ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ:ଆମେରିକା କଟକଣା ପ୍ରଭାବହୀନ

ଭ୍ଲାଡିଭୋଷ୍ଟକ୍‌,୬-୯ (ପି.ଟି.):ଭାରତ-ରୁଷିଆ ସମ୍ପର୍କରେ ଆମେରିକା କଟକଣା ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ବଢ଼ୁଥିବା ସହଯୋଗ ପ୍ରଭାବିତ ହେବନାହିଁ। ରୁଷିଆ ଦୂରପ୍ରାଚ୍ୟର ବିକାଶ ପାଇଁ ଭାରତ ୧୦୦ କୋଟି ଡଲାର ଋଣ ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର ଘୋଷଣା କରିଛନ୍ତି। ରୁଷିଆର ଏହି ପ୍ରାକୃତିକ ସମ୍ପଦଭରା ଅଞ୍ଚଳର ବିକାଶ ପାଇଁ ମସ୍କୋ ସହ ନୂଆଦିଲ୍ଲୀ କାନ୍ଧକୁ କାନ୍ଧ ମିଶାଇ ଚାଲିବ ବୋଲି ମୋଦି ପୂର୍ବାଞ୍ଚଳ ଅର୍ଥନୈତିକ ଫୋରମ୍‌ (ଇଇଏଫ୍‌) ଅଧିବେଶନରେ ଉଦ୍‌ବୋଧନ ଦେଇ କହିଛନ୍ତି। ଦୁଇ ବନ୍ଧୁ ରାଷ୍ଟ୍ରର ବିଭିନ୍ନ ଅଞ୍ଚଳ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ଏବଂ ଆର୍ଥିକ କୂଟନୀତିର ବିକାଶରେ ଏହା ନୂଆ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।
ଆଗାମୀ ଜି୭/ଜି୮ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀ ରୁଷିଆ ଆୟୋଜନ କରିବାକୁ ଯାଉଥିବାବେଳେ ଏଥିରେ ଭାରତ, ଚାଇନା ଓ ତୁର୍କୀକୁ ସାମିଲ କରାଯିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି। ଭାରତ ଓ ଚାଇନାକୁ ଛାଡ଼ି କୌଣସି ଅନ୍ତର୍ଜାତୀୟ ସଂଗଠନ ସେ କଳ୍ପନା କରିପାରୁନାହାନ୍ତି ବୋଲି ପୁଟିନ ଇଇଏଫ୍‌ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଥିଲେ।
ଇଇଏଫ-୨୦୧୯ରେ ଭାରତ ୫ ବିଲିୟନ ଡଲାର ମୂଲ୍ୟର ୫୦ ରାଜିନାମା ଚୂଡାନ୍ତ କରିଛି। ରୁଷିଆର ତୈଳ ଓ ଗ୍ୟାସ୍‌ କ୍ଷେତ୍ରରେ ଭାରତୀୟ ଶିଳ୍ପସଂସ୍ଥା ୭ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶ କରିଛନ୍ତି। ୨୦୦୧ରେ ଓଏନ୍‌ଜିସି ବିଦେଶ ରୁଷିଆ ଦୂରପ୍ରାଚ୍ୟରେ ଥିବା ସାଖାଲିନ-୧ ତୈଳ ଓ ଗ୍ୟାସ କ୍ଷେତ୍ରର ୨୦% ଅଂଶଧନ ଅଧିଗ୍ରହଣ କରିଥିଲା। ଏହାବ୍ୟତୀତ ଓଏନ୍‌ଜିସି ବିଦେଶ ସାଇବେରିଆରେ ଥିବା ଇମ୍ପେରିଆଲ ଏନର୍ଜିକୁ କିଣିବା ସହ ପୂର୍ବ ସାଇବେରିଆରେ ଥିବା ଭାଙ୍କୋର ତୈଳକ୍ଷେତ୍ରର ଅଂଶଧନ କିଣିଥିଲା। ସେହିପରି ପୂର୍ବ ସାଇବେରିଆରେ ଥିବା ଟାସ୍‌-ୟୁର଼୍ୟାଖ୍‌ ତୈଳକ୍ଷେତ୍ରର ୨୯.୯ ପ୍ରତିଶତ ଇଣ୍ଡିଆନ ଅଏଲ୍‌ କର୍ପୋରେଶନ କିଣିଥିବାବେଳେ ରୁଷିଆର ତୈଳ କମ୍ପାନୀ ରୋସ୍‌ନେଫ୍ଟ ୨୦୧୭ରେ ଏସାର ଅଏଲ୍‌କୁ କିଣିଥିଲା। ୨୦୨୪ ସୁଦ୍ଧା ଭାରତ ୫ ବିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଆମେରିକାର କଟକଣା ଯୋଗୁ ରୁଷିଆ ପ୍ରତିରକ୍ଷା ସାମଗ୍ରୀ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି। ସେଠାରୁ ୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର ଅତ୍ୟାଧୁନିକ ଏସ-୪୦୦ ଏୟାର-ଡିଫେନ୍ସ ମିସାଇଲ ସିଷ୍ଟମ୍‌ ନ କିଣିବାକୁ ଆମେରିକା ଭାରତ ଉପରେ ଚାପ ପକାଇଆସୁଛି।

ଜାକିରଙ୍କ ପ୍ରତ୍ୟର୍ପଣ ନେଇ ମହାଥିରଙ୍କ ସହ ଆଲୋଚନା

ଇଇଏଫ୍‌ର ପଞ୍ଚମ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ମାଲେସିଆ ପ୍ରତିପକ୍ଷ ମହାଥିର ମହମ୍ମଦଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦି ମହାଥିରଙ୍କୁ କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ଜଣାଇବା ସହ ବିବାଦୀୟ ଇସ୍‌ଲାମିକ୍‌ ବିଦ୍ୱାନ୍‌ ଜାକିର ନାଏକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା କରିଥିଲେ। ଆତଙ୍କବାଦ ଓ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଜାକିରଙ୍କୁ ଫେରାଇଆଣିବା ପାଇଁ ଭାରତ ଜୋରଦାର ଉଦ୍ୟମ ଚଳାଇଛି। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଥିବା ମୋଦି ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri