ଭୁବନେଶ୍ୱରରୁ ଗଡ଼ିଲା ବସ୍‌ ଓ ରେଳ

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ଦୀର୍ଘ ଦିନ ହେବ ବନ୍ଦଥିବା ବସ୍‌ ଓ ରେଳ ଚଳାଚଳ ବୁଧବାରଠାରୁ ପୁର୍ବବାର ଆରମ୍ଭ ହୋଇଛି। ୫୪୫ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ପୂର୍ବାହ୍ନ ୧୦ଟା ବେଳେ ଟ୍ରେନ୍‌ଟି ଭୁବନେଶ୍ୱର ରେଳ ଷ୍ଟେଶନରୁ ଯାତ୍ରା ଆରମ୍ଭ କରିଥିଲା। ଆସନ୍ତାକାଲି ୧୦ଟା ୪୫ରେ ନୂଆଦିଲ୍ଲୀରେ ପହଞ୍ଚିବ। ଟ୍ରେନଟି ଭୁବନେଶ୍ୱରରୁ ଯିବା ପୂର୍ବରୁ ଷ୍ଟେସନ୍‌ ପରିସରରେ ସୁରକ୍ଷା ବ୍ୟବସ୍ଥା ସହ ସାନିଟାଇଜେସନ୍‌  କରାଯାଇଥିଲା। ପ୍ଲାଟଫର୍ମକୁ ଯିବା ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଷ୍ଟେଶନ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଥିବା ଦେଖିବାକୁ ମିଳିଥିଲା। ଯାତ୍ରୀମାନେ ଟ୍ରେନ୍‌ରେ ଚଢ଼ିବା ପୂର୍ବରୁ ଟ୍ରେନ୍‌ଟି ବିଶୋଧନ କରାଯାଇଥିଲା। ସକାଳେ ଯାତାୟତ ସମୟରେ ରେଳ ଷ୍ଟେଶନରେ ହାଲୁକା ଭିଡ଼ ପରିଲିକ୍ଷିତ ହୋଇଥିଲା ସତ, କିନ୍ତୁ ଜିଆରପି ଥାନା ପୋଲିସ୍‌ କର୍ତ୍ତୃପକ୍ଷ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ସହ କିପରି ଶୃଙ୍ଖଳିତ ଭାବେ ଲୋକମାନେ ପ୍ଲାଟ୍‌ଫର୍ମକୁ ଯିବେ ସେନେଇ ବ୍ୟବସ୍ଥା କରାଯାଇଥିବା ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।
ଅନ୍ୟପକ୍ଷେ, ନୂଆଦିଲ୍ଲୀରୁ ଆସନ୍ତା କାଲି ସନ୍ଧ୍ୟା ୫ଟା ୫ରେ ନୂଆଦିଲ୍ଲୀ ଛାଡ଼ି ପରଦିନ ସନ୍ଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବ ଟ୍ରେନ୍‌। ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ। ଯେଉଁମାନେ ଆସିବେ ସେମାନେ ଗାଇଡ୍‌ଲାଇନ୍‌ ମାନିବାକୁ ବାଧ୍ୟ। ସଙ୍ଗରୋଧ ଓ ସାମାଜିକ ଦୂରତା ମାନିବା ସହ ପଞ୍ଜିକରଣ କରାଇବା ମୁଖ୍ୟ ଲକ୍ଷ୍ୟ ରହିଥିବା ଜଣାପଡ଼ିଛି। ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ବ ସୁବିଧାରେ ରହିବେ। ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ। ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ମିଳିଥିବା ସୂଚନା ମୂତାବକ, ଦେଶରେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍‌ ଚାଲୁଛି। ଏଥିଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଜାରି କରିଥିବାବେଳେ କେବଳ କନଫର୍ମ ଇ-ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri