ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ:ଆମେରିକା କଟକଣା ପ୍ରଭାବହୀନ

ଭ୍ଲାଡିଭୋଷ୍ଟକ୍‌,୬-୯ (ପି.ଟି.):ଭାରତ-ରୁଷିଆ ସମ୍ପର୍କରେ ଆମେରିକା କଟକଣା ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବଢ଼ୁଥିବା ସହଯୋଗ ପ୍ରଭାବିତ ହେବନାହିଁ। ରୁଷିଆ ଦୂରପ୍ରାଚ୍ୟର ବିକାଶ ପାଇଁ ଭାରତ ୧୦୦ କୋଟି ଡଲାର ଋଣ ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର ଘୋଷଣା କରିଛନ୍ତି। ରୁଷିଆର ଏହି ପ୍ରାକୃତିକ ସମ୍ପଦଭରା ଅଞ୍ଚଳର ବିକାଶ ପାଇଁ ମସ୍କୋ ସହ ନୂଆଦିଲ୍ଲୀ କାନ୍ଧକୁ କାନ୍ଧ ମିଶାଇ ଚାଲିବ ବୋଲି ମୋଦି ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ (ଇଇଏଫ୍‌) ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି। ଦୁଇ ବନ୍ଧୁ ରାଷ୍ଟ୍ରର ବିଭିନ୍ନ ଅଞ୍ଚଳ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଏବଂ ଆର୍ଥିକ କୂଟନୀତିର ବିକାଶରେ ଏହା ନୂଆ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।
ଆଗାମୀ ଜି୭/ଜି୮ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରୁଷିଆ ଆୟୋଜନ କରିବାକୁ ଯାଉଥିବାବେଳେ ଏଥିରେ ଭାରତ, ଚାଇନା ଓ ତୁର୍କୀକୁ ସାମିଲ କରାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି। ଭାରତ ଓ ଚାଇନାକୁ ଛାଡ଼ି କୌଣସି ଅନ୍ତର୍ଜାତୀୟ ସଂଗଠନ ସେ କଳ୍ପନା କରିପାରୁନାହାନ୍ତି ବୋଲି ପୁଟିନ ଇଇଏଫ୍‌ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଥିଲେ।
ଇଇଏଫ-୨୦୧୯ରେ ଭାରତ ୫ ବିଲିୟନ ଡଲାର ମୂଲ୍ୟର ୫୦ ରାଜିନାମା ଚୂଡାନ୍ତ କରିଛି। ରୁଷିଆର ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଭାରତୀୟ ଶିଳ୍ପସଂସ୍ଥା ୭ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ କରିଛନ୍ତି। ୨୦୦୧ରେ ଓଏନ୍‌ଜିସି ବିଦେଶ ରୁଷିଆ ଦୂରପ୍ରାଚ୍ୟରେ ଥିବା ସାଖାଲିନ-୧ ତୈଳ ଓ ଗ୍ୟାସ କ୍ଷେତ୍ରର ୨୦% ଅଂଶଧନ ଅଧିଗ୍ରହଣ କରିଥିଲା। ଏହାବ୍ୟତୀତ ଓଏନ୍‌ଜିସି ବିଦେଶ ସାଇବେରିଆରେ ଥିବା ଇମ୍ପେରିଆଲ ଏନର୍ଜିକୁ କିଣିବା ସହ ପୂର୍ବ ସାଇବେରିଆରେ ଥିବା ଭାଙ୍କୋର ତୈଳକ୍ଷେତ୍ରର ଅଂଶଧନ କିଣିଥିଲା। ସେହିପରି ପୂର୍ବ ସାଇବେରିଆରେ ଥିବା ଟାସ୍‌-ୟୁର଼୍ୟାଖ୍‌ ତୈଳକ୍ଷେତ୍ରର ୨୯.୯ ପ୍ରତିଶତ ଇଣ୍ଡିଆନ ଅଏଲ୍‌ କର୍ପୋରେଶନ କିଣିଥିବାବେଳେ ରୁଷିଆର ତୈଳ କମ୍ପାନୀ ରୋସ୍‌ନେଫ୍ଟ ୨୦୧୭ରେ ଏସାର ଅଏଲ୍‌କୁ କିଣିଥିଲା। ୨୦୨୪ ସୁଦ୍ଧା ଭାରତ ୫ ବିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଆମେରିକାର କଟକଣା ଯୋଗୁ ରୁଷିଆ ପ୍ରତିରକ୍ଷା ସାମଗ୍ରୀ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି। ସେଠାରୁ ୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର ଅତ୍ୟାଧୁନିକ ଏସ-୪୦୦ ଏୟାର-ଡିଫେନ୍ସ ମିସାଇଲ ସିଷ୍ଟମ୍‌ ନ କିଣିବାକୁ ଆମେରିକା ଭାରତ ଉପରେ ଚାପ ପକାଇଆସୁଛି।

ଜାକିରଙ୍କ ପ୍ରତ୍ୟର୍ପଣ ନେଇ ମହାଥିରଙ୍କ ସହ ଆଲୋଚନା

ଇଇଏଫ୍‌ର ପଞ୍ଚମ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ମାଲେସିଆ ପ୍ରତିପକ୍ଷ ମହାଥିର ମହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦି ମହାଥିରଙ୍କୁ କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ଜଣାଇବା ସହ ବିବାଦୀୟ ଇସ୍‌ଲାମିକ୍‌ ବିଦ୍ୱାନ୍‌ ଜାକିର ନାଏକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା କରିଥିଲେ। ଆତଙ୍କବାଦ ଓ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଜାକିରଙ୍କୁ ଫେରାଇଆଣିବା ପାଇଁ ଭାରତ ଜୋରଦାର ଉଦ୍ୟମ ଚଳାଇଛି। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଥିବା ମୋଦି ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?