ଭିଡିଓ କନ୍‌ଫରେନ୍ସିଂରେ ଶୁଣାଣିକୁ ଗୁରୁତ୍ୱ

କଟକ ଅଫିସ, ୧୭।୩: କରୋନା ଭୂତାଣୁକୁ ନେଇ ହାଇକୋର୍ଟ ପକ୍ଷରୁ ସୋମବାର ଏହା ଅଧୀନସ୍ଥ ତଳକୋର୍ଟଗୁଡ଼ିକ ପାଇଁ ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। କେଉଁ ପଦକ୍ଷେପ ନିଆଗଲେ ଭୂତାଣୁ ବ୍ୟାପିବାକୁ ରୋକାଯାଇପାରିବ ସେ ସମ୍ପର୍କରେ ଉକ୍ତ ଆଡ୍‌ଭାଇଜରିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି। ବିଶେଷକରି ଜେଲ୍‌ରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଚାରାଧୀନ କଏଦୀ(ୟୁଟିପି)ଙ୍କ ଶୁଣାଣି ଉପରେ ଗୁରୁତ୍ୱ ଦିଆଯାଇଛି। କୋର୍ଟରେ ବିଚାରାଧୀନ କଏଦୀମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଏଡାଇ ଦିଆଯାଉ। ଯଥାଶୀଘ୍ର ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରିବା ଓ ଜେଲ୍‌ କୋଠରିର ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ଏହି ଆଡ୍‌ଭାଇଜରିରେ ହାଇକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି।
ଏହି ଆଡ୍‌ଭାଇଜରିରେ ମୋଟ୍‌ ୯ଟି ବିଷୟରେ ଉଲ୍ଲେଖ କରାଯାଇଛି। ଭୂତାଣୁ ବ୍ୟାପିବା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ସମସ୍ତ ଜିଲା ଏବଂ ଦୌରାଜଜ୍‌ମାନେ ପାଳନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ, ଭିଡକୁ କମାଇବା ପାଇଁ କୋର୍ଟ କମ୍ପ୍ଲେକ୍ସଗୁଡିକରେ ମକଦ୍ଦମାକାରୀ ଏବଂ ସାଧାରଣ ଜନତାଙ୍କ ପ୍ରବେଶକୁ ଯଥା ସମ୍ଭବ ନିୟନ୍ତ୍ରଣ କରାଯାଉ ଓ ଏଥିରେ ସମସ୍ତ ଜିଲା ଓକିଲ ସଂଘଙ୍କ ସହଯୋଗ ପାଇଁ ଅନୁରୋଧ କରାଯାଉ, ଆବଶ୍ୟକ ସ୍ଥଳେ ମକଦ୍ଦମା ପକ୍ଷଭୁକ୍ତମାନଙ୍କ ଉପସ୍ଥିତି ଉପରେ ଗୁରୁତ୍ୱ ଦିଆଯାଉ, ଯଥା ସମ୍ଭବ ମୌଖିକ ଯୁକ୍ତି ପରିମାଣକୁ ହ୍ରାସ କରାଯାଉ, ଜରୁରୀ ବିଷୟରେ ହିଁ ମଧ୍ୟସ୍ଥତା ପ୍ରକ୍ରିୟାର ସାହାଯ୍ୟ ନିଆଯାଉ, ଥଣ୍ଡା, କାଶ କିମ୍ବା ଛିଙ୍କରେ ଆକ୍ରାନ୍ତ ହୋଇଥିବା କୋର୍ଟ କର୍ମଚାରୀମାନେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା, କୋର୍ଟ କାର୍ଯ୍ୟାଳୟ ଓ ରୁମ୍‌ ସହିତ ଏହା ପରିସରରେ ଥିବା ଚେୟାର, ଟେବୁଲ୍‌ ଏବଂ ଆସବାବପତ୍ରରେ କେମିକାଲ୍‌ ସିଞ୍ଚନ କରିବା, ପ୍ରତ୍ୟେକ ଜିଲା କୋର୍ଟ କମ୍ପ୍ଲେକ୍ସରେ ଦୈନନ୍ଦିନ ପରିସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ପ୍ରତିକାର ପଦକ୍ଷେପ ନେବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଉ। ଏହି ଟିମ୍‌ରେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ, ସିଭିଲ୍‌ କୋର୍ଟର ରେଜିଷ୍ଟ୍ରାର୍‌, କୋର୍ଟ ମ୍ୟାନେଜର ଏବଂ ଦୁଇଜଣ ବରିଷ୍ଠ କର୍ମଚାରୀ ସଦସ୍ୟ ରହିବେ। ଯଦି ଆବଶ୍ୟକ ହୁଏ ଜିଲା ଜଜ୍‌ମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି ଆଡଭାଇଜରିରେ ଉଲ୍ଲେଖ ରହିଛି। ପରିବର୍ତ୍ତୀ ସର୍କୁଲାର୍‌ ଜାରି ହେବା ପର୍ଯ୍ୟନ୍ତ ଏହି ଆଡଭାଇଜରି ବଳବତ୍ତର ରହିବ ବୋଲି ହାଇକୋର୍ଟ ପକ୍ଷରୁ ଏହା ଅଧୀନ ସମସ୍ତ କୋର୍ଟକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri