ଭୋକ ଭୁଲିଛି ବେସାହାରା ହଜାରୀ

ଭଞ୍ଜନଗର,୪।୬(ଡି.ଏନ.ଏ)- ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଟୋକାଗଣ୍ଡାର ମାନସିକ ଅନଗ୍ରସହ ହଜାରୀ ନାୟକ(୧୭)। ୨ ବର୍ଷ ହେଲା ସେ ବେସାହାର ହୋଇପଡ଼ିଛନ୍ତି। ପେଟରେ ଭୋକ ଥାଇ ମଧ୍ୟ ମାନସିକ ଅନଗ୍ରସହ ହଜାରୀ କାହାକୁ କହିପାରୁନାହଁାନ୍ତି। ସମ୍ପର୍କୀୟ ଭାଇ କିମ୍ବା ସାହିପଡିଶା କିଏ ମୁଠେ ଦେଲେ ଖାଆନ୍ତି ନ ହେଲେ ଉପାସରେ ଦିନ କଟେ। ଲକ୍‌ଡାଉନ୍‌ ଯୋଗୁ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦୃଷ୍ଟିକୁ ଆସିଥିଲେ ମଧ୍ୟ ସେମାନେ ତାଙ୍କୁ ଥଇଥାନ କରିପାରିନାହାନ୍ତି। ତୁରନ୍ତ ହଜାରୀଙ୍କୁ ଉଦ୍ଧାର କରି କୌଣସି ଅନାଥ ଆଶ୍ରମରେ ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶ ଯେ, ହଜାରୀଙ୍କ ଜନ୍ମ ପରେ ମା’ କସ୍ତୁରି ନାୟକ ମୃତ୍ୟୁବରଣ କରିଥିଲେ। ଏହାର କିଛିମାସ ପରେ ତାଙ୍କ ବାପା ରାମ ମଧ୍ୟ ଜଙ୍ଗଲକୁ ଯାଇଥିବା ବେଳେ ଅଶୁଂଘାତରେ ମୃତ୍ୟୁବରଣ କରିଥିଲେ। ଏଭଳି ପରିସ୍ଥିତିରେ ହଜାରୀଙ୍କୁ ତାଙ୍କ ପିଉସା ନେଇ ରଖିଥିଲେ। ପିଉସା ପିଉଷିଙ୍କର ମଧ୍ୟ ୨ବର୍ଷ ପୂର୍ବେ ୬ମାସ ବ୍ୟବଧାନରେ ମୃତ୍ୟୁ ଘଟିଛି। ଏହାପରେ ତାଙ୍କ ଜୀବନରେ ଆସିଥିଲା ଘୋର ଅନ୍ଧକାର। ସମ୍ପର୍କୀୟ ଭାଇ ଏବଂ ସାହିପଡ଼ୋଶୀଙ୍କ ସାହାଯ୍ୟରେ ହଜାରୀ ଚଳୁଥିଲେ। ୟା ଭିତରେ ଧିରେଧିରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ତେଣୁ ହଜାରୀଙ୍କୁ ପ୍ରଶାସନ କେଉଁଠି ଥଇଥାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri