ଭିଡ଼ିଓ କନଫେରେନ୍ସିଂରେ ସରପଞ୍ଚଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୨।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସରପଞ୍ଚମାନଙ୍କ ସହିତ ଭିଡ଼ିଓ କନଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରି ବିଭିନ୍ନ ପରାମର୍ଶ ଦେଇଛନ୍ତି। ଲକ୍‌ ଡାଉନ କଟକଣା ଯୋଗୁ ରାଜ୍ୟ ବାହାରେ ରହିଥିବା ଲୋକଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ପଞ୍ଚାୟତସ୍ତରରେ ସେମାନଙ୍କ ନାମ ପଞ୍ଜିକରଣ, ବସଷ୍ଟାଣ୍ଡ୍‌ କିମ୍ବା ରେଳ ଷ୍ଟେଶନରୁ ସେମାନଙ୍କୁ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ଗ୍ରାମକୁ ପହଞ୍ଚାଇ ୧୪ଦିନ କ୍ବାରେଣ୍ଟାଇନରେ ରଖିବା, ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷଣ ସହିତ ଖାଦ୍ୟ, ପାନୀୟ ବ୍ୟବସ୍ଥା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେହିପରି ୧୪ଦିନ କ୍ବାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଭିଡ଼ିଓ କନଫେରେନ୍ସିଂ ସମୟରେ ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚଙ୍କୁ କୋଭିଡ୍‌-୧୯ର ମୁକାବିଲା ପାଇଁ ସେମାନଙ୍କ ଗୁରୁ ଦାୟିତ୍ୱ ନିର୍ବାହ କରିବାର ଶପଥ ପାଠ କରାଇଥିଲେ । ବରଗଡ଼ ବ୍ଲକ ବରଡ଼ୋଲ ପଞ୍ଚାୟତର ସରପଞ୍ଚ ଶରତ ଅଦାବରଙ୍କ ସହିତ ସିଧାସଳଖ କଥାବାର୍ତ୍ତା ମାଧ୍ୟମରେ କରୋନା ମୁକାବିଲା କ୍ଷେତ୍ରରେ ସେ କିଭଳି ସେ ତାଙ୍କ ପଞ୍ଚାୟତସ୍ତରରେ ପ୍ରସ୍ତୁତ ଅଛନ୍ତି, ତାହା ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ସମସ୍ତେ ଯେଭଳି ସାମାଜିକ ଦୂରତା ରଖିବେ ଏବଂ ମାସ୍କ ବ୍ୟବହାର ସହିତ ହାତ ସଫା କରି ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବେ, ସେଥିପ୍ରତି ସେ ଧ୍ୟାନ ଦେବେ ବୋଲି ଅଦାବର କହିଥିଲେ । ଏହା ସହିତ ରାଜ୍ୟ ବାହାରୁ ଫେରୁଥିବା ଶ୍ରମିକମାନଙ୍କୁ ୧୪ଦିନ କ୍ବାରେଣ୍ଟାଇନରେ ରଖିବାକୁ ପଦକ୍ଷେପ ନେବେ ବୋଲି କହିଥିଲେ । ଏହି ସମୟରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ବିଡ଼ିଓ ଯୁଧିଷ୍ଠିର ମେହେର ଏବଂ ୨୭ଜଣ ସରପଞ୍ଚ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri