ଭୁବନେଶ୍ୱର କାର୍ଯ୍ୟାଳୟରେ ପାସ୍‌ପୋର୍ଟ କେଳେଙ୍କାରୀ: ନକଲି ପାସ୍‌ପୋର୍ଟରେ ସୌଦି ପଳାଇଛନ୍ତି ସନ୍ଦିଗ୍ଧ; ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ଙ୍କ ଲିଙ୍କ୍‌ ସନ୍ଦେହ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଅସଲି ନମ୍ବରରେ ନକଲି ପାସ୍‌ପୋର୍ଟ। ଭୁବନେଶ୍ୱର ପାସ୍‌ପୋର୍ଟ ଅଫିସରେ ହୋଇଛି ଏଭଳି କେଳେଙ୍କାରୀ। ଉକ୍ତ ନକଲି ପାସ୍‌ପୋର୍ଟରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍‌ ବ୍ୟକ୍ତି ସୌଦି ଆରବ ପଳାଇଥିବାବେଳେ ଅସଲ ପାସ୍‌ପୋର୍ଟଧାରୀ ଭୁବନେଶ୍ୱରର ବିମ୍ବାଧର ସାହୁ ରିନ୍ୟୁ ପାଇଁ ବାରମ୍ବାର ପାସ୍‌ପୋର୍ଟ ଅଫିସ୍‌ ଦୌଡୁଛନ୍ତି। ତାଙ୍କ ପାସ୍‌ପୋର୍ଟ ନମ୍ବରରେ ଅନ୍ୟ ଏକ ପାସ୍‌ପୋର୍ଟ ଇସ୍ୟୁ ହୋଇଛି। ଉକ୍ତ ପାସ୍‌ପୋର୍ଟ ହାତେଇଥିବା ବ୍ୟକ୍ତି ଜଣକ ସୌଦି ଆରବ ଚାଲିଯାଇଛନ୍ତି। ଏ ସଂକ୍ରାନ୍ତରେ ସୌଦି ଦୂତାବାସକୁ ଚିଠି କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଆସି ନ ଥିବା ପାସ୍‌ପୋର୍ଟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଥିବା ବିମ୍ବାଧର କହିଛନ୍ତି। ଏହି ଘଟଣା ଏବେ ପଦାକୁ ଆସିବା ପରେ ଭୁବନେଶ୍ୱର ଅଫିସରେ ହୋଇଥିବା ପାସ୍‌ପୋର୍ଟ ଜାଲିଆତି ସହ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ମିିଳିଥିବା ସୂଚନାନୁସାରେ, ପୁରୁଣା ଭୁବନେଶ୍ୱର ଦୁଲ୍ଲାଦେଈ ରୋଡ୍‌ର ପ୍ଲଟ୍‌ ନଂ.୨୮ରେ ପରିବାର ସହ ରହୁଛନ୍ତି ବିମ୍ବାଧର ସାହୁ। ବିମ୍ବାଧର ୧୯୮୬ରେ ଅଏଲ ଓଡିଶାରେ ମ୍ୟାନେଜର ଭାବେ ଚାକିରି କରୁଥିଲେ। ସେ ଅଫିସ କାର୍ଯ୍ୟରେ ବିଦେଶ ଯିବା ପାଇଁ ଭୁବନେଶ୍ୱର ପାସ୍‌ପୋର୍ସ ଅଫିସରେ ଆବେଦନ କରିବା ପରେ ତାଙ୍କୁ ପାସ୍‌ପୋର୍ଟ (ନଂ-ଭି୩୨୫୩୬୦)ମିଳିଥିଲା। ପରେ ଅଫିସ ପକ୍ଷରୁ ତାଙ୍କର ବିଦେଶ ଯିବା କାର୍ଯ୍ୟକ୍ରମ ବାତିଲ ହୋଇଯାଇଥିଲା। ୧୯୯୧ରେ ସେ ଉକ୍ତ ପାସ୍‌ପୋର୍ଟକୁ ରିନ୍ୟୁ କରିଥିଲେ। ୧୯୯୫ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାରେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ସମ୍ପୃକ୍ତି ଥିବା ଓ ସେ ଜାଲ୍‌ ପାସ୍‌ପୋର୍ଟରେ ଦେଶ ବାହାରକୁ ଚାଲିଯାଇଥିବା ଜଣାପଡିଥିଲା। ଏହାପରେ ଦେଶରେ ପାସ୍‌ପୋର୍ଟ କେଳେଙ୍କାରୀ ପଦାକୁ ଆସିଥିଲା। ସେତେବେଳେ ଭୁବନେଶ୍ୱର ପାସପୋର୍ଟ ଅଫିସରେ ମଧ୍ୟ ବ୍ୟାପକ ଜାଲିଆତି ହୋଇଥିବା ଜଣାପଡିବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ସେହି ସମୟରେ ବିମ୍ବାଧରଙ୍କ ପାସପୋର୍ଟକୁ ଜାଲିଆତି କରି ସମାନ ନମ୍ବରରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍‌ ବ୍ୟକ୍ତି ପାସ୍‌ପୋର୍ଟ ହାତେଇ ସୌଦି ଆରବ ଚାଲିଯାଇଥିବା ତଦନ୍ତରୁ ଜଣାପଡିଥିଲା। ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଜାଣିବା ପରେ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ପାସ୍‌ପୋର୍ଟ କାର୍ଯ୍ୟାଳୟର ଏକାଧିକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଏପର୍ଯ୍ୟନ୍ତ ଉକ୍ତ ନକଲି ପାସ୍‌ପୋର୍ଟଧାରୀଙ୍କୁ ଠାବ କରାଯାଇପାରି ନ ଥିବାବେଳେ ବିମ୍ବାଧରଙ୍କ ପାସ୍‌ପୋର୍ଟ ମଧ୍ୟ ରିନ୍ୟୁ ହୋଇପାରୁନି।
ଏ ସମ୍ପର୍କରେ ବିମ୍ବାଧର କୁହନ୍ତି, ପାସ୍‌ପୋର୍ଟ ରିନ୍ୟୁ ହୋଇପାରୁ ନ ଥିବାରୁ ଲଣ୍ଡନରେ ରହୁଥିବା ଝିଅ ପାଖକୁ ଯାଇପାରୁନୁ। ଗତ ମାର୍ଚ୍ଚ ୧୮ରେ ପାସ୍‌ପୋର୍ଟ ରିନ୍ୟୁ ପାଇଁ ପୁଣି ଆବେଦନ କରିଥିଲି। ୧୫ଦିନ ଭିତରେ ସ୍ତ୍ରୀଙ୍କର ପାସ୍‌ପୋର୍ଟ ରିନ୍ୟୁ ହୋଇଥିଲେ ମଧ୍ୟ ତାଙ୍କର ହୋଇପାରିନି। ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଅରିଜିନାଲ ପାସ୍‌ପୋର୍ଟ ନେଇ ଦେଖାଇଥିଲି। ଯାଞ୍ଚ କରାଯିବା ପରେ ସମାନ କଥା କୁହାଯାଉଛି। ତାଙ୍କ ନମ୍ବରରେ ଅନ୍ୟ ଜଣେ ପାସ୍‌ପୋର୍ଟ ନେଇଥିବାରୁ ମାର୍ଚ୍ଚ ୨୯ରେ ସୌଦି ଆରବ ଦୂତାବାସକୁ କର୍ତ୍ତୃପକ୍ଷ ମେଲ୍‌ କରିଛନ୍ତି। ଇତିମଧ୍ୟରେ ୩ ମାସ ବିତିଯାଇଥିଲେ ମଧ୍ୟ ମେଲ୍‌ର କିଛି ଉତ୍ତର ଆସୁନି କି ବିମ୍ବାଧରଙ୍କ ପାସ୍‌ପୋର୍ଟ ରିନ୍ୟୁ ହୋଇପାରୁନି। ତାଙ୍କ ନମ୍ବରରେ ନକଲି ପାସ୍‌ପୋର୍ଟ ହାତେଇଥିବା ବ୍ୟକ୍ତି ଯଦି କୌଣସି ଆତଙ୍କବାଦୀ କିମ୍ବା ଅନ୍ତର୍ଜାତୀୟ ଅପରାଧୀ ହୋଇଥାନ୍ତି, କିଛି ବି ଘଟଣା ଘଟିଲେ ସେ ଫସିଯିବେ ବୋଲି ଆଶଙ୍କା କରି ଭୟଭୀତ ଅବସ୍ଥାରେ ରହିଛନ୍ତି ବିମ୍ବାଧର। ଏନେଇ ସେ ବର୍ହିବ୍ୟାପାର ମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ପାସ୍‌ପୋର୍ଟ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ କିଛି ବି କହିବାକୁ ମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri