ଭିତ୍ତିଭୂମି ଶେୟାର କରିପାରିବେ ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୧୬।୧(ବ୍ୟୁରୋ):କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଉଥିବାବେଳେ ଦେଶର ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏବେ ବି ଆବଶ୍ୟକ ଭିତ୍ତିଭୂମି ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ସୁବିଧା ରହିଛି, ସେମାନେ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ତାହା ବ୍ୟବହାର କରିବାକୁ ଅନୁମତି ଦେଇପାରିବେ। ଏହାଦ୍ବାରା ୟୁଜି-ପିଜି ଛାତ୍ରୀଛାତ୍ରଙ୍କ ସହ ଗବେଷକମାନେ ଉପକୃତ ହେବେ। ଏ ନେଇ ୟୁଜିସି ସଚିବ ପ୍ରଫେସର ରାଜନୀଶ୍‌ ଜୈନ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ଗବେଷଣା ଏବଂ ଉନ୍ନୟନ କାର୍ଯ୍ୟରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଭିତ୍ତିଭୂମି ଓ ସମ୍ବଳ ଉପରେ ୟୁଜିସି ଗୁରୁତ୍ୱ ଦେଉଛି। ତେବେ ଭିତ୍ତିଭୂମି ସୁବିଧାଗୁଡ଼ିକର ତଦାରଖ ପାଇଁ ନିରନ୍ତର ପାଣ୍ଠିର ଆବଶ୍ୟକତା ରହିଛି। ତେଣୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଅନ୍ୟ ଶିକ୍ଷାନୁଷ୍ଠାନ ସହ ଭିତ୍ତିଭୂମି ଶେୟାର କରିବା ଦରକାର। କିଛି ଅର୍ଥ ବିନିୟମରେ ଉପଲବ୍ଧ ଥିବା ସମ୍ବଳଗୁଡ଼ିକର ସର୍ବୋତ୍ତମ ଉପଯୋଗ କରାଯାଇପାରିବ। ଏହି ଅତିରିକ୍ତ ଅର୍ଥ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିଜର ସମ୍ବଳଗୁଡ଼ିକୁ ଭଲ ରଖିବାରେ ସହାୟକ ହେବ। ଏଥିପାଇଁ ପାଠାଗାର, ପରୀକ୍ଷାଗାର, ଉପକରଣ ଭଳି ବିଭିନ୍ନ ସମ୍ବଳଗୁଡ଼ିକୁ ଖାଲି ସମୟରେ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଓ ଗବେଷକଙ୍କ ବ୍ୟବହାର ଲାଗି ଅନୁମତି ଦେବାକୁ ୟୁଜିସି ପରାମର୍ଶ ଦେଇଛି। ଏନେଇ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଥମୁନି ଶିମିଳିପାଳ ବନାଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri