ଭୋଗ ଦଖଲରେ ଜବରଦଖଲକାରୀ: ଖଜଣା ଭରୁଛନ୍ତି ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର, ୨୩ା୨(ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ସୌନ୍ଦର୍ଯ୍ୟକରଣ ନେଇ ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ମାପଚୁପ ଚାଲିଛି। ହେଲେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲ ଯୋଗୁ କାର୍ଯ୍ୟ ଆଗେଇ ପାରୁନାହିଁ। ଏଠାରେ ପୂର୍ବରୁ ବହୁ ଅଫିସର ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲା ପ୍ରଶାସନର ବିଭିନ୍ନ ପଦ ପଦବୀରେ ରହିଛନ୍ତି। ସେମାନଙ୍କ ଅଭିଜ୍ଞତା କାରଣରୁ ମିଳିତ ଉଚ୍ଛେଦ ଟିମ୍‌ରେ ଦାୟିତ୍ୱ ଦିଆଯାଇଛି। ହେଲେ ସେମାନଙ୍କ କାର୍ଯ୍ୟକାଳ ସମୟରେ ଶ୍ରୀଲିଙ୍ଗରାଜଙ୍କ ବହୁ ମୂଲ୍ୟବାନ ଜମିକୁ ସେମାନେ ଚଞ୍ଚକତା କରି ପ୍ରଭାବଶାଳୀ ଗୋଷ୍ଠୀ ନିଜ ନାମରେ ରେକର୍ଡ କରାଇଥିଲେ। ପୁଣି ସେହି ଅଧିକାରୀ କିଭଳି କାର୍ଯ୍ୟାନୁଷ୍ଠାନ ନେବେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀଲିଙ୍ଗରାଜଙ୍କ ଭୂସମ୍ପତ୍ତି ଆବହମାନକାଳରୁ ସର୍ବସାଧାରଣ ରାସ୍ତା, ଦେବସ୍ଥଳୀ, ମନ୍ଦିର ବେଢା ଓ ସର୍ବସାଧାରଣ ଉଦ୍ଦେଶ୍ୟରେ ରହିଥିବା ଦର୍ଶାଯାଇଛି। ଏଗୁଡିକ ବହୁ ରାଜନୈତିକ, ପ୍ରଭାବଶାଳୀ ବ୍ୟକ୍ତି ନିଜ ରଖିବା ସହ ସମ୍ପର୍କୀୟଙ୍କ ନାମରେ କରାଇ ନେଇଛନ୍ତି। କେତେକ କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ଜମିଗୁଡିକୁ ଜବରଦଖଲ କରିବା ପରେ ସାଧାରଣ ପ୍ରଶାସନ ସେମାନଙ୍କ ନାମରେ ବେଆଇନ ଦଖଲ ଓ ଜବରଦଖଲ ଲେଖାଯାଇଛି। ଏହାଦ୍ୱାରା ଜବରଦଖଲକାରୀ ଆଇନ ଅଦାଲତ ପେଞ୍ଚ ଦେଖାଇ ଭୋଗ ଦଖଲ କରୁଛନ୍ତି। ଫଳରେ ଶ୍ରୀଲିଙ୍ଗରାଜ ଏହାର ଖଜଣା ଭରୁଛନ୍ତି।
ଶ୍ରୀଲିଙ୍ଗରାଙ୍କ ବହୁ ମୂଲ୍ୟ ଜମି ଓ ରୀତି ନୀତି ସହ ଜଡିତ ଦେବସ୍ଥଳୀଗୁଡିକୁ ଜବରଦଖଲ କରାଯାଇଛି। ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ଲାଖବିନ୍ଧା ପଡିଆ ଓ ଶ୍ରୀପଞ୍ଚମୀ ପଡିଆ ଅନ୍ୟତମ। ଏଗୁଡିକର ପ୍ରଜା ଶ୍ରୀଲିଙ୍ଗରାଜ ମହାପ୍ରଭୁ ମାର୍ଫତ ଟ୍ରଷ୍ଟବୋର୍ଡ ଥାଇ ମଧ୍ୟ ତାହାକୁ ପ୍ରଭାବଶାଳୀ ବ୍ୟକ୍ତି ଭୋଗ ଦଖଲ କରୁଛନ୍ତି। ଏସବୁର ଟିକସ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନାମରେ ଗଡୁଛି। ଭୁବନେଶ୍ୱର ମୌଜା ୟୁନିଟ୍‌ ୨୭ ଅନ୍ତର୍ଗତ ଖତିଆନା ନଂ. ୨୮୮ରେ ମୋଟ ୧୬୭ ଗୋଟି ପ୍ଲଟ ୧୯ ଏକର ୮ ଡିସିମିଲ ରେକର୍ଡ ଭୁକ୍ତ ହୋଇଛି। ମାତ୍ର କେତୋଟି ମନ୍ଦିର ବିଜେ ସ୍ଥଳୀ ଛାଡି ଦେଲେ ଅଧିକାଂଶ ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ସେଥିମଧ୍ୟରୁ ପ୍ଲଟ ନଂ. ୧୯୭୭, ୧୦୩ ଡିସିମିଲ ହୋଇଥିବାବେଳେ ରଥକାଠ ଅନୁକୂଳ ସମ୍ବନ୍ଧରେ ଥାଇ ମଧ୍ୟ ଜଣେ ବ୍ୟକ୍ତି ଏଠାରେ ଘର ନିର୍ମାଣ କରିଛନ୍ତି। ଉକ୍ତ ସ୍ଥାନରେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଭୂସମ୍ପତ୍ତି ବୋଲି ଗୋଟିଏ ବୋର୍ଡ ମାରି ନିଜର କାର୍ଯ୍ୟ ସାରି ଦେଇଛନ୍ତି। ପୂର୍ବରୁ ୨ ଏକରରୁ ଊର୍ଦ୍ଧ୍ୱ ଶ୍ରୀପଞ୍ଚମୀ ପଡିଆ ରହିଥିବା ସ୍ଥଳେ ଏବେ ପ୍ଲଟ ନଂ. ୧୯୮୦ ମାତ୍ର ୫ ଡିସିମିଲ ଶ୍ରୀଲିଙ୍ଗରାଜଙ୍କ ଭୋଗ ଲାଗି ପୀଠ ରହିଛି। ଏହି ୨୮୮ ଖାତାରେ ଖଜଣା ବାବଦକୁ ୩୦୯୪ ଟଙ୍କା ଓ ସେସ୍‌ ବାବଦକୁ ୯୪୫ ଟଙ୍କା ୪୪ ପଇସା ଏପରି ମୋଟ ୪୦୪୦ଟଙ୍କା ୩୪ ପଇସା ଟିକସ୍‌ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ଗଡୁଥିବାବେଳେ ଏହା ଜବରଦଖଲକାରୀଙ୍କ ଭୋଗ ଦଖଲରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri