍ରାୟ ୩୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଅଭିଭାବକ ଏବଂ ସାଙ୍ଗସାଥୀମାନଙ୍କ ସୂତ୍ରରୁ ସଂଗ୍ରହ କରାଯାଇଛି। ବକ୍ସକୁ ପଠାଇବା ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଧାରାଶ୍ରୀ ପାଢୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri