ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ନଟ୍ଟିଂହାମ, ୧୧।୬(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଆଇସିସି ବିଶ୍ୱକପ୍‌ରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଟ୍ରେଣ୍ଟବ୍ରିଜଠାରେ ଖେଳାଯିବ। ତେବେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବର୍ଷା ବାଧକ ସାଜିପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗୁରୁବାର ସ୍ଥାନୀୟ ସମୟ ଦ୍ୱିପ୍ରହର ପରେ ବର୍ଷାର ଆଉ ସମ୍ଭାବନା ନାହିଁ। ଫଳରେ ମ୍ୟାଚ୍‌ କମ୍‌ ଓଭର ବିଶିଷ୍ଟ ହୋଇପାରେ। ଇଂଲଣ୍ଡରେ ଗଲା ଦୁଇଦିନ ହେବ ପ୍ରବଳ ବର୍ଷା ଜାରି ରହିଛି। ଏଥିସହ ସ୍ଥାନୀୟ ପାଣିପାଗ ବିଭାଗ ସର୍ବସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ସ୍ଥାନୀୟ ଓ୍ବେବ୍‌ସାଇଟ ‘ନଟ୍ଟିଂହାମପୋଷ୍ଟ’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହରେ ନଟ୍ଟିଂହାମ ଅଞ୍ଚଳରେ ଅଧିକ ସମୟ ବର୍ଷାର ଚେତାବନୀ ଦିଆଯାଇଛି। ସେହିଭଳି ଇଂଲଣ୍ଡର ବିର୍ମିଂହାମ୍‌, ପିଟରବର୍ଗ ଓ ନ୍ୟୁକାଷ୍ଟଲ ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ଗୁରୁବାର ଦ୍ୱିପ୍ରହର ପର୍ଯ୍ୟନ୍ତ ହାଲ୍‌କା ବର୍ଷା ହୋଇପାରେ। ଏଥିସହ ଏହି ସମୟ ମଧ୍ୟରେ ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୦ରୁ ୧୧ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri