ଭିଜିଲାନ୍ସ ଜାଲରେ ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ସୋର,୫।୨(ଡି.ଏନ୍‌.ଏ.): ସୋର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁଙ୍କୁ ବାଲେଶ୍ୱର ଭିଜିଲାନ୍ସ ବିଭାଗ ବୁଧବାର ଗିରଫ କରିଛି। ସନ୍ତୋଷ କୁମାର ନାୟକ ନାମକ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ସୋର ପୂର୍ତ୍ତବିଭାଗ କାର୍ଯ୍ୟାଳୟରୁ ଉକ୍ତ ଟଙ୍କା ଜବତ କରିଛି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।