ଭାଲୁ ପାଇଁ ବନ ବିଭାଗ ନାକେଦମ

ଚମ୍ପୁଆ, ୨୬।୫(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧୀନ ସାନନେଉଳି ଗ୍ରାମ ନିକଟକୁ ଚାଲି ଆସିଥିବା ଏକ ଭାଲୁ ଲାଗି ବନ ବିଭାଗକୁ ନାକେଦମ୍‌ ହେବାକୁ ପଡିଛିି। ରବିବାର ସକାଳେ ଗାଁ ଲୋକେ ପ୍ରଥମେ ଭାଲୁକୁ ଦେଖି ଘଉଡାଇବା ଉଦ୍ୟମ କରିଥିଲେ। କିନ୍ତୁ ଭାଲୁ ଗାଁ ଭିତରକୁ ପଶି ଆସିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ। ସାନନେଉଳି ନିକଟ ଜଙ୍ଗଲରୁ ଭାଲୁଟି ଗାଁ ମଧ୍ୟକୁ ଚାଲି ଆସିଥିବା ଖବର ପାଇ ଉଖୁଣ୍ଡା ଫରେଷ୍ଟର ଭାଗୀରଥି ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବନରକ୍ଷୀ ବିନୋଦ ବେହେରା ବିଭାଗୀୟ କର୍ମଚାରୀଙ୍କ ସହିତ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଭାଲୁକୁ ଘଉଡାଇଥିଲେ। ଦେଖଣାହାରୀମାନେ ଭାଲୁକୁ ଗୋଡାଉଥିବା ଜାଣି କୌଣସି ଦୁର୍ଘଟଣା ନ ଘଟିବା ସକାଶେ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର ତୁରନ୍ତ ସେଠାକୁ ଏକ ସ୍କ୍ବାଡ ପଠାଇଥିଲେ। ଶେଷରେ ଭାଲୁଟି ବଡନେଉଳି ଦେଇ ଭଅଁରପୁର ଅଞ୍ଚଳକୁ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri