ଭୁବନେଶ୍ୱରରେ ଶିଶୁକନ୍ୟା ବିକ୍ରି

ଭୁବନେଶ୍ୱର,୧୦।୧୧ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ମା’ବାପା ନିଜ ଶିଶୁଙ୍କୁ ବିକ୍ରି କରିବା ଭଳି ସ୍ପର୍ଶକାତର ଘଟଣା ବାରମ୍ବାର ଘଟୁଛି। ମଙ୍ଗଳବାର ବଡ଼ଗଡ଼ ଥାନାଞ୍ଚଳରୁ ୩ବର୍ଷର ଜଣେ ଶିଶୁକନ୍ୟାଙ୍କୁ ଚାଇଲ୍ଡଲାଇନ୍‌ ଉଦ୍ଧାର କରିଥିଲା। ବୁଧବାର ଖଣ୍ଡଗିରି ଥାନା ଅଞ୍ଚଳରେ ସମାନ ଧରଣର ଆଉଏକ ଘଟଣା ସାମ୍ନାକୁ ଆସିଛି। ଶିଶୁକନ୍ୟାକୁ ୨୨ଦିନ ହୋଇଥିବାବେଳେ ମା’ବାପା ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଚାଇଲ୍ଡ ଲାଇନ୍‌ ଓ ପୋଲିସ୍‌ର ମିଳିତ ଟିମ୍‌ ଚଢ଼ାଉ କରି ଏକ ଦମ୍ପତିଙ୍କଠାରୁ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଛି। ବର୍ତ୍ତମାନ ଶିଶୁଟିର ବୟସ ୪ମାସ। ଚାଇଲ୍ଡ ଲାଇନ୍‌ର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୫୫୧/୨୦୨୨) ରୁଜୁ କରି ଘଟଣାର ତଦନ୍ତ କରୁଛି। ଶିଶୁକନ୍ୟାକୁ କିଣିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ ଥାନାରେ ପଚରାଉଚରା କରାଯାଇଥିବା ଜଣାପଡିଛି।
ସୂଚନାନୁସାରେ, ଶିଶୁକନ୍ୟାର ମା’ବାପା କଟକରେ ରୁହନ୍ତି। ସେମାନେ ଅତି ଗରିବ ହୋଇଥିବାବେଳେ କାମ କଲେ ପରିବାରରେ ଚୁଲି ଜଳେ। ଦୁଇ ଦୁଇଟି ଶିଶୁକନ୍ୟାକୁ ଚଳାଇବା ତାଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା। ବରମୁଣ୍ଡାର ଜଣେ ମହିଳାଙ୍କର କୌଣସି ସନ୍ତାନ ନ ଥିବାରୁ ସେ ଜଣେ ମଧ୍ୟସ୍ଥ ମାଧ୍ୟମରେ କଟକରେ ରହୁଥିବା ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ଉକ୍ତ ମଧ୍ୟସ୍ଥ ଜଣକ କଟକର ସେହି ଦମ୍ପତିଙ୍କ ସହ କଥା ହୋଇ ୧୦ହଜାର ଟଙ୍କାରେ ଶିଶୁକନ୍ୟା କିଣିବାକୁ ସମସ୍ତ ପ୍ରକ୍ରିୟା ସାରିଥିଲେ। ନୋଟାରୀ ଏଗ୍ରିମେଣ୍ଟ କରି ଟଙ୍କା କାରବାର ଓ ଶିଶୁକନ୍ୟା ବିକ୍ରି ହୋଇଥିଲା। ଏଥିସହ ଶିଶୁଟିର ନକଲି ଜନ୍ମ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ଖବର ଚାଇଲ୍ଡ ଲାଇନ ଜାଣିବା ପରେ ଖଣ୍ଡଗିରି ପୋଲିସ ସହାୟତାର ଚଢ଼ାଉ କରି ବରମୁଣ୍ଡାରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଅପରପକ୍ଷରେ ବେଆଇନ ପୋଷ୍ୟ ଗ୍ରହଣ, ଶିଶୁ ବିକ୍ରି ,ସରକାରୀ ଡକ୍ୟୁମେଣ୍ଟ ଜାଲିଆତି କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଚାଇଲ୍ଡ ଲାଇନ୍‌ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି। ଏଥିସହ ଶିଶୁକନ୍ୟାଟିକୁ ସୁଭଦ୍ରା ମହାତ୍ମା ସେବା ସଦନରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri