ଭିତରେ ଶୋଇଥିଲେ ପରିବାର, ଲଗାଣ ବର୍ଷାରେ ଭାଙ୍ଗିଲା ଘର, ତା’ପରେ…

ରିଷିଡ଼ା,୩।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଅବୁଜବାହଲ ଗ୍ରାମର କଲୋନୀ ପଡାର ନିଳକଣ୍ଠ ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ସୁଦ୍ଧା ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି। ଫଳରେ ଭଙ୍ଗା ଦଦରା ଝାଟିମାଟି କୁଡିଆରେ ଏମାନଙ୍କ ଜୀବନ ବିତୁଛି। ଏପରି କି ସମ୍ବଳ ଅଭାବରୁ ଘରକୁ ମରାମତି କରିପାରୁନାହାନ୍ତି। ଦୀର୍ଘ ବର୍ଷ ହେବ ଏମାନେ ଦୁର୍ଦ୍ଦଶାାରେ କାଳାତିପାତ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଯୋଜନା ଅପହଞ୍ଚ ରହିଥିବା ଅଭିଯୋଗ ହୋଇଛି। କିଛି ଦିନ ହେଲା ଲଗାଣ ବର୍ଷା ସହିତ ପ୍ରବଳ ଝଡ଼ ପବନ ଯୋଗୁ ଘର ଭୁଶୁଡ଼ିବା ସହ କାନ୍ଥ ସବୁ ପଡ଼ିଯାଇଛି। ଯାହାଫଳରେ ଘରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ପରିସ୍ଥିତିରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବାଧ୍ୟ ହୋଇ ଆଜି ଘର ଉପରେ ଜରିପାଲ ପକାଇ ବିପଦସଙ୍କୁଳ ଅବସ୍ଥାରେ ରହୁଛନ୍ତି।ଏହି ସମ୍ପର୍କରେ ବିଡ଼ିଓ ସୁଚରିତା ମୁଗ୍ରୀ ଓ ସରପଞ୍ଚ ଅରବିନ୍ଦ ଗହିରଙ୍କୁ ପଚାରିବାରୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରିବାରକୁ ସାମିଲ କରି ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ ନିଗମର ବିଭିନ୍ନ ସମସ୍ୟା ସମାଧାନ ଦାବି: ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ

ଭଞ୍ଜନଗର, ୩।୮(ବାବୁଲା ପ୍ରଧାନ): ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ରଙ୍କ…

କ୍ରିକେଟ ଜଗତରୁ ଆସିଲା ବଡ଼ ଖବର: ୮ ବର୍ଷ ପାଇଁ ଏହି କ୍ରିକେଟରଙ୍କୁ ବ୍ୟାନ୍‌ କଲା ICC

ନୂଆଦିଲ୍ଲୀ,୩।୮: କ୍ରିକେଟ ଜଗତରୁ ଏକ ଚମକାଇଦେଲା ଭଳି ଖବର ସାମ୍ନାକୁ ଆସିଛି। ମ୍ୟାଚ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର କ୍ରିକେଟର ଅଖିଲେଶ ରେଡ୍ଡିଙ୍କୁ…

ଶ୍ରାବଣ ସୋମବାରରେ ପାଟଣା ଅଞ୍ଚଳରେ ଭକ୍ତିମୟ ପରିବେଶ, ହରହର ମହାଦେବ ଧ୍ବନୀରେ ପ୍ରକମ୍ପିତ ମନ୍ଦିର

ପାଟଣା,୩ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଅଞ୍ଚଳର ଶୈବ ପୀଠ ଗୁଡ଼ିକରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଶ୍ରାବଣ ମାସ ପ୍ରଥମ ସୋମବାର…

ଛାଡ଼ପତ୍ର ହେଲେ କାଙ୍ଗାଳ ହେବେ ରୋନାଲ୍ଡୋ! ବିବାହ ପୂର୍ବରୁ ରୋନାଲ୍ଡୋ-ଜର୍ଜିନା କରିଥିଲେ ଏହି ଏଗ୍ରିମେଣ୍ଟ

ଲିସବନ,୩।୮: ପର୍ତ୍ତୁଗାଲର ଦିଗ୍ଗଜ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ବିବାହ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ଉଭୟଙ୍କର ବିବାହ ପୂର୍ବରୁ…

ପାନବରଜରେ ଗୁଳିମାଡ଼ ଘଟଣାର ପର୍ଦ୍ଧାଫାଶ କଲା ପୋଲିସ, ପ୍ଲଟ୍‌ ବ୍ୟବସାୟରୁ ହୋଇଥିଲା ବିବାଦ

ଖୋର୍ଦ୍ଧା,୩।୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପାନବରଜ ଗ୍ରାମରେ ଗୁଳିକାଣ୍ଡ ମାମଲାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା…

ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ରେ ସେକ୍ସ ରାକେଟ୍‌ ଠାବ, ପ୍ରଲୋଭନ ଦେଖାଇ…

ରାଉରକେଲା,୩ା୮(ସଙ୍ଗୀତା ଜେନା): ସହରର ସିଭିଲ୍ ଟାଉନ୍‌ସିପ୍ ଅଞ୍ଚଳରେ ଏକ ବଡ଼ ଧରଣର ସେକ୍ସ ରାକେଟ୍ (ଦେହବ୍ୟାପାର) ଠାବ ହୋଇଛି। ରଘୁନାଥପାଲୀ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର…

ଏନ୍‌ଲିନୋ ପାଇଁ ସତର୍କ କଲେ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୩।୮: ରାଜ୍ୟରେ ବନ୍ୟା ପ୍ରକୋପ ହ୍ରାସ ପାଇଥିବା ସର୍ବୋଚ୍ଚ ଯନ୍ତ୍ରୀ ସୋମବାର ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ।…

ଶ୍ରାବଣ ସୋମବାରରେ ତିନି ରାଜ୍ୟରୁ ଆସିଲେ ଭକ୍ତ, ସ୍ଥାନୀୟ ଯୁବକଙ୍କ ପକ୍ଷରୁ ନିଆଗଲା ବଡ଼ ପଦକ୍ଷେପ

କଲ୍ୟାଣସିଂହପୁର, ୩।୮(ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଐତିହାସିକ ଦେବଗିରି ଶୈବପୀଠ ଉତ୍ସବମୁଖର ହୋଇଉଠିଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri