ଭୁବନେଶ୍ବର, କଟକ ସମେତ ଭଦ୍ରକରେ ସଟ୍ ଡାଉନ କଡାକଡି, ରାସ୍ତାଘାଟ ଜନଶୂନ୍ୟ

ଭୁବନେଶ୍ବର, ୪।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାରଙ୍କ ପକ୍ଷରୁ ୩ ସହରକୁ ୪୮ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରାଯାଇଛି । ଏହି କ୍ରମରେ ରାଜଧାନୀ ଭୁବନେଶ୍ଵର, କଟକ ଏବଂ ଭଦ୍ରକ ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅପରପକ୍ଷେ ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସ ପାଟ୍ରୋଲିଂ କୁ କଡାକଡି କରାଯାଇଛି । ଭୁବନେଶ୍ବରର ବିଭିନ୍ନ ଛକ ସ୍ଥାନରେ ଯାଂଚ କରା ଯାଉଛି । ଏହି କ୍ରମରେ ୫ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରାନଟାଇନ ରେ ପଠାଯାଇଥିବା ସୂଚନା ମିଳିଛି । ସେହିପରି କଟକରେ ମଧ୍ୟ ସଟ୍ ଡାଉନ ପ୍ରଭାବ ସ୍ୱରୂପ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲୋକମାନେ ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତା ଘାଟ ଜନଶୂନ୍ୟ ନଜର ଆସୁଛି । ତେବେ ଏହି କ୍ୱାରାନଟାଇନ ରବିବାର ରାତି ଆଠଟା ପଯ୍ୟନ୍ତ ଜାରି ରହିବ।

ପ୍ରକାଶ ଯେ, ଶୁକ୍ରବାର ଓଡିଶା ରେ କରୋନା ପଜିଟିଭଙ୍କ ସଂଖ୍ୟା ୨୦ ରେ ପହଁଞ୍ଚିଛି । ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।