ଭୁବନେଶ୍ୱରରେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ: କହିଲେ ‘ଚନ୍ଦ୍ରାୟନ-୨’ରେ ମିଳିଛି ୯୮% ସଫଳତା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଶନିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛି ସମୟ ପରେ ସେ ଭୁବନେଶ୍ୱର ଆଇଆଇଟି ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ସେଠାରେ ସେ ମୁଖ୍ୟଅତିଥି ଭାବେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚନ୍ଦ୍ରାୟନ-୨ ମିଶନ ପରେ ତାଙ୍କର ଏହା ପ୍ରଥମ ଭୁବନେଶ୍ୱର ଗସ୍ତ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ନ୍ଧନା ଜଣାଇବା ପରେ ସେ ନିଜର ପ୍ରତିକ୍ରିୟାରଖିଛନ୍ତି। ସେ କହିଛନ୍ତି ଯେ, ‘ଚନ୍ଦ୍ରାୟନ-୨’ରେ ୯୮% ସଫଳତା ମିଳିଛି। ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟଧାରାକୁ ସେ ପ୍ରଶଂସା କରିଛନ୍ତି। ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ତାହାର ଅନୁସନ୍ଧାନ ଚାଲିଛି। ବିକ୍ରମ ସମ୍ପର୍କରେ ତଥ୍ୟ ହସ୍ତଗତ ପରେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।