‘ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଉ’

ବାଲେଶ୍ୱର ଅଫିସ,୧୪।୧-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଶ୍ରୀକୋଣା, ହିଡ଼ିଗାଁ ପଞ୍ଚାୟତ ଅଞ୍ଚଳର ଭୂମିହୀନ ଆଦିବାସୀ ଓ ଦଳିତମାନେ ଦୀର୍ଘଦିନ ଧରି ରହିଆସୁଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜମି ଯୋଗାଇଦେବା ପ୍ରତିବାଦରେ ସୋମବାର ଭାରତୀୟ କ୍ଷେତ ମଜଦୁର ୟୁନିଅନ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ ଅଫିସ୍‌ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସଦର ତହସିଲ ଅଞ୍ଚଳର ବିଶେଷ କରି ଉପକୂଳବର୍ତ୍ତୀ ପଞ୍ଚାୟତ ସମେତ ସହର ଚତୁଃପାର୍ଶ୍ୱ ଗ୍ରାମରେ ଶହ ଶହ ବର୍ଷ ଧରି ରହିଆସୁଥିବା ଭୂମିହୀନ, ଆଦିବାସୀ, ଦଳିତ ଓ ଅନ୍ୟାନ୍ୟ ଗରିବ ଲୋକେ ଘରଡ଼ିହ ଓ ଚାଷ ପାଇଁ ଜମିପଟ୍ଟା ଓ ବାସଗୃହ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୦୦୯ରୁ ୨୦୧୩ ମଧ୍ୟରେ ସଦର ତହସିଲରେ ଅନ୍ୟୁନ ୫ହଜାର ଭୂମିହୀନ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ତତ୍କାଳୀନ ତହସିଲଦାର ଏହି ଆବେଦନପତ୍ର ଗ୍ରହଣ କରି ରସିଦ ସବୁ ଦେଇଥିଲେ। ଏହାପରେ ସରଜମିନ ତଦନ୍ତ ମଧ୍ୟ କରିଥିଲେ। ତାଙ୍କ ବଦଳି ପରେ ଭୂମିହୀନଙ୍କୁ ଚିହ୍ନଟ ଓ ପଟ୍ଟା ପ୍ରଦାନ ଅଟକିଗଲା। ଏବେ ଏହି ଭୂମିହୀନମାନେ ରହୁଥିବା ସରକାରୀ ଅଥବା ଜମିଦାର ଜମିରୁ ଚାନ୍ଦିପୁର, ଶ୍ରୀକୋଣା, ହିଡ଼ିଗାଁ ଆଦିି ପଞ୍ଚାୟତରୁ ଚାନ୍ଦିପୁର ଆରଆଇଙ୍କ ସହାୟତାରେ ଉଚ୍ଛେଦ କରିଦିଆଯାଇଛି। ଏପରିକି ଚାନ୍ଦିପୁର ଫକୀରମୋହନ ବିଦ୍ୟାଳୟ ନିକଟରେ ଆଦିବାସୀମାନେ ଗତ ୨୦ବର୍ଷ ଧରି ଯେଉଁଠି ୨୦ରୁ ୨୫ ଟ୍ରକ୍‌ ବାଲି ପୋତି ପଡ଼ିଆ କରି ସଭା ସମିତି ବୈଠକ ଆଦି କରୁଥିଲେ, ସେ ଜମିକୁ ପଞ୍ଚାୟତର ପ୍ରଭାବଶାଳୀ ଲୋକେ ଡୋଜର ଲଗାଇ ଭାଙ୍ଗି ଗାଡ଼ି ଷ୍ଟାଣ୍ଡ ନାମରେ ଜବରଦଖଲ ଉଦ୍ୟମ କରୁଛନ୍ତି। ଏହି ପରିସ୍ଥିତିରେ ଭୂମିହୀନମାନେ ସିପିଆଇ ନେତା ଜୟନ୍ତ ଦାସ, ଭାରତୀୟ କ୍ଷେତ ମଜଦୁର ୟୁନିଅନ୍‌ର ବାଲେଶ୍ୱର ସଦର ବ୍ଲକ ସଭାପତି ଯତୀନ ପାତ୍ର, ସମ୍ପାଦିକା ସୁହାଗୀ ମାଝି, ଜିଲା ସମ୍ପାଦକ ତପନ କୁମାର ସିଟ, ରାମଚନ୍ଦ୍ର ମାଝି, ଉମାକାନ୍ତ ବାହାଦୁର ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏକ ୫ ଜଣିଆ ପ୍ରତିନିଧି ଦଳ ଜିଲାପାଳଙ୍କ ଅନୁପସ୍ଥିତି ହେତୁ ରାଜସ୍ବ ଅଧିକାରୀଙ୍କଠାରେ ଦାବିପତ୍ର ଦାଖଲ କରିଥିଲେ। ଯଦି ୧୫ଦିନ ମଧ୍ୟରେ ଏ ସମସ୍ୟା ସମାଧାନ ନ ହୁଏ ତା’ହେଲେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri