ଭିଜିଲାନ୍ସ ଜାଲରେ ଉଡ୍ରା ପିଇଓ

ଭଞ୍ଜନଗର,୯।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଉଡ୍ରା ପିଇଓ ମନୋଜ କୁମାର ସାହୁ ସୋମବାର ଅପରାହ୍ନରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ପଞ୍ଚାୟତର ଅସ୍ଥାୟୀ ପିଅନ ପାଣୁ ଚନ୍ଦ୍ର ସେଠୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଅଫିସ ପକ୍ଷରୁ ନଂ.୩୪।୧୯ରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ଅଧିକ ପଚରା ଉଚରା ପାଇଁ ମନୋଜଙ୍କୁ ଭିଜିଲାନ୍ସ ଟିମ୍‌ ବ୍ରହ୍ମପୁର ନେଇଛି।
ପ୍ରକାଶ ଯେ, ପାଣୁ ପଞ୍ଚାୟତର ଅସ୍ଥାୟୀ ପିଅନ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଦରମା ବୃଦ୍ଧି କରିବାକୁହେଲେ ପଞ୍ଚାୟତ ବୈଠକରେ ଅନୁମୋଦନ ଦରକାର। ପଞ୍ଚାୟତ ବୈଠକରେ ବର୍ଦ୍ଧିତ ଦରମା ଉପସ୍ଥାପନ କରିବାକୁ ପାଣୁଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମନୋଜ। ଏନେଇ ପାଣୁ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ଜଣାଇଥିଲେ। ଏହାପରେ ସୋମବାର ପୂର୍ବଯୋଜନା ପ୍ରକାରେ ପାଣୁ ପଞ୍ଚାୟତ କାର୍ଯ୍ୟାଳୟରେ ମନୋଜଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ମନୋଜଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିଥିଲେ। ବିଗତ କିଛିମାସ ହେବ ଭିଜିଲାନ୍ସ ହାବୁଡ଼ରେ ଭଞ୍ଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଲକର ଏକାଧିକ କର୍ମଚାରୀ ଧରାପଡ଼ିଛନ୍ତି। ତଥାପି ଲାଞ୍ଚ କାରବାର କମୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ହେବା ନେଇ ପୁରୀକୁ ହାଇ ଆଲର୍ଟ

ଭୁବନେଶ୍ୱର, ୧୬ା୭(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହେଲା ବର୍ଷର ଦ୍ୱିତୀୟ ଲଘୁଚାପ। ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ବୁଧବାର ସକାଳ ୫ଟା ୩୦ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri