ନୀରବଙ୍କଠୁ ୭୨୦୦ କୋଟି ଅସୁଲ କରିବ ବ୍ୟାଙ୍କ

ନୂଆଦିଲ୍ଲୀ,୬-୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)କୁ ଶନିବାର ଭଲ ଖବର ମିଳିଛି। ଡେଟ୍‌ ରିକଭରୀ ଟ୍ରିବ୍ୟୁନାଲ(ଡିଆର୍‌ଟି) ତାଙ୍କର ଅନ୍ତିମ ରାୟ ଶୁଣାଇଛନ୍ତି। ପିଏନ୍‌ବି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ କମ୍ପାନୀଙ୍କ ଠାରୁ ସୁଧ ସମେତ ୭୨୦୦ କୋଟି ଟଙ୍କା ଆଦାୟ କରିବାକୁ ଡିଆର୍‌ଟି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ବ୍ୟାଙ୍କ ଭାବେ ପିଏନ୍‌ବି ଗତବର୍ଷ ଜୁଲାଇରେ ଡିଆର୍‌ଟିରେ ନୀରବଙ୍କ ବିରୋଧରେ ମାମଲା ଦାଏର କରିଥିଲା। ବକେୟା ବାବଦରେ ୭ ହଜାର କୋଟି ଟଙ୍କା ଆଦାୟ କରିବା ଲାଗି ପିଏନ୍‌ବି ଆବେଦନରେ ଦର୍ଶାଇଥିଲା। ଅନ୍ୟପକ୍ଷରେ ବ୍ୟାଙ୍କ ସମୂହ ପରେ ୨୦୦ କୋଟି ଟଙ୍କା ଆଦାୟ କରିବା ଲାଗି ସ୍ବତନ୍ତ୍ର ଭାବେ ଆଉ ଏକ ଆବେଦନ ପରେ ଦେଇଥିଲେ। ଡିଆର୍‌ଟି ମୁମ୍ବାଇର ଅତିରିକ୍ତ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ଦୀପକ ଥକ୍କର ପିଏନ୍‌ବିର ଦୁଇଟି ସ୍ବତନ୍ତ୍ର ମାମଲାରେ ନୀରବ ଓ ପାର୍ଟନରଙ୍କୁ ଯଥାକ୍ରମେ ୭୦୨୯.୦୬ କୋଟି, ୮୭,୯୫୦.୬୫ କୋଟି ଟଙ୍କା, ବାର୍ଷିକ ୧୪.୩୦ ପ୍ରତିଶତ ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ସାଧାରଣ ଲୋକଙ୍କ ପାଇଁ ଖୁସିଖବର, କମିଗଲା…

ନୂଆଦିଲ୍ଲୀ,୧୫।୧୨: ନଭେମ୍ୱର ମାସରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାର ନକାରାତ୍ମକ ହୋଇଗଲା, ଯାହା ବର୍ଷ ବର୍ଷ ଧରି 0.32% ହ୍ରାସ ପାଇଲା। ଏହି ହ୍ରାସ ମୁଖ୍ୟତଃ ଖାଦ୍ୟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri