ଭୟ କମାଉଛି ଭର୍ଚୁଆଲ କ୍ଲାସ୍‌

(ସୁଧୀର କୁମାର ପରିଡ଼ା)
କାମାକ୍ଷାନଗର, ୨୮।୫ – ଲକ୍‌ଡାଉନ୍‌ କୋହଳ ପରେ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଜୀବନ। ହେଲେ ଛାତ୍ରୀଛାତ୍ର ଏବଂ ଶିକ୍ଷାୟତନ ମଧ୍ୟରେ ବ୍ୟବଧାନ ଯେମିତି ଥିଲା ସେମିତି ରହିଛି। ସରକାରୀ କଟକଣା ଯୋଗୁ ପାଖାପାଖି ୨ମାସ ହେଲା ବିଦ୍ୟାଳୟରେ ଝୁଲୁଛି ତାଲା। ଗୁରୁତର ଭାବେ ପ୍ରଭାବିତ ହୋଇଛି ଶିକ୍ଷାଦାନ ବ୍ୟବସ୍ଥା। ଅଭିଭାବକଙ୍କୁ ପିଲାମାନଙ୍କ ଭବିଷ୍ୟତ ଚିନ୍ତା ଘାରୁଥିବାବେଳେ ଅନ୍‌ଲାଇନ୍‌ରେ ପାଠପଢ଼ା ଏବେ ଏକମାତ୍ର ବିକଳ୍ପ ହୋଇଛି। ଏହି ଧାରାରେ ଆଗରେ ରହିଛି ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରାର ଆଦର୍ଶ ଶିକ୍ଷାନୁଷ୍ଠାନ ପଞ୍ଚାୟତିରାଜ ହାଇସ୍କୁଲ। ବିଦ୍ୟାଳୟରେ ଏପ୍ରିଲ୍‌ ୭ରୁ ଆରମ୍ଭ ହୋଇଛି ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା। ଭର୍ଚୁଆଲ୍‌ କ୍ଲାସ୍‌ ଘରେ ଥିବା ପିଲାଙ୍କ ପାଖରେ ପହଞ୍ଚାଉଛି ଶିକ୍ଷା। ଏହାଦ୍ୱାରା ପିଲାଙ୍କ ମନରୁ ଭୟ, ଆଶଙ୍କା ଦୂର ହେଉଥିବାବେଳେ ୪୬୦ ଛାତ୍ରୀଛାତ୍ରଙ୍କ ଲାଗି ସୃଷ୍ଟି ହୋଇଛି ନୂତନ ସମ୍ଭାବନା।
ଜାତୀୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ହେଉ କି ରାଜ୍ୟସ୍ତରୀୟ ପ୍ରତିଯୋଗିତା, ସବୁଥିରେ ଗୋଟିଏ ପାଦ ଆଗରେ ପଞ୍ଚାୟତିରାଜ ହାଇସ୍କୁଲ। ଏଠାରେ ଯଦିଓ ଅନ୍‌ଲାଇନ୍‌ ମାଧ୍ୟମରେ ପାଠପଢ଼ା ପ୍ଲାଟ୍‌ଫର୍ମ ଥିଲା। ତେବେ ପ୍ରତ୍ୟକ୍ଷ ଶିକ୍ଷାଦାନ ପ୍ରଚଳିତ ଥିବାରୁ ଏହା ସେତେଟା କାମରେ ଆସୁ ନ ଥିଲା। କରୋନା ସଙ୍କଟ ସମୟରେ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ନୂତନ ଢଙ୍ଗରେ ଆରମ୍ଭ କରିଛନ୍ତି। ଏବେ ସରକାରଙ୍କ ନିର୍ଦ୍ଧାରିତ ‘ଦୀକ୍ଷା’, ‘ଜୁମ୍‌’ ଆପ୍‌ ସହିତ ନିଜସ୍ବ ଶୈଳୀରେ ଶିକ୍ଷାଦାନ କରାଯାଉଛି। ପ୍ରତି ୧୫ ଦିନରେ ଥରେ ଅନ୍‌ଲାଇନ୍‌ରେ ପରୀକ୍ଷା ମଧ୍ୟ ହେଉଛି। ଗଣିତ, ବିଜ୍ଞାନ, ଇଂଲିଶ ଭଳି ଜଟିଳ ବିଷୟଗୁଡ଼ିକ ଉପରେ ଅଧିକ ଫୋକସ୍‌ କରାଯାଉଥିବାବେଳେ ପିଲାମାନେ ବିନା ଦ୍ୱିଧାରେ ଆଲୋଚନାରେ ଭାଗ ନେଇ ଦ୍ୱନ୍ଦ୍ୱ ଦୂର କରିପାରୁଛନ୍ତି।
ଏ ନେଇ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ କୁହନ୍ତି, ସାଧାରଣତଃ ଏପ୍ରିଲ ପ୍ରଥମ ସପ୍ତାହରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ପ୍ରଭାବରୁ ଶିକ୍ଷାଦାନ ଅବ୍ୟବସ୍ଥିତ ହୋଇପଡ଼ିଥିଲା। ବିଶେଷକରି ଭାଷାଭିତ୍ତିକ ବିଷୟଠାରୁ ଗଣିତ, ବିଜ୍ଞାନରେ ପାଠ ପଢ଼ାଇବା ଶୈଳୀ ଭିନ୍ନ ହୋଇଥିବାରୁ ସମସ୍ୟା ବଢ଼ିଥିଲା। ତେଣୁ ସରକାରଙ୍କ ଆପ୍‌କୁ ଅପେକ୍ଷା ନ କରି ବିଭିନ୍ନ ବିଷୟକୁ ଭାଗ ଭାଗ କରି ହ୍ବାଟ୍ସଆପ୍‌ରେ ଗ୍ରୁପ ତିଆରି କରାଯାଇଛି। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ୪୬୦ ପିଲାଙ୍କୁ ନେଇ ୯ଟି ସେକ୍ସନ କରାଯାଇଛି। ସକାଳ ୭ଟାରୁ ଅପରାହ୍ନ ୧୨ଟା ଯାଏ ଶିକ୍ଷାଦାନ କରାଯାଉଛି। ଅପରାହ୍ନ ୪ଟାରୁ ୭ଟା ଭିତରେ ପିଲାମାନେ ଅବୁଝା ରହିଯାଇଥିବା ବିଷୟ ବ୍ୟକ୍ତିଗତ ଭାବେ ମୋବାଇଲରେ କିମ୍ବା ଗ୍ରୁପ୍‌ରେ ପଚାରିପାରିବେ। ଆଣ୍ଡ୍ରଏଡ୍‌ ମୋବାଇଲ ନ ଥିବା ପିଲାଙ୍କୁ ବ୍ୟକ୍ତିଗତ ଭାବେ ଫୋନ୍‌ କରି ସହାୟତା କରାଯାଉଛି। ସେମାନଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଛାତ୍ରୀଛାତ୍ରଙ୍କ ସହ ଯୋଗାଯୋଗ କରି ଅବୁଝା ବିଷୟ ବୁଝିବାକୁ ପରାମର୍ଶ ମଧ୍ୟ ଦିଆଯାଉଛି। ସ୍କୁଲ ପ୍ରକୋଷ୍ଠରେ ସିଧାସଳଖ ଶିକ୍ଷାଦାନ ଯଦିଓ ଅଧିକ ଫଳପ୍ରଦ, ତେବେ କରୋନା ସମୟରେ ଏପରି ନୂତନ ପଦ୍ଧତି ଆପଣେଇବାକୁ ପଡ଼ିବ। ଧୀରେ ଧୀରେ ପିଲାମାନେ ଏଥିରେ ଅଭ୍ୟସ୍ତ ହେଉଥିବା ସେ କହିଛନ୍ତି। ଶିକ୍ଷକ ଡା. ଚନ୍ଦ୍ରମଣି ଲେଙ୍କା କୁହନ୍ତି, ଗଣିତ ଏବଂ ବିଜ୍ଞାନ ଭଳି ଜଟିଳ ବିଷୟରେ ପାଠପଢ଼ା ପଦ୍ଧତି ଭିନ୍ନ। ଏଥିଲାଗି ଉଭୟ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କୁ ଭଲ ଭାବେ ପ୍ରସ୍ତୁତ ରହିବା ଜରୁରୀ। ଖାତା କିମ୍ବା ବୋର୍ଡରେ ଗଣିତ କଷି ଏହାକୁ ମୋବାଇଲ୍‌ରେ ରେକର୍ଡିଂ କରି ଗ୍ରୁପ୍‌ରେ ଛଡ଼ାଯାଉଛି। ପ୍ରତିଦିନ ଟାସ୍କ ଦିଆଯାଇ ପରଦିନ ଏହାକୁ ଆଦାୟ କରାଯାଉଛି। ଏ ନେଇ ଦଶମ ଶ୍ରେଣୀ ଛାତ୍ରୀ ସ୍ମୃତି ସାମଲ କୁହନ୍ତି, ଲକ୍‌ଡାଉନ୍‌ ଲାଗି ହଠାତ୍‌ ସ୍କୁଲ ବନ୍ଦ ହୋଇଯିବାରୁ ପାଠପଢ଼ାକୁ ନେଇ ଚିନ୍ତା ବଢ଼ିଥିଲା। ଠିକ୍‌ ସମୟରେ କୋର୍ସ ନ ସରିଲେ ପରୀକ୍ଷାରେ ଭଲ କରିବା କଷ୍ଟକର। ହେଲେ ସ୍କୁଲ ପକ୍ଷରୁ ଆରମ୍ଭ ହୋଇଥିବା ଅନ୍‌ଲାଇନ୍‌ ପାଠପଢ଼ା ଲାଭଦାୟକ ହେଉଛି। ସ୍କୁଲଠାରୁ ୮୦ କି.ମି.ଦୂରରେ ମା’ବାପାଙ୍କ ସହ ରହି ପାଠ ପଢ଼ିପାରୁଛି। ଘରେ ରହି ପାଠ ପଢ଼ିବା ଦ୍ୱାରା ମାନସିକ ଚାପ ବି କମୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri