ଭୁବନେଶ୍ୱରରୁ ଲୋକେ ଗାଁ ମୁହାଁ

ନୟାଗଡ଼ ଅଫିସ,୬ା୪: ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୩୯ରେ ପହଞ୍ଚିଛି । ଏହା ମଧ୍ୟରେ କେବଳ ଭୁବନେଶ୍ୱରର ୩୨ଜଣ ଅଛନ୍ତି। ଏହା ଜାଣିବା ପରେ ଭୁବନେଶ୍ୱରରେ ରହୁଥିବା ନୟାଗଡ ଜିଲାର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏଣୁ ଅଧିକାଂଶ ଲୋକ ଗାଁ ମୁହାଁ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଲୋକ ଆସି ସାରିଲେଣି।ଆହୁରି କିଛି ଲୋକ ଆସିବା ଅପେକ୍ଷାରେ ଅଛନ୍ତି। ନୟାଗଡ ଜିଲାର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପେଟପାଟଣା ପାଇଁ ଭୁବନେଶ୍ୱରରେ ରହି ବିଭିନ୍ନ କାମଧନ୍ଦା କରିଆସୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଗାଁକୁ ନ ଆସି ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବା ଭଲ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଅନେକ ସ୍ଥାନରେ ଏହାକୁ ବିରୋଧ ମଧ୍ୟ କରାଗଲାଣି।