ଭିତରକନିକାକୁ ଚାରିଆଡୁ ବିପଦ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨:ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟପ୍ରାଣୀ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ ଜାତୀୟ ଉଦ୍ୟାନ ଓ ରାମସାର ସାଇଟ ପରି ଆନ୍ତର୍ଜାତୀୟ ମାନ୍ୟତା ମିଳିଛି। ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ବିଗତ ଦିନରେ ଉଦ୍ୟମ ହୋଇଥିଲେ ମଧ୍ୟ ଗତ ୨୦୧୭ ଜୁଲାଇରେ ପୋଲାଣ୍ଡର କ୍ରାକ୍‌ଓଠାରେ ଇଣ୍ଟରନାଲ ୟୁନିୟନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ)ର ବୈଠକରେ ଖାରଜ ହୋଇଛି। ସେଠାରେ ଏ ନେଇ ହୋଇଥିବା ସମୀକ୍ଷାରେ ଭିତରକନିକା ଆଦ୍ରଭୂମି ପରିଚାଳନାଗତ ତ୍ରୁଟି ସହ ବିଭିନ୍ନ ଅବ୍ୟବସ୍ଥାକୁ ପଦାରେ ପକାଇଛି। ଏଥିସହ ଦିଆଯାଇଥିବା ତଥ୍ୟାବଳୀ (ଡୋଜିଅର)ରେ ତଥ୍ୟଗୁଡିକରେ ବହୁ ଭୁଲ ରହିଛି। ଭିତରକନିକା ପ୍ରତି ଚାରିଆଡୁ ବିପଦ ଥିବା ଦର୍ଶାଇବା ସହିତ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲକୁ ଅଗ୍ରାହ୍ୟ କରି ଦିଆଯାଇଥିଲା।
ଏ ସମ୍ପର୍କରେ ଭିତରକନିକା ଇକୋ ସେନସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ପ୍ରଦୀପ କୁମାର ତରାଇ ପ୍ରମୁଖ କହିଛନ୍ତି, ତଥ୍ୟାବଳୀରେ ଲୁଣା କୁମ୍ଭୀର, ୨ ପ୍ରକାର ବିରଳ ସମେତ ୬ ପ୍ରକାର ଡଲ୍‌ଫିନ୍‌, ୪୧ ପ୍ରଜାତିର ମାଛ, ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ, ୩୬ ପ୍ରକାର ବିରଳ ବନ୍ୟଜନ୍ତୁ, ୨୮୦ ପ୍ରକାର ଦେଶୀ ବିଦେଶୀ ପକ୍ଷୀ, ୩୪ ପ୍ରକାର ସରୀସୃପ ଆଦି ସହ ହେନ୍ତାଳବଣ ସମ୍ପର୍କରେ ଉଲ୍ଲେଖ ରହିଛି। ଭିତରକନିକା ପାଇଁ ଭାରତୀୟ ଜାତୀୟ ବନ୍ୟଜୀବ ସଂରକ୍ଷଣ ଆଇନ ୧୯୭୨ ଲାଗୁ ହୋଇଛି। ଏହାସତ୍ତ୍ୱେ ଏହି ବନାଞ୍ଚଳ ମଧ୍ୟରେ ବ୍ୟକ୍ତିଗତ ଜମି, ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ, ଚାଷ, ଗୋରୁ ମହିଁଷି ବୁଲିବା, ଚିଙ୍ଗୁଡି ଘେରି ଆଦି ରହିଥିବା ୨୦୧୬ ନଭେମ୍ବରରେ ଆସିଥିବା ବୈଷୟିକ ଟିମ୍‌ର ସଦସ୍ୟ ନାଆମୀ ଡୋକ ଓ ରେମକୋ ଭନ ମର୍ମ ଅନୁଧ୍ୟାନ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ତଟକ୍ଷୟ ଓ ଅବାଧ ଅନୁପ୍ରବେଶ ଏହାର ଜୈବ ବିବିଧତାକୁ ନଷ୍ଟ କରୁଛି। ଭିତରକନିକା ମଧ୍ୟରେ ୪୦୦ରୁ ଅଧିକ ଗ୍ରାମ, ଇକୋ ସେନସେଟିଭ ଜୋନ ଅଞ୍ଚଳକୁ ଚିହ୍ନଟ ଓ ଗାଇଡଲାଇନର କାର୍ଯ୍ୟକାରିତା, ଧାମରା ବନ୍ଦରର ଅବସ୍ଥିତି, ହିଇଲର ଦ୍ୱୀପର ମିଜାଇଲ ଟେଷ୍ଟିଂ ଆଦି ଭିତରକନିକା ସୁରକ୍ଷା ଦିଗରେ ଅଭାବ ସୃଷ୍ଟି କରିଛି। ହେନ୍ତାଳବଣ ଓ ଅନ୍ୟ ପ୍ରାଣୀଙ୍କ ପାଇଁ ମଧୁର ଜଳ ଆବଶ୍ୟକ। ତେବେ ଏହାର ପରିମାଣ କ୍ରମଶଃ ହ୍ରାସ ପାଉଛି। ମତ୍ସ୍ୟଜୀବୀଙ୍କ ଲୋଲୁପ ଦୃଷ୍ଟି ସର୍ବଦା ଏହି ସଂରକ୍ଷିତ ସାମୁଦ୍ରିକ ଅଞ୍ଚଳରେ ରହିଥିବା ବେଳେ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଅର୍ଥ ଓ ତଟକ୍ଷୟକୁ ରୋକିବା ଆଦିର ଅଭାବ ଅଛି। ବିଶେଷକରି ଇକୋ ସେନସେଟିଭ ଜୋନର ଗାଇଡ ଲାଇନକୁ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ରିପୋର୍ଟରେ କ୍ଷୋଭ ପ୍ରକାଶ କରାଇଛି। ଏଥିସହିତ ଅନ୍ୟ କାରଣ ଦର୍ଶାଇ ବିଶ୍ୱ ଐତିହ୍ୟ ପାଇଁ ଭିତରକନିକା ଅଯୋଗ୍ୟ ବୋଲି ବୈଠକରେ ମତ ଦିଆଯାଇଛି। ଏ ନେଇ ସମୀକ୍ଷା କରାଯିବାକୁ ଦାବି ସହିତ ପରିବେଶବିତ୍‌ ଓ ସାମାଜିକ କର୍ମୀମାନେ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଯୋଗେନ୍ଦ୍ର ଯାଦବଙ୍କୁ ପଚାରିବାରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ଥିବା ବାଧାଗୁଡିକର ସମୀକ୍ଷା କରାଯାଉଛି। ଏଥିରେ ତାଲିକାଭୂକ୍ତ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri