ଭୂଷଣ ଷ୍ଟିଲର ୪ ହଜାର କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୩-୧୦: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡ(ବିପିଏସ୍‌ଏଲ୍‌)ର ୪ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। କମ୍ପାନୀ ବିରୋଧରେ ଋଣ ଠକେଇ ଅଭିଯୋଗ ଆସିଥିବା ବେଳେ ବେଆଇନ ଅର୍ଥକାରବାର ତଦନ୍ତ ଆଧାରରେ ଇଡି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମ୍ପାନୀର ଓଡ଼ିଶାରେ ଥିବା ଜମି, ବିଲ୍‌ଡିଂ, ପ୍ଲାଣ୍ଟ ଏବଂ ମେଶିନେରିକୁ ଇଡି ବେଆଇନ ଅର୍ଥ କାରବାର ନିରୋଧ ଆଇନ(ପିଏମ୍‌ଏଲ୍‌ଏ)ମୁତାବକ ଜବତ କରିଥିବା କହିଛି। ଜବତ ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ୪,୦୨୫.୨୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିଭିନ୍ନ ବ୍ୟାଙ୍କରୁ କମ୍ପାନୀ ଋଣ ନେଇ ଏହି ଅର୍ଥକୁ ଅନ୍ୟ ଆଡେ ପଠାଇ ଦେଇଥିବା ଜଣା ପଡିଛି।
ଋଣ ଭାବେ ଲାଭ କରିଥିବା ୬୯୫.୧୪ କୋଟି ଟଙ୍କାର ପୁଞ୍ଜିକୁ ସିଏମ୍‌ଡି ଭାବେ ଅବସ୍ଥାପିତ ଥିବା ସଞ୍ଜୟ ସିଂଘଲ ଏବଂ ତାଙ୍କ ପରିବାର ଲଙ୍ଗଟର୍ମ କ୍ୟାପିଟାଲ ଗେନ୍‌ (ଏଲ୍‌ଟିସିଜି) ଭାବେ ଦର୍ଶାଇଛନ୍ତି। ସେହି ସମୟରେ ଆୟକରରୁ ଏଲ୍‌ଟିସିଜିକୁ ଛାଡ଼ କରାଯାଇଛି। ଭୂଷଣ କମ୍ପାନୀ, ସିଂଘଲ ଏବଂ ଅନ୍ୟ ମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କରିଥିଲା। ଉକ୍ତ ମାମଲାକୁ ଅଧ୍ୟୟନ କରିବା ପରେ ଇଡି ପକ୍ଷରୁ ସାନି ବେଆଇନ ଅର୍ଥ କାରବାର ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି। ଇଡି ଅଭିଯୋଗରେ କହିଛି ଯେ, ବିପିଏସ୍‌ଏଲ ନ୍ୟସ୍ତସ୍ବାର୍ଥ ରଖି ଅନେକ ସଂସ୍ଥାଙ୍କୁ କ୍ୟାପିଟାଲ ଗୁଡ୍‌ସ ଭାବେ ଆର୍‌ଟିଜିଏସ୍‌ ପେମେଣ୍ଟ କରିଛି। ଏଭଳି ଭାବେ ପେମେଣ୍ଟ ଲାଭ କରିଥିବା କମ୍ପାନୀ ଭୂଷଣକୁ କ୍ୟାଶ ଟ୍ରାନ୍ସଫର କରିଛନ୍ତି। ଯାହାକୁ ଏଲ୍‌ଟିସିିଜି ଭାବେ କମ୍ପାନୀ ଦର୍ଶାଇଛି। କମ୍ପାନୀ ବିଭିନ୍ନ ବେଆଇନ କାର୍ଯ୍ୟ ଦ୍ୱାରା ଏହା ଦର୍ଶାଇଥିବା ଇଡି କହିଛି। ସେହିଭଳି ପ୍ରମୋଟର କମ୍ପାନୀ ଦ୍ୱାରା ଆଉ ୩,୩୩୦ କୋଟି ଟଙ୍କାକୁ ଇକ୍ୱିଟି(ଶେୟାର କ୍ୟାପିଟାଲ ଏବଂ ପ୍ରିମିୟମ) ଭାବେ ନିବେଶ କରାଯାଇଛି। ଭୂଷଣର ଋଣ ଅର୍ଥକୁ ବ୍ୟବହାର କରାଯିବା ସହ ଭୂତ କମ୍ପାନୀଗୁଡ଼ିକୁ ଆଡଭାନ୍ସ ଭାବେ ଅର୍ଥ ପ୍ରଦାନ କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri