ମଙ୍ଗଳବାରଠାରୁ ୧୪ ଜିଲା ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ୧୪ ଜିଲାକୁ ସଂପ୍ରସାରଣ ହେଲା ଲକ୍‌ଡାଉନ୍‌। ରାଜ୍ୟ ସରକାର ପୂର୍ବରୁ ୫ ଜିଲାକୁ ଲକ୍‌ଡାଉନ୍‌ କରିଥିବା ବେଳେ ସୋମବାର ଆଉ ୯ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଜିଲାଗୁଡ଼ିକ ହେଲା ପୁରୀ, ନୟାଗଡ଼, ଜଗତ୍‌ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ଢେଙ୍କାନାଳ ଓ ଝାରସୁଗୁଡ଼ା। ଏହି ୯ଟି ଜିଲା ମଙ୍ଗଳବାରଠାରୁ ଲକ୍‌ଡାଉନ୍‌ ରହିବ। କରୋନା ଭୟାବହତାର ମୁକାବିଲା ଲାଗି ପୂର୍ବରୁ ରାଜ୍ୟ ସରକାର ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ।