Posted inଜାତୀୟ

ଭିଡ଼ହିଂସା ରୋକିବାକୁ ଆଇନ ଆଣ

ହାଇଦ୍ରାବାଦ,୭ା୭: ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଆଇନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି ଦାବି କରିଛନ୍ତି। ଚିଠା ବିଧେୟକ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଥିଲେ ହେଁ ନରେନ୍ଦ୍ର ମୋଦି ସରକାର ଏପର୍ଯ୍ୟନ୍ତ କିଛି କରିନାହାନ୍ତି। ଭିଡ଼ହିଂସାରେ ସମ୍ପୃକ୍ତ ବ୍ୟକ୍ତି ଆତଙ୍କବାଦୀ ବୋଲି ଓଓ୍ବାଇସି କହିବା ସହ ମୁସଲମାନମାନଙ୍କ ପ୍ରତି ଘୃଣାଭାବର ଏହା ପ୍ରତିଫଳନ ବୋଲି ଅଭିଯୋଗ କରିଛନ୍ତି। ଭିଡ଼ହିଂସା ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାକୁ ଓଓ୍ବାଇସି ଆହ୍ବାନ ଦେଇଛନ୍ତି।
ମୁସଲମାନମାନଙ୍କ ଆସ୍ଥା ଜିତିଥିବା କଥା ପ୍ରଧାନମନ୍ତ୍ରୀ ବାରମ୍ବାର କହିଆସୁଥିବାବେଳେ ଭିଡ଼ହିଂସା ବିରୋଧରେ ଆଇନ ଆଣିବା ଲାଗି କିଏ ତାଙ୍କୁ ବାରଣ କରୁଛି ବୋଲି ଏଆଇଏମ୍‌ଆଇଏମ୍‌ ନେତା ପ୍ରଶ୍ନ କରିଛନ୍ତି। ଝାଡ଼ଖଣ୍ଡରେ ତବରେଜ୍‌ ଅନ୍‌ସାରୀଙ୍କୁ ଲୋକେ ପିଟି ହତ୍ୟା କରିବା ଘଟଣା ବିରୋଧରେ ଏକ ବିକ୍ଷୋଭ ସମାବେଶକୁ ଉଦ୍‌ବୋଧନ ଦେଇ ଓଓ୍ବାଇସି କହିଥିଲେ,
ଗତ ୫ ବର୍ଷ ମଧ୍ୟରେ ଭିଡ଼ହିଂସାର ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ସେଥିରୁ ଅଧିକାଂଶ ମୁସଲମାନ। ଗତ ମେ ୨୩ରେ ଭାଜପା ଲୋକ ସଭା ନିର୍ବାଚନ ଜିତି ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ୮ ଜଣ ଭିଡ଼ହିଂସାରେ ପ୍ରାଣ ହରାଇଲେଣି। ଭାଜପା କ୍ଷମତାରେ ଥିବା ରାଜ୍ୟରେ ଗତ ସାଢ଼େ ୪ ବର୍ଷରେ ୧୮ଜଣଙ୍କ ଜୀବନ ଯାଇଥିବାବେଳେ ସେଥିରୁ ୧୧ ଜଣ ହେଉଛନ୍ତି ମୁସଲମାନ। ତବରେଜ ଅନ୍‌ସାରୀଙ୍କୁ ବାଇକ ଚୋରି ଅଭିଯୋଗରେ ଲୋକେ ଏକ ଖୁଣ୍ଟରେ ବାନ୍ଧି ରାତି ସାରା ନିସ୍ତୁକ ପିଟିଥିଲେ। ପୋଲିସ, ଡାକ୍ତର ଓ ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ କରି ନଥିଲେ। ଉପଯୁକ୍ତ ଚିକିତ୍ସା ସୁବିଧା ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଯେଉଁମାନେ ତବରେଜଙ୍କୁ ହତ୍ୟାକଲେ ସେମାନେ ଭାରତର ଶତ୍ରୁ ଓ ଆତଙ୍କବାଦୀ। ଆଇଏସ୍‌ ଆତଙ୍କବାଦୀ ଓ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ଓଓ୍ବାଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri