ଭୁବନେଶ୍ୱରରେ ଥମୁନି କରୋନା ଆକ୍ରାନ୍ତ ସଂଖ୍ୟା: ପୁଣି ଚିହ୍ନଟ ହେଲେ ୭ ସଂକ୍ରମିତ; ଅଛନ୍ତି ରେଳ ବିଭାଗ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୁଣି ୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୩ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୫କୁ ବୃଦ୍ଧି ପାଇଛି। ସେଥିରୁ ୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଆକ୍ଟିଭ୍‌ କେସ୍‌ ରହିଛି। ୩ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ କୋଭିଡ ଡାକ୍ତରଖାନାକୁ ପଠାଯାଇଥିବା ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ହୋମ୍‌ କ୍ୱାରାଣ୍ଟାଇନ୍‌ ସଂକ୍ରମିତମାନେ ରେଳ ବିଭାଗ କର୍ମଚାରୀ(୩୮, ୩୦, ୩୪, ୩୧ ବର୍ଷ)। ସେମାନେ ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ସେହିଭଳି ଲୋକାଲ୍‌ କେସ୍‌ ମଧ୍ୟରୁ ୨ଜଣ ଡୁମ୍‌ଡୁମା ହାଉସିଂବୋର୍ଡ କଲୋନୀର ଗୋଟିଏ ପରିବାରର(୪୫ ବର୍ଷୀୟ ମହିଳା ଓ ୧୦ ବର୍ଷୀୟ ନାବାଳକ)। ସେମାନେ ଗଞ୍ଜାମ ଗସ୍ତ କରିଥିବା ବେଳେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟଜଣେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ କାମ କରୁଥିବା ୩୧ ବର୍ଷୀୟ ମହିଳା ବୋଲି ବଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାୟୀ ସେତୁ ଦାବିରେ ଗ୍ରାମବାସୀଙ୍କ ଆମରଣ ଅନଶନ: ଭରା ନଦୀ ଘେରରେ ୧୩୦ ପରିବାର, ୧୭୨୧ ଜୀବନ

ରାଜକନିକା, ୭।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଆଳି ନିର୍ବାଚନମଣ୍ଡଳୀ ଅଧୀନ ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଦ୍ୱୀପାଞ୍ଚଳ ଗାଁ ଭାବେ ପରିଚିତ ଗଙ୍ଗାଧର…

ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ୱ ଅଧିକାରୀ, ଏକକାଳୀନ ୩ସ୍ଥାନରେ ଚଢ଼ାଉ

ପିପିଲି,୭।୯: ଲାଞ୍ଚ କାରବାର ବିରୋଧରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁରୀ ଜିଲା ପିପିଲି ତହସିଲ ଅଧୀନ ସିଉଳା ଆରଆଇ ସର୍କଲର…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ବଦଳିଲା ଗ୍ୟାସ ସିଲିଣ୍ଡର ବୁକିଂ ନିୟମ: ଏଣିକି ଏତିକି ଦିନରେ ମିଳିବ ନୂଆ ସିଲିଣ୍ଡର

ନୂଆଦିଲ୍ଲୀ, ୭।୯: ଗତ କିଛି ଦିନ ଧରି ଦେଶରେ ଗ୍ୟାସର ଅଭାବ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଥିଲେ ଯେ, ଗୋଟିଏ ଗ୍ୟାସ ସିଲିଣ୍ଡର…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri