ଭୟ କମାଉଛି ଭର୍ଚୁଆଲ କ୍ଲାସ୍‌

(ସୁଧୀର କୁମାର ପରିଡ଼ା)
କାମାକ୍ଷାନଗର, ୨୮।୫ – ଲକ୍‌ଡାଉନ୍‌ କୋହଳ ପରେ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଜୀବନ। ହେଲେ ଛାତ୍ରୀଛାତ୍ର ଏବଂ ଶିକ୍ଷାୟତନ ମଧ୍ୟରେ ବ୍ୟବଧାନ ଯେମିତି ଥିଲା ସେମିତି ରହିଛି। ସରକାରୀ କଟକଣା ଯୋଗୁ ପାଖାପାଖି ୨ମାସ ହେଲା ବିଦ୍ୟାଳୟରେ ଝୁଲୁଛି ତାଲା। ଗୁରୁତର ଭାବେ ପ୍ରଭାବିତ ହୋଇଛି ଶିକ୍ଷାଦାନ ବ୍ୟବସ୍ଥା। ଅଭିଭାବକଙ୍କୁ ପିଲାମାନଙ୍କ ଭବିଷ୍ୟତ ଚିନ୍ତା ଘାରୁଥିବାବେଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଏବେ ଏକମାତ୍ର ବିକଳ୍ପ ହୋଇଛି। ଏହି ଧାରାରେ ଆଗରେ ରହିଛି ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରାର ଆଦର୍ଶ ଶିକ୍ଷାନୁଷ୍ଠାନ ପଞ୍ଚାୟତିରାଜ ହାଇସ୍କୁଲ। ବିଦ୍ୟାଳୟରେ ଏପ୍ରିଲ୍‌ ୭ରୁ ଆରମ୍ଭ ହୋଇଛି ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା। ଭର୍ଚୁଆଲ୍‌ କ୍ଲାସ୍‌ ଘରେ ଥିବା ପିଲାଙ୍କ ପାଖରେ ପହଞ୍ଚାଉଛି ଶିକ୍ଷା। ଏହାଦ୍ୱାରା ପିଲାଙ୍କ ମନରୁ ଭୟ, ଆଶଙ୍କା ଦୂର ହେଉଥିବାବେଳେ ୪୬୦ ଛାତ୍ରୀଛାତ୍ରଙ୍କ ଲାଗି ସୃଷ୍ଟି ହୋଇଛି ନୂତନ ସମ୍ଭାବନା।
ଜାତୀୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ହେଉ କି ରାଜ୍ୟସ୍ତରୀୟ ପ୍ରତିଯୋଗିତା, ସବୁଥିରେ ଗୋଟିଏ ପାଦ ଆଗରେ ପଞ୍ଚାୟତିରାଜ ହାଇସ୍କୁଲ। ଏଠାରେ ଯଦିଓ ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା ପ୍ଲାଟ୍‌ଫର୍ମ ଥିଲା। ତେବେ ପ୍ରତ୍ୟକ୍ଷ ଶିକ୍ଷାଦାନ ପ୍ରଚଳିତ ଥିବାରୁ ଏହା ସେତେଟା କାମରେ ଆସୁ ନ ଥିଲା। କରୋନା ସଙ୍କଟ ସମୟରେ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ନୂତନ ଢଙ୍ଗରେ ଆରମ୍ଭ କରିଛନ୍ତି। ଏବେ ସରକାରଙ୍କ ନିର୍ଦ୍ଧାରିତ ‘ଦୀକ୍ଷା’, ‘ଜୁମ୍‌’ ଆପ୍‌ ସହିତ ନିଜସ୍ବ ଶୈଳୀରେ ଶିକ୍ଷାଦାନ କରାଯାଉଛି। ପ୍ରତି ୧୫ ଦିନରେ ଥରେ ଅନ୍‌ଲାଇନ୍‌ରେ ପରୀକ୍ଷା ମଧ୍ୟ ହେଉଛି। ଗଣିତ, ବିଜ୍ଞାନ, ଇଂଲିଶ ଭଳି ଜଟିଳ ବିଷୟଗୁଡ଼ିକ ଉପରେ ଅଧିକ ଫୋକସ୍‌ କରାଯାଉଥିବାବେଳେ ପିଲାମାନେ ବିନା ଦ୍ୱିଧାରେ ଆଲୋଚନାରେ ଭାଗ ନେଇ ଦ୍ୱନ୍ଦ୍ୱ ଦୂର କରିପାରୁଛନ୍ତି।
ଏ ନେଇ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ କୁହନ୍ତି, ସାଧାରଣତଃ ଏପ୍ରିଲ ପ୍ରଥମ ସପ୍ତାହରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ପ୍ରଭାବରୁ ଶିକ୍ଷାଦାନ ଅବ୍ୟବସ୍ଥିତ ହୋଇପଡ଼ିଥିଲା। ବିଶେଷକରି ଭାଷାଭିତ୍ତିକ ବିଷୟଠାରୁ ଗଣିତ, ବିଜ୍ଞାନରେ ପାଠ ପଢ଼ାଇବା ଶୈଳୀ ଭିନ୍ନ ହୋଇଥିବାରୁ ସମସ୍ୟା ବଢ଼ିଥିଲା। ତେଣୁ ସରକାରଙ୍କ ଆପ୍‌କୁ ଅପେକ୍ଷା ନ କରି ବିଭିନ୍ନ ବିଷୟକୁ ଭାଗ ଭାଗ କରି ହ୍ବାଟ୍ସଆପ୍‌ରେ ଗ୍ରୁପ ତିଆରି କରାଯାଇଛି। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ୪୬୦ ପିଲାଙ୍କୁ ନେଇ ୯ଟି ସେକ୍ସନ କରାଯାଇଛି। ସକାଳ ୭ଟାରୁ ଅପରାହ୍ନ ୧୨ଟା ଯାଏ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟାରୁ ୭ଟା ଭିତରେ ପିଲାମାନେ ଅବୁଝା ରହିଯାଇଥିବା ବିଷୟ ବ୍ୟକ୍ତିଗତ ଭାବେ ମୋବାଇଲରେ କିମ୍ବା ଗ୍ରୁପ୍‌ରେ ପଚାରିପାରିବେ। ଆଣ୍ଡ୍ରଏଡ୍‌ ମୋବାଇଲ ନ ଥିବା ପିଲାଙ୍କୁ ବ୍ୟକ୍ତିଗତ ଭାବେ ଫୋନ୍‌ କରି ସହାୟତା କରାଯାଉଛି। ସେମାନଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଛାତ୍ରୀଛାତ୍ରଙ୍କ ସହ ଯୋଗାଯୋଗ କରି ଅବୁଝା ବିଷୟ ବୁଝିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି। ସ୍କୁଲ ପ୍ରକୋଷ୍ଠରେ ସିଧାସଳଖ ଶିକ୍ଷାଦାନ ଯଦିଓ ଅଧିକ ଫଳପ୍ରଦ, ତେବେ କରୋନା ସମୟରେ ଏପରି ନୂତନ ପଦ୍ଧତି ଆପଣେଇବାକୁ ପଡ଼ିବ। ଧୀରେ ଧୀରେ ପିଲାମାନେ ଏଥିରେ ଅଭ୍ୟସ୍ତ ହେଉଥିବା ସେ କହିଛନ୍ତି। ଶିକ୍ଷକ ଡା. ଚନ୍ଦ୍ରମଣି ଲେଙ୍କା କୁହନ୍ତି, ଗଣିତ ଏବଂ ବିଜ୍ଞାନ ଭଳି ଜଟିଳ ବିଷୟରେ ପାଠପଢ଼ା ପଦ୍ଧତି ଭିନ୍ନ। ଏଥିଲାଗି ଉଭୟ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କୁ ଭଲ ଭାବେ ପ୍ରସ୍ତୁତ ରହିବା ଜରୁରୀ। ଖାତା କିମ୍ବା ବୋର୍ଡରେ ଗଣିତ କଷି ଏହାକୁ ମୋବାଇଲ୍‌ରେ ରେକର୍ଡିଂ କରି ଗ୍ରୁପ୍‌ରେ ଛଡ଼ାଯାଉଛି। ପ୍ରତିଦିନ ଟାସ୍କ ଦିଆଯାଇ ପରଦିନ ଏହାକୁ ଆଦାୟ କରାଯାଉଛି। ଏ ନେଇ ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତି ସାମଲ କୁହନ୍ତି, ଲକ୍‌ଡାଉନ୍‌ ଲାଗି ହଠାତ୍‌ ସ୍କୁଲ ବନ୍ଦ ହୋଇଯିବାରୁ ପାଠପଢ଼ାକୁ ନେଇ ଚିନ୍ତା ବଢ଼ିଥିଲା। ଠିକ୍‌ ସମୟରେ କୋର୍ସ ନ ସରିଲେ ପରୀକ୍ଷାରେ ଭଲ କରିବା କଷ୍ଟକର। ହେଲେ ସ୍କୁଲ ପକ୍ଷରୁ ଆରମ୍ଭ ହୋଇଥିବା ଅନ୍‌ଲାଇନ୍‌ ପାଠପଢ଼ା ଲାଭଦାୟକ ହେଉଛି। ସ୍କୁଲଠାରୁ ୮୦ କି.ମି.ଦୂରରେ ମା’ବାପାଙ୍କ ସହ ରହି ପାଠ ପଢ଼ିପାରୁଛି। ଘରେ ରହି ପାଠ ପଢ଼ିବା ଦ୍ୱାରା ମାନସିକ ଚାପ ବି କମୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri