ଭାଷାପ୍ରାଣ ଫକୀରମୋହନ

ଡା. ସୁରେନ୍ଦ୍ରନାଥ ପତି
ସଂକ୍ରାନ୍ତିପୁରୁଷ ରୂପେ ଖ୍ୟାତ ବ୍ୟାସକବି ଫକୀରମୋହନଙ୍କ ଜନ୍ମ ହୋଇଥିଲା ୧୮୪୩ ମସିହା ଜାନୁୟାରୀ ୧୩ ତାରିଖ ମକରସଂକ୍ରାନ୍ତିରେ ଏବଂ ସେ ଦେହତ୍ୟାଗ କରିଥିଲେ ୧୯୧୮ ମସିହା ଜୁନ୍‌ ୧୪ ତାରିଖ ରଜସଂକ୍ରାନ୍ତି ଦିନ। ବାଲ୍ୟକାଳରୁ ମାତୃପିତୃହୀନ ହୋଇ ଜେଜେମା’ଙ୍କ ଦ୍ୱାରା ଲାଳିତପାଳିତ ହେଲେ। ଗ୍ରାମ ଚାଟଶାଳୀର ଅବଧାନଙ୍କଠାରୁ ଯତ୍‌କିଞ୍ଚିତ୍‌ ଶିକ୍ଷା ଲାଭ କରି ଦାରିଦ୍ର୍ୟ ମୋଚନ ଅର୍ଥେ ଅଝାଲ (ପାଲଟଣା ପୋତର ପାଲ) ସିଲାଇ କାମ କରି କିଛି ଅର୍ଥ ରୋଜଗାର କଲେ। ବିଦ୍ୟା ପ୍ରତି ପ୍ରବଳ ଆକର୍ଷଣ ଥିବାରୁ ବାରବାଟୀ ସ୍କୁଲରେ ଅଳ୍ପକାଳ ଅଧ୍ୟୟନ, ତା’ ମଧ୍ୟରେ ଗୀତା, ଭାଗବତ, ରାମାୟଣ, ମହାଭାରତ ଆଦି ଅନ୍ୟ ଭାଷାରୁ ପଢ଼ି ମନେ ରଖୁଥିଲେ। ପାର୍ସୀ, ବଙ୍ଗଳା, ହିନ୍ଦୀ ଆଦି ପଢ଼ି କହିପାରୁଥିଲେ। ଯୁବାବସ୍ଥାରେ ୧୮୬୬ ମସିହାରେ ଘଟିଥିବା ଭୟଙ୍କର ନ’ଅଙ୍କ ଦୁର୍ଭିକ୍ଷକୁ ସେ ପ୍ରତ୍ୟକ୍ଷ କରିଛନ୍ତି। ଓଡ଼ିଆମାନଙ୍କର କ୍ଷୁଧା, ଦୈନ୍ୟ, ଦୁଃଖ, ବହୁ ସଂଖ୍ୟାରେ ଅପମୃତ୍ୟୁ ସ୍ବଚକ୍ଷୁରେ ଦେଖି ତାଙ୍କ ପ୍ରାଣ କାନ୍ଦିଉଠିଥିଲା। ସେତେବେଳେ ଏକତ୍ର ସ୍ବର ଉଠାଇବା ପାଇଁ କୌଣସି ସଙ୍ଗଠନ, ସାମାଜିକ ଅନୁଷ୍ଠାନ ନ ଥିଲା। ଇଂଲିଶ ଶିକ୍ଷାର କୁପ୍ରଭାବରେ ନବ୍ୟ ଶିକ୍ଷିତ ଯୁବକମାନେ ସ୍ଥାନୀୟ ଲୋକଙ୍କୁ ଘୃଣା କରିବା, ମିଳାମିଶା ନ କରିବା, ଅଲଗା ବାସକରି ମାତାପିତାଙ୍କୁ ହତାଦର କରିବା ଏକ ସାଧାରଣ ଘଟଣା ହୋଇଯାଇଥିଲା ସମାଜରେ। ତେଣୁ ଫକୀରମୋହନ ଚିନ୍ତାକଲେ, ସର୍ବପ୍ରଥମେ ଓଡ଼ିଆ ଭାଷାର ଉତ୍ଥାନ କରି ଓଡ଼ିଶାରୁ ବଙ୍ଗୀୟ ଭାଷାକୁ ହଟାଇବାକୁ ପଡ଼ିବ।
ସେତେବେଳେ ଓଡ଼ିଆ ଛାପାଖାନା ଏଠାରେ ନ ଥିଲା। ଧାରକରଜ କରି ଫକୀରମୋହନ କଲିକତାରୁ ଏକ ପୁରୁଣା ଓଡ଼ିଆ ପ୍ରିଣ୍ଟିଂ ମେଶିନ ଖର୍ଦ୍ଦିକରି ନିଜେ ଶଗଡ଼ରେ ବାଲେଶ୍ୱର ଆଣିଲେ। ସ୍ଥାନୀୟ କିଛି ଲୋକଙ୍କୁ ନେଇ ପତ୍ରିକା ଛପାଇଲେ। ସର୍ବପ୍ରଥମେ ‘ବୋଧଦାୟିନୀ’ ସୂର୍ଯ୍ୟାଲୋକ ଦେଖିଲା, ତା’ପରେ ନବସମ୍ବାଦ, ସମ୍ବାଦବାହିକା ଆଦି ପତ୍ରପତ୍ରିକା। ପ୍ରେସର ନାମ ରଖିଲେ ଉତ୍କଳ ପ୍ରେସ। ଏସବୁ ହେବାରୁ ଅଦ୍ଭୁତ ଜନଜାଗରଣ ଦେଖାଗଲା। ଲୋକମାନେ ସେହିସବୁ ପତ୍ରପତ୍ରିକା ପାଠକରି ମାତୃଭାଷାର ବନ୍ଦନା ଗାନ କଲେ, ଭୂମିରେ ମୁଣ୍ଡିଆ ମାରିଲେ। କ୍ରମେ କଟକ, ଭଦ୍ରକ, ସମ୍ବଲପୁର, ବାମଣ୍ଡା, କଲିକତାର ଓଡ଼ିଆମାନଙ୍କୁ ବିନା ମୂଲ୍ୟରେ ବଣ୍ଟା ହେଲା। ନିଜ ସ୍ବଳ୍ପ ସମ୍ବଳରୁ ଫକୀରମୋହନ ଏସବୁ କରୁଥିଲେ। କତିପୟ ଧନୀ ବ୍ୟକ୍ତି ସାହାଯ୍ୟ ମଧ୍ୟ ଦେଉଥିଲେ। ସେତେବେଳେ କଟକରେ ଗୌରୀଶଙ୍କର ରାୟ ‘ଉତ୍କଳ ଦୀପିକା’ ସାପ୍ତାହିକ ବାହାର କରୁଥିଲେ। ଫକୀରମୋହନ ନିଜର ଲେଖାମାନ ଏଠାକୁ ପ୍ରେରଣ କରୁଥିଲେ। ଗବେଷଣାମୂଳକ ଅଧ୍ୟୟନରୁ ଜନମାନସରେ ଆନ୍ଦୋଳନ ସୃଷ୍ଟିକାରୀ ରଚନାଗୁଡ଼ିକ ଅର୍ଦ୍ଧଶିକ୍ଷିତ, ଶିକ୍ଷିତ, ସରକାରୀ କାର୍ଯ୍ୟରେ ନିଯୁକ୍ତ ଓଡ଼ିଆମାନଙ୍କୁ ଭାଷା ମାଧ୍ୟମରେ ଏକତ୍ରିତ କରାଇଲା, ମାତୃଭାଷାର ସୁରକ୍ଷା ହୋଇପାରିଲା।
ଫକୀର ମୋହନ ନିଜେ ବିଭିନ୍ନ ସ୍ଥାନ ଭ୍ରମଣ କରି ସଭା ସମିତି, ଆଲୋଚନାଚକ୍ର, ସାହିତ୍ୟ ସଭା କରି ସମସ୍ତେ ଓଡ଼ିଆ କହିବା, ପଢ଼ିବା, ଲେଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଥିଲେ। ଓଡ଼ିଆ ଭାଷାରେ ପ୍ରଥମ ଗଳ୍ପ ‘ରେବତୀ’ ଫକୀରମୋହନ ଲେଖିଥିଲେ। ଏତଦ୍‌ବ୍ୟତୀତ ଡାକମୁନ୍‌ସୀ, ପେଟେଣ୍ଟ ମେଡିସିନ, ରାଣ୍ଡିପୁଅ ଅନନ୍ତା, ଅଧର୍ମବିତ୍ତ, ସଭ୍ୟ ଜମିଦାର ଆଦି ଗଳ୍ପ ଗଳ୍ପସଳ୍ପ ପୁସ୍ତକରେ ସ୍ଥାନ ପାଇଛି। ତାଙ୍କର ଚାରିଗୋଟି ଉପନ୍ୟାସ- ଛଅମାଣ ଆଠଗୁଣ୍ଠ, ମାମୁଁ, ଲଛମା, ପ୍ରାୟଶ୍ଚିତ୍ତ ପ୍ରକାଶ ପାଇଛି।
ଫକୀରମୋହନ ସେନାପତି ବାଲେଶ୍ୱର ମିଶନ୍‌ ସ୍କୁଲରେ ଶିକ୍ଷକତା କଲାବେଳେ ତତ୍କାଳୀନ ଶିକ୍ଷା ବିଭାଗର କର୍ମକର୍ତ୍ତା ତଥା ବିଶିଷ୍ଟ କବି ରାଧାନାଥ ରାୟଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁଇ ଭାଷାପ୍ରେମୀ ମୃତପ୍ରାୟ ଓଡ଼ିଆ ଭାଷାକୁ ନବଜୀବନ ଦେବା ପାଇଁ ମିଳିତ ଉଦ୍ୟମ କରିଥିଲେ। ଅନ୍ୟ ଏକ ଦିଗରେ ଇଂରେଜ ସାହେବଙ୍କ ସହ ସମ୍ପର୍କ ରଖୁଥିଲେ। ତତ୍କାଳୀନ ବାଲେଶ୍ୱର ଜିଲା କଲେକ୍ଟର ଜନ୍‌ ବିମ୍‌ସ ବିଭିନ୍ନ ଭାରତୀୟ ଭାଷାରେ ବ୍ୟାକରଣ ପୁସ୍ତକ ରଚନା କରୁଥିଲେ। ଫକୀରମୋହନ ତାଙ୍କୁ ଓଡ଼ିଆ ଶିକ୍ଷା ଦେଲେ। ମହାନ୍‌ହୃଦୟ ଉତ୍କଳପ୍ରେମୀ ବିମ୍‌ସ ସାହେବ ଏହି ଅଳ୍ପଶିକ୍ଷିତ ଓଡ଼ିଆଙ୍କର ପାଣ୍ଡିତ୍ୟ, ଜାତିପ୍ରୀତି, ଉପସ୍ଥିତ ବୁଦ୍ଧି ଲକ୍ଷ୍ୟକରି ତାଙ୍କୁ ଗଡଜାତ ରାଜ୍ୟ ନୀଳଗିରିର ଦଓ୍ବୋନ ରୂପେ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟଦକ୍ଷତା ଦେଖି ପରେ ପରେ ଡମପଡା (ଦୁଇଥର), ଢେଙ୍କାନାଳ, ପାଲଲହଡା, ଦଶପଲ୍ଲା, କେନ୍ଦୁଝର ଆଦି ଦେଶୀୟ ରାଜ୍ୟର ଦଓ୍ବୋନ ରୂପେ ବ୍ରିଟିଶ ସରକାର ନିଯୁକ୍ତ କରିଥିଲେ। କେନ୍ଦୁଝରର ପ୍ରଜାମେଳି କାଳରେ ଚତୁରତାର ସହ ସେ ବିଦ୍ରୋହ ଦମନ କରି ହାତୀ ପିଠିରେ କଟକ ଚାଲି ଆସିଥିଲେ।
(ବ୍ୟାସକବି ଫକୀରମୋହନଙ୍କ ତିରୋଭାବ ଦିବସ ଉପଲକ୍ଷେ)
ପୁରୀ, ମୋ- ୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri